IND vs SA: କୋହଲି-ରୋହିତଙ୍କ ବିନା ବି ମଝଭୁତ ଟିମ ଇଣ୍ଡିଆ! ସାଉଥ ଆଫ୍ରିକା କ୍ୟାପଟେନଙ୍କ ବଡ଼ ବୟାନ

ବ୍ୟୁରୋ ରିପୋର୍ଟ :ଦକ୍ଷିଣ ଆଫ୍ରିକାର ଅଧିନାୟକ ତେମ୍ବା ବଭୁମାଙ୍କର କହିବା ଅନୁସାରେ ଭାରତ ବିରୁଦ୍ଧରେ ଟି-୨୦ ସିରିଜ ତାଙ୍କୁ ଆଗାମି ଟି-୨୦ ବିଶ୍ୱକପ ପାଇଁ ସେହି ଖେଳାଳିଙ୍କୁ ଚିହ୍ନିବାରେ ସହାୟକ ହେବ ଯିଏକି ଏହି ବର୍ଷ ଶେଷରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଟିମରେ ଜାଗା ପାଇପାରନ୍ତି। ଦକ୍ଷିଣ ଆଫ୍ରିକାର ଟି-୨୦ ଟିମ ନଭେମ୍ବରରେ ସାରଯାହାରେ ବିଶ୍ୱକପରେ ଅଂଶ ଗ୍ରହଣ କରିଥିଲା ଆଗାମୀ ବିଶ୍ୱକପ ଅକ୍ଟୋବରରେ ଆରମ୍ଭ ହେବ। ତେଣୁ ବଭୁମା ଟିମ ଟିମକୁ ଭଲ ସେ ପ୍ରସ୍ତୁତ କରିବା ପାଇଁ ଚାହିଁବେ।

Google

ସେ ଭରଚୁଆଲ ମିଡ଼ିଆ ସହ କଥାବାର୍ତ୍ତା ସମୟରେ କହିଛନ୍ତି,”ଭାରତରେ ପରିସ୍ଥିତି ଅଷ୍ଟ୍ରେଲିଆ ଭଳି ନୁହେଁ। ଏହା ପରେ ମଧ୍ୟ ଖେଳିବା ଦ୍ଵାରା ବହୁତ ଫାଇଦା ହେବ। କୌଣସି ପ୍ରକାର ମ୍ୟାଚ ଏବେ ଆମ ପାଇଁ ଲାଭଦାୟକ ହେବ। ଆମେ ଏହି ମ୍ୟାଚର ବ୍ୟବହାର ଖେଳାଳିଙ୍କ ପାଇଁ କରିବୁକି ତାଙ୍କୁ ଯେପରି ବୁଝାପଡିଯାଉ ଟିମରେ ତାଙ୍କ ଭୁମିକା କଣ”।

ଓପନିଙ୍ଗରେ ନୂଆ ଚେହେରାଙ୍କୁ ମୌକା ଦେବୁ-ବଭୁମା:

ଦକ୍ଷିଣ ଆଫ୍ରିକା ଟିମ ଓପନର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡି କକଙ୍କ ସହ ଏକ ଅନ୍ୟ ଓପନରର ତଲାସ ପାଇଁ କିଛି ନୂଆ ଖେଳାଳିଙ୍କୁ ମୌକା ଦେବ। ସେ କହିଛନ୍ତି, “ଆମେ ଟି-୨୦ରେ କିଛି ନୂଆ ଚେହେରାଙ୍କୁ ସାମିଲ କରିଛୁ। ସେହି ଖେଳାଳି ମାନଙ୍କୁ ମୌକା ଦିଆଯିବ ଏହା ଦେଖିବା ପାଇଁ କି ସେ କେଉଁ ଭୂମିକା ତୁଲାଇପାରୁଛନ୍ତି”।

Google

ଭାରତୀୟ ଟିମରୁ କଡା ଜବାବ ମିଳିବାର ଆଶା:

ଭାରତୀୟ ଟିମରେ ଅନେକ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି କିନ୍ତୁ ବାବୁମା କହିଛନ୍ତି ମ୍ୟାଚ କଡାକଡୀ ହେବ। ଭାରତୀୟ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଓ ଯଶପ୍ରୀତ ବୁମରାଙ୍କୁ ଏହି ସିରିଜ ପାଇଁ ଆରାମ ଦିଆଯାଇଛି। ଏହି ଟିମରେ ଅଧିନାୟକତ୍ୱ କେ ଏଲ ରାହୁଲ କରୁଛନ୍ତି ଓ ଅର୍ସଦୀପ ସିଂହ, ଉମରାନ ମିଲିକଙ୍କ ପରି ନୂଆ ଚେହେରା ସାମିଲ ଅଛନ୍ତି।

“ଭାରତର ବି ଟିମ ସହ ଖେଳୁନାହିଁ”-

ବାବୁମା କହିଛନ୍ତି,”ଏହା ନିଶ୍ଚିନ୍ତ ରୂପରେ ନୂଆ ଟିମ ଇଣ୍ଡିଆ ଅଟେ। ବହୁତ ଭାରତୀୟ ଖେଳାଳି ଅଳ୍ପ ଦିନ ତଳେ ସରିଥିବା ଆଇପିଏଲ ୨୦୨୨ରେ ଭଲ ପ୍ରଦର୍ଶନ କରିଥିଲେ। କିନ୍ତୁ ଆମ ନଜରରେ ଆମେ ଅଲଗା ନଜରରେ ଦେଖୁନାହୁଁ। ଆମେ ଏହାକୁ ଭାରତର “ବି” ଟିମ ରୂପରେ ଦେଖୁନାହୁଁ। ଆମେ ଭାରତୀୟ ଟି-୨୦ ଟିମ ବିରୁଦ୍ଧରେ ଖେଳୁଛୁ। ସେଥିପାଇଁ ପ୍ରେରଣା ଭରପୁର ହେବ ଓ କଡା ଜବାବ ମିଳିବ”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *