ବ୍ୟୁରୋ ରିପୋର୍ଟ: ଭାରତୀୟ ଯୁବ ବ୍ୟାଟ୍ସମ୍ୟାନ ଋତୁରାଜ ଗାୟକୱାଡ଼ଙ୍କୁ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ପ୍ରଥମ ଟି-୨୦ ମ୍ୟାଚରେ ଚୂଡାନ୍ତ ଏକାଦଶରେ ମୌକା ମିଳିନାହିଁ। ଆଇପିଏଲର ପୂର୍ଵ ସିଜନରେ ଅରେଞ୍ଜ କ୍ୟାପ ପାଇଥିବା ଋତୁରାଜଙ୍କୁ ଆଘାତ କେ ଏଲ ରାହୁଲଙ୍କ ଜାଗାରେ ଟିମରେ ସାମିଲ କରାଯାଇଛି। ଟିମ ମ୍ୟାନେଜମେଣ୍ଟ ସାମ୍ନାରେ ରୋହିତଙ୍କ ସହ ଓପନିଙ୍ଗ ପାଇଁ ଇସାନ କିସନ ଓ ଋତୁରାଜ ଦୁଇଟି ବିକଳ୍ପ ଅଛି। ପ୍ରଥମ ଟି-୨୦ରେ ଇସାନ କିସନଙ୍କୁ ମୌକା ଦିଆଗଲା ଯାହା ଦେଖି ପ୍ରସଂସକ ଆଶ୍ଚର୍ଯ୍ୟ ହୋଇଛନ୍ତି। ସୋସିଆଲ ମିଡ଼ିଆରେ ପ୍ରସଂସକ ବିସିସିଆଇ ଉପରେ ଋତୁରାଜଙ୍କ କ୍ୟାରିଅର ଖରାପ କରୁଥିବା ଅଭିଯୋଗ ମଧ୍ୟ ଲଗାଇଛନ୍ତି।

ଏହା ପୂର୍ବରୁ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଏକଦିବସିୟ ସିରିଜରେ ମଧ୍ୟ ଋତୁରାଜଙ୍କୁ ଟିମରେ ସାମିଲ କରାଯାଇଥିଲା କିନ୍ତୁ ତାଙ୍କୁ ଚୂଡାନ୍ତ ଏକାଦଶରେ ଖେଳିବାର ମୌକା ମିଳିଲାନି। ଆଇପିଏଲର ୧୪ ତମ ସିଜନରେ ଋତୁରାଜ ଚେନ୍ନାଇ ଟିମରୁ ଖେଳି ୧୬ ମ୍ୟାଚରେ ସବୁଠୁ ଅଧିକ ୬୩୫ ରନ କରିଥିଲେ। ଏହି ପ୍ରଦର୍ଶନ ପରେ ତାଙ୍କୁ ଟିମ ଇଣ୍ଡିଆରେ ସାମିଲ କରାଯାଇଥିଲା। ଚେନ୍ନାଇ ଟିମ ଆଇପିଏଲ ୨୦୨୨ ପାଇଁ ତାଙ୍କୁ ରିଟନ କରିଥିଲା।
ସୋସିଆଲ ମିଡ଼ିଆରେ ଫ୍ୟାନ ଲେଖିଛନ୍ତି,”ବିସିସିଆଇ ଋତୁରାଜଙ୍କ କ୍ୟାରିଅରକୁ ବର୍ବାଦ କରୁଛି”। ଅନ୍ୟ ପ୍ରସଂସକ ଲେଖିଛନ୍ତି,”ବିସିସିଆଇ ପ୍ଲିଜ ଅରେଞ୍ଜ କ୍ୟାପ ପାଇଥିବା ଏହି ମହାରାଷ୍ଟ୍ରର ଖେଳାଳିଙ୍କ କ୍ୟାରିଅର ନଷ୍ଟ କରନାହିଁ”। ଋତୁରାଜ ବିଜୟ ହଜାରେ ଟ୍ରଫିରେ ମଧ୍ୟ ବହୁତ ରନ କରିଥିଲେ।

୨୪ ବର୍ଷୀୟ ଋତୁରାଜ ପୂର୍ଵ ବର୍ଷ ଜୁଲାଇରେ ଶ୍ରୀଲଙ୍କା ବିରୁଦ୍ଧରେ ଟି-୨୦ ସିରିଜରେ ଇଣ୍ଟରନେସନାଲରେ ଡେବ୍ୟୁ କରିଥିଲେ। ସେ ବିଜୟ ହଜାରେ ଟ୍ରଫିରେ ମଧ୍ୟ ଲଗାତର ଚାରିଟି ଶତକ ମାରିଥିଲେ। ଏହା ସହ ସେ ଏକ ସିଜନରେ ସବୁଠୁ ଅଧିକ ରନ କରିବାର ବିରାଟ କୋହଲିଙ୍କ ରେକର୍ଡର ବରାବରୀ କରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।