୬୬୬୬୬…ଚାପମ୍ୟାନ-ବ୍ରେସୱେଲ ଖେଳିଲେ ଧମାକା ପାରି! ନ୍ୟୁଜିଲାଣ୍ଡ କଲା ବିଶ୍ୱ ରେକର୍ଡ, ଜାଣନ୍ତୁ ସମ୍ପୂର୍ଣ୍ଣ

ବ୍ୟୁରୋ ରିପୋର୍ଟ: ଗ୍ରେଗକ୍ରିକେଟ କ୍ଳବ ଏଣ୍ଡିଗବର୍ଗରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡ ସ୍କର୍ଟଲ୍ୟାଣ୍ଡକୁ ୧୦୨ ରନରେ ହରାଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ଟିମ ଟି-୨୦ରେ ନିଜର ସବୁଠୁ ବଡ଼ ସ୍କୋର କରିଥିଲା। ନ୍ୟୁଜିଲ୍ୟାଣ୍ଡ ମାର୍କ ଚାପମ୍ୟାନ ଓ ମାଇକଲ ବ୍ରେସୱେଲଙ୍କ ଅର୍ଦ୍ଧଶତକ ଦ୍ଵାରା ୨୫୪ ରନ କରିଥିଲା। ଲକ୍ଷ୍ୟର ପିଛା କରି ସ୍କର୍ଟଲ୍ୟାଣ୍ଡ ୯ ୱିକେଟ ହରାଇ ୧୫୨ ରନ କରିପାରିଥିଲା। ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ରେ ମଧ୍ୟ ୬୮ ରନରେ ବିଜୟ ହୋଇଥିଲା।

Google

ଚାପମ୍ୟାନ ଓ ବ୍ରେସୱେଲ ଖେଳିଥିଲେ ଧମାକା ପାରି:

ନ୍ୟୁଜିଲାଣ୍ଡ ଏହି ମ୍ୟାଚରେ ଆରମ୍ଭ କରିପାରିନଥିଲା। ପ୍ରଥମ ମ୍ୟାଚରେ ଶତକ ଲଗାଇଥିବା ଫିନ ଏଲନ ୬ ରନ କରି ଆଉଟ ହୋଇଯାଇଥିଲେ। ସେହିପରି ଡେନ କ୍ଲିବର ମଧ୍ୟ ୨୮ ରନ କରି ଆଉଟ ହୋଇଯାଇଥିଲେ। ନ୍ୟୁଜିଲାଣ୍ଡ ପାଇଁ ଚାପମ୍ୟାନ ୪୪ ବଲରେ ୫ ଟି ଚୌକା ଓ ୭ ଟି ଛକା ଦ୍ଵାରା ୮୩ ରନର ଜବରଦସ୍ତ ପାରି ଖେଳିବାରେ ସକ୍ଷମ ରହିଥିଲେ। ସେହିପରି ବ୍ରେସୱେଲ ୨୫ ବଲରେ ୮ ଟି ଚୌକା ଓ ୩ ଟି ଛକା ଦ୍ଵାରା ୬୧ ରନ କରିଥିଲେ। ଶେଷରେ ଜିମି ନିସାମ ୧୨ ବଲରେ ୨୮ ରନ କରି ଟିମର ସ୍କୋର ୨୫୦ ପାର କରିଦେଇଥିଲେ।

ସ୍କର୍ଟଲ୍ୟାଣ୍ଡ ଟିମ ୧୫୨ ରନ ହିଁ କରିପାରିଲା:

ଏହି ବିଶାଳ ସ୍କୋରର ପିଛା କରି ସ୍କର୍ଟଲ୍ୟାଣ୍ଡ ନ୍ୟୁଜିଲାଣ୍ଡକୁ କୌଣସି ସମୟରେ ଟକର ଦେଉଥିବା ନଜର ଆସିଲାନି। ୫୦ ରନ ଭିତରେ ଟିମ ୪ ଟି ୱିକେଟ ହରାଇଦେଇଥିଲା। କ୍ରିସ ଗିବ୍ସ ୩୭ ରନର ସର୍ବାଧିକ ରନର ପାରି ଖେଳିଥିଲେ।ଏହା ଟିମକୁ ବିଜୟ ଦେବା ପାଇଁ ଯଥେଷ୍ଟ ନଥିଲା। ଯାହା ଦ୍ୱାରା ସ୍କର୍ଟଲ୍ୟାଣ୍ଡ ୨୦ ଓଭରରେ ୯ ୱିକେଟ ହରାଇ ୧୫୨ ରନ ହିଁ କରିପାରିଲା। ନ୍ୟୁଜିଲାଣ୍ଡ ପାଇଁ ଜିମି ନିସାମ ଓ ମାଇକଲ ରିପନ ୨-୨ଟି ୱିକେଟ ଅକ୍ତିଆର କରିଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *