ବ୍ୟୁରୋ ରିପୋର୍ଟ: ଠିକ ଆଜିର ଦିନରେ ଧୋନୀଙ୍କ କ୍ୟାପଟେନସି ଭାରତ ଉଠାଇଥିଲା ଦିନିକିଆ ବିଶ୍ୱକପର ଟ୍ରଫି। ୬ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା ଭାରତ। ଗୌତମ ଗମ୍ଭୀର ଏବଂ ମହେନ୍ଦ୍ର ସିଂ ଧୋନି ଏହି ଫାଇନାଲ ମ୍ୟାଚରେ ସୁନ୍ଦର ଖେଳର ପ୍ରଦର୍ଶନ କରିଥିଲେ। ଧୋନି ୯୧ ଏବଂ ଗମ୍ଭୀର ୯୭ କରିଥିଲେ।
9⃣7️⃣-9⃣1⃣*
Important pages in the ?? World Cup diary! #WhistlePodu #Yellove ? pic.twitter.com/dcyZW47pQm
— Chennai Super Kings (@ChennaiIPL) April 2, 2022
ଏହି ମ୍ୟାଚରେ ଟସ ଜିତି ବ୍ୟାଟିଂ କରିଥିଲା ଶ୍ରୀଲଙ୍କା। ଶ୍ରୀଲଙ୍କାର କ୍ୟାପଟେନ ଥିଲେ କୁମାର ସାଙ୍ଗାକାରା। ଶ୍ରୀଲଙ୍କା ଆଗ ବ୍ୟାଟିଂ କରି ୨୭୪ ରନ ବନାଇଥିଲା। ଭାରତର ପ୍ରଥମ କିଛି ଓଭରରେ ସଚିନ ଏବଂ ସେହ୍ୱାଗ ଆଉଟ ହେବା ପରେ ଦଳକୁ ସମ୍ଭାଳିଥିଲେ ଗୌତମ ଗମ୍ଭୀର ଏବଂ ସେତେବେଳର ଯୁବ ଖେଳାଳି ବିରାଟ କୋହଲି। କୋହଲି ଆକର୍ଷଣୀୟ ସର୍ଟସ୍ ଖେଳିଥିଲେ ହେଲେ ସେ ଦିଲସାନଙ୍କ ବଲରେ ଆଉଟ ହୋଇଯାଇଥିଲେ। ଦଳକୁ ତା ପରେ ସମ୍ଭାଳିଥିଲେ ଗମ୍ଭୀର ଏବଂ ଧୋନୀ। ଦୁହେଁ ୧୦୯ ର ପାର୍ଟନରସିପ କରିଥିଲେ। ଗମ୍ଭୀର ୯୭ କରିଥିଲେ। ତାଙ୍କର ଏହି ପାରିରେ ୭ ଟି ଚୌକା ସାମିଲ ଥିଲା।
ଏମ ଏସ ଧୋନୀଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଏବଂ ଯୁବରାଜ ସିଂ ଙ୍କୁ ବିଶ୍ୱକପର ମ୍ୟାନ ଅଫ ଦି ସିରିଜ ପୁରସ୍କାର ମିଳିଥିଲା।
A day to remember for a reason, where billions of dream came true. #Proud to b a part of team. Missing each one you Guys n each of the #memories.#TeamIndia #WorldCup #2011worldcup #Champions pic.twitter.com/GmfwHoZ7AE
— Munaf Patel (@munafpa99881129) April 2, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।