ବିଶ୍ୱକପ ପାଇଁ ଜୋରସୋର ପ୍ରସ୍ତୁତିରେ ବିରାଟ କୋହଲି! ଦେଖନ୍ତୁ ଭାଇରଲ ହେଉଥିବା ଭିଡିଓ!

ବ୍ୟୁରୋ ରିପୋର୍ଟ: ବିରାଟ କୋହଲି ଏବେ ଆଇପିଏଲ ଖେଳୁଛନ୍ତି କିନ୍ତୁ ତାଙ୍କର ନଜର ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟି-୨୦ ବିଶ୍ୱକପ ଉପରେ ଅଛି ଓ ସେ ଏହାର ପ୍ରସ୍ତୁତିରେ ଲାଗିଯାଇଛନ୍ତି। କୋହଲି ନିଜ ପାଇଁ ଏକ ଲକ୍ଷ୍ୟ ପ୍ରସ୍ତୁତ କରିଛନ୍ତି। ପୂର୍ଵ ଅଧିନାୟକ ବିରାଟ କୋହଲିଙ୍କ ଗଣତି ଦୁନିଆର ଫିଟ କ୍ରିକେଟରଙ୍କ ମଧ୍ୟରେ କରାଯାଏ। ଏହା ପରେ ମଧ୍ୟ ସେ ସବୁ ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ନିଜ ଫିଟନେସକୁ ନେଇ ପ୍ରସ୍ତୁତି କରିଥାନ୍ତି। ଏବେ ଟି-୨୦ବିଶ୍ୱ କପକୁ କିଛି ମାସ ବାକିଅଛି। ତେଣୁ ସେ ନିଜକୁ ଟି-୨୦ ବିଶ୍ୱକପ ପାଇଁ ଫିଟ ରଖିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି।

Google

ଆରସିବିରେ ତାଙ୍କର ଟ୍ରେନର ଖୁଲାସା କରିଛନ୍ତି କି କୋହଲି ଟି-୨୦ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ଏହା ପାଇଁ ସେ ମସଲ ମାସ ବଢାଇବା ପାଇଁ ଲାଗିଛନ୍ତି। ଏହାର ଏକ ଭିଡ଼ିଓ ଆରସିବି ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି।

ଏଥିରେ ସଂଙ୍କର ବସୁ ,ଯିଏକି ପ୍ରଥମେ ଭାରତୀୟ ଟିମର ଷ୍ଟ୍ରେନଥ ଓ କଣ୍ଡିସନିଙ୍ଗ କୋଚ ରୂପରେ କାମ କରିସାରିଛନ୍ତି ସେ କହିଛନ୍ତି,”ଆମେ ମସଲ ମାସ କରିବାରେ ପ୍ରସ୍ତୁତି କରୁଛନ୍ତି। ଟି-୨୦ରେ ମଧ୍ୟ ଆପଣଙ୍କୁ ପାୱାରର ଆବଶ୍ୟକତା ହୋଇଥାଏ।କାରଣ ଆପଣଙ୍କୁ ବଡ଼ ବଡ଼ ଶର୍ଟ ଖେଳିବା ପାଇଁ ଅଧିକ ଶକ୍ତିର ଆବଶ୍ୟକତା ହୋଇଥାଏ। ମାନେ ଏହି ଫର୍ମାଟପାଇଁ ଆପଣଙ୍କ ମାଂସପେଶୀରେ ଅଧିକ ପାୱାର ରହିବା ଆବଶ୍ୟକ। ଟି-୨୦ ବିଶ୍ୱକପ ଆଗକୁ ଅଛି ତେଣୁ କୋହଲି ଆଇପିଏଲ ୨୦୨୨ସହ ଟି-୨୦ ବିଶ୍ୱକପ ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି”।

କୋହଲିଙ୍କ ଫିଟନେସ ରୁଟିନ ଅନୁସାରେ ବଦଳିଥାଏ:

ଶଙ୍କର ବସୁ ଆଗକୁ କହିଛନ୍ତି,”ଭଲ ଫିଟନେସ ପାଇଁ ଆର୍ଥଲେଟଙ୍କୁ ସମୟ ସମୟରେ ନିଜ ଫିଟନେସ ରୁଟିନ ବଦଳାଇବା ପାଇଁ ପଡିଥାଏ। ଫିଟନେସ ପାଇଁ ଆପଣ ଗୋଟେ ରୁଟିନ ରଖୀପାରିବେ ନାହିଁ। କାରଣ ପରିସ୍ଥିତି ଓ ଫର୍ମାଟ ଅନୁସାରେ ଆପଣଙ୍କୁ ସବୁକିଛି ବଦଳାଇବା ପାଇଁ ପଡିପାରେ”।

କୋହଲି ଫର୍ମ ପାଇଁ ସଂଘର୍ଷ କରୁଛନ୍ତି:

ଭାରତୀୟ ପୂର୍ଵ ଅଧିନାୟକ କୋହଲି ଫର୍ମ ପାଇଁ ସଂଘର୍ଷ କରୁଛନ୍ତି। ଆଇପିଏଲ ୨୦୨୨ରେ ମଧ୍ୟ ସେ ଗୋଲଡେନ ଡ଼କର ଶିକାର ହୋଇଛନ୍ତି। ସେ କେବଳ ପୂର୍ଵ ମ୍ୟାଚରେ ଏହି ସିଜନର ପ୍ରଥମ ଅର୍ଦ୍ଧଶତକ ମାରିଛନ୍ତି”।

Google

ଏହି ଆଇପିଏଲରେ ସେ ଏବେ ପର୍ଯ୍ୟନ୍ତ ୧୦ ମ୍ୟାଚରେ ୧୧୬ ଷ୍ଟାଇକରେଟରେ ବ୍ୟାଟିଙ୍ଗ କରିଛନ୍ତି। ଟି-୨୦ ହିସାବରେ ଏହା ଭଲ ନୁହେଁ,କୋହଲିଙ୍କୁ ଫର୍ମ ପାଇଁ ଗୁଜୁରାଟ ବିରୁଦ୍ଧରେ ଖେଳିଥିବା ପାରି ପରି ଆଉ କିଛି ପାରି ଖେଳିବାକୁ ପଡିବ। କୋହଲିଙ୍କ ଫର୍ମ ଭାରତ ପାଇଁ ଆବଶ୍ୟକ କାରଣ ଏହି ବର୍ଷ ଭାରତକୁ ଟି-୨୦ ବିଶ୍ୱକପ ଖେଳିବାର ଅଛି”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.