ବ୍ୟୁରୋ ରିପୋର୍ଟ: ପ୍ରାୟ ଗତ ଦୁଇବର୍ଷ ହେବ କେତେକ ଦେଶରେ ଲାଗି ରହିଛି କରୋନା ମହାମାରୀ। ଏହା କମିବାର ନା ନେଉନାହିଁ। ଏହାର ଗୋଟେ ପରେ ଗୋଟେ ନୂଆ ଲହରୀ ଆସୁଛି। ଏହାର ତୃତୀୟ ଲହରୀ ଚାଲିଛି ଯାହା ଯୋଗୁ ଅନେକ ଜିନିଷ କ୍ଷତିଗ୍ରସ୍ତ ହେଉଛି। ଏହାର ପ୍ରଭାବ ଅଣ୍ଡର-୧୯ ବିଶ୍ୱକପ ଉପରେ ପଡିଛି। ଅଳ୍ପ ଦିନ ତଳେ ଅନେକ ଅଣ୍ଡର-୧୯ ଭାରତୀୟ ଖେଳାଳି କରୋନାରେ ସଂକ୍ରମଣ ହୋଇଥିଲେ। କାନାଡ଼ାର ୯ ଜଣ ଖେଳାଳି ଏକାବେଳେ ସଂକ୍ରମଣ ହୋଇଛନ୍ତି ଯେଉଁଠି ପାଇଁ ଦୁଇଟି ମ୍ୟାଚକୁ ବାତିଲ କରିବାକୁ ପଡିଛି।

ଆପଣଙ୍କୁ କହିରଖିବି ଏହି ସଂକ୍ରମଣ ପରେ କାନାଡ଼ା ସହିତ ସ୍କର୍ଟଲ୍ୟାଣ୍ଡ ମ୍ୟାଚ ଓ ୟୁଗାଣ୍ଡା ସହିତ ପପୁଆ ନ୍ୟୁ ଗେନିର ମ୍ୟାଚ ବାତିଲ କରାଯାଇଛି। ଏହି ଦୁଇଟି ମ୍ୟାଚ ଶନିବାର ଓ ରବିବାର ଦିନ ବ୍ରାୟନ ଲାରା ଏକାଡେମିରେ ଖେଳାଯାଇଥାନ୍ତା।
ଏହା ଉପରେ ଆଇସିସି କହିଛି କି କାନାଡ଼ାର ଅନେକ ଖେଳାଳି ଏକାବେଳେ ସଂକ୍ରମଣ ହୋଇଥିବାରୁ ଖେଳିବା ପାଇଁ କାନାଡ଼ା ପାଖରେ ଅତିରିକ୍ତ ଆଉ ଖେଳାଳି ନାହାନ୍ତି ଯେଉଁଠି ପାଇଁ ମ୍ୟାଚ ବାତିଲ କରାଯାଇଛି। ଆଇସିସି ନିଜ ବୟାନରେ ଏହା ମଧ୍ୟ କହିଛି କି ୨୯ ଜାନୁଆରୀକୁ କାନାଡ଼ା ଓ ସ୍କର୍ଟଲ୍ୟାଣ୍ଡ ମଧ୍ୟରେ ପ୍ଲେଅଫ ସେମିଫାଇନାଲ ହୋଇଥାନ୍ତା କିନ୍ତୁ ଏବେ ଏହା ରଦ୍ଧ ହୋଇଛି। ସ୍କର୍ଟଲ୍ୟାଣ୍ଡ କାନାଡ଼ାଠୁ ଅଧିକ ରନରେଟରେ ଅଛି। ଏବେ ସ୍କର୍ଟଲ୍ୟାଣ୍ଡ ୧୩ ଓ ୧୪ ତମ ପ୍ଲେ ଅଫ ପାଇଁ କ୍ୟାଲିଫାୟ କରିବ। ୧୫ ତମ ଓ ୧୬ ତମ ସ୍ଥାନ ପାଇଁ ପ୍ଲେ ଅଫ ବନ୍ଦ ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।