WTC ଫାଇନାଲ ପାଇଁ ଗାଭାସ୍କର ବାଛିଲେ ଭାରତୀୟ ଦଳର ପ୍ଲେଇଁ ଇଲେଭେନ! ଦେଖନ୍ତୁ ଟିମ

ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୩ ପରେ ଟିମ୍ ଇଣ୍ଡିଆକୁ ଖେଳିବାକୁ ଅଛି ବିଶ୍ଵ ଟେଷ୍ଟ ଚମ୍ପିୟନସିପର ଫାଇନାଲ ମ୍ୟାଚ। ୭ ରୁ ୧୧ ଜୁନ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଇଂଲଣ୍ଡର ‘ଦ ଓବଲ୍’ ଗ୍ରାଉଣ୍ଡରେ ଖେଳାଯିବାର ଅଛି। ପୂର୍ବ ଥର ଭାରତ ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହୋଇଥିଲା।ତେଣୁ ଏଥର ଭାରତୀୟ ଦଳ ବିଶ୍ଵ ବିଜୟ ହେବା ପାଇଁ ପୂର୍ଣ୍ଣ ପ୍ରୟାସ କରିବ। ଏହି ମଧ୍ୟରେ ସୁନିଲ୍ ଗାଭାସ୍କର ଭାରତୀୟ ଦଳର ସମ୍ଭାବ୍ୟ ଏକାଦଶ ସମ୍ପର୍କରେ କଥାବାର୍ତ୍ତା କରିଛନ୍ତି।

ସୁନିଲ୍ ଗାଭାସ୍କର ବାଛିଲେ ଭାରତର ସମ୍ଭାବ୍ୟ ଏକାଦଶ:

ସେ କହିଛନ୍ତି କି, ‘ଭାରତୀୟ ଟିମରେ ଅଜିଙ୍କ୍ୟ ରାହାଣେଙ୍କର ଆବଶ୍ୟକତା ଥିଲା। ତାଙ୍କୁ ଶ୍ରେୟସ ଅୟରଙ୍କ ପ୍ରତିବଦଳର ଆବଶ୍ୟକତା ଥିଲା। ଅଜିଙ୍କ୍ୟ ରାହାଣେ ବିଶ୍ଵ ଟେଷ୍ଟ ଚମ୍ପିୟନସିପ ରେକର୍ଡରେ ଆଇପିଏଲ ଫର୍ମ କାରଣରୁ ଚୟନ ହୋଇପାରିନାହାନ୍ତି, ସେ ରଣଜୀରେ ବହୁତ ଭଲ ଫର୍ମରେ ଥିଲେ ଓ ଘରୋଇ ସିଜିନର ମଧ୍ୟ ସେ ମୁମ୍ବାଇ ପାଇଁ ବହୁତ ଭଲ ପ୍ରଦର୍ଶନ କରିଥିଲେ। ହେଲେ ଏବେ ପ୍ରଶ୍ନ ଏହା ଯେ ସମ୍ଭାବ୍ୟ ଏକାଦଶରେ କିଏ କିଏ ଖେଳିବେ? ଫାଇନାଲରେ ୱିକେଟ କିପର୍ କେଏସ ଭାରତ ହେବେ ନା କେ ଏଲ ରାହୁଲ। ଆମକୁ ଏହି କଥାର ଅପେକ୍ଷା କରିବାକୁ ହେବ’।

ସୁନିଲ ଗାଭାସ୍କର ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ରୋହିତ ଓ ଗିଲଙ୍କୁ ବାଛିଛନ୍ତି। ସେହିପରି ଭାବେ ମଧ୍ୟକ୍ରମରେ ଚେତେଶ୍ୱର୍ ପୂଜାରା, ବିରାଟ କୋହଲି ଏବଂ ରାହାଣେଙ୍କୁ ବାଛିଛନ୍ତି। ରବୀନ୍ଦ୍ର ଜାଡେଜା ଓ ଅଶ୍ୱିନୀଙ୍କୁ ଅଲରାଉଣ୍ଡର ଭାବେ ଚୟନ କରିଛନ୍ତି। ୱିକେଟ କିପର ଭାବେ କେ ଏଲ ରାହୁଲଙ୍କୁ ପ୍ରାଥମିକତା ଦିଆଯାଇଛି ଜୟଦେବ ଉନାଦକତ, ମହମ୍ମଦ ସାମି ଓ ମହମ୍ମଦ ସିରାଜ ଙ୍କୁ ବୋଲର ଭାବେ ଚୟନ କରାଯାଇଛି।

ଗାଭସ୍କରଙ୍କ ଦ୍ଵାରା ବଛାଯାଇଥିବା ଟିମ୍:
ଶୁଭମନ୍ ଗିଲ,ରୋହିତ ଶର୍ମା, ଚେତେଶ୍ୱର୍ ପୂଜାରା,ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, କେ ଏଲ୍ ରାହୁଲ୍, ରବୀନ୍ଦ୍ର ଜାଡେଜା, ଅଶ୍ୱିନୀ, ଜୟଦେବ ଉନାଦକତ, ମହମ୍ମଦ ସାମି ଓ ସିରାଜ୍।

ବିଶ୍ଵ ଟେଷ୍ଟ ଚମ୍ପିୟନସିପ ପାଇଁ ଭାରତୀୟ ଟିମ:
ରୋହିତ ଶର୍ମା, ଶୁଭମନ୍ ଗିଲ, ପୂଜାରା,ବିରାଟ କୋହଲି, ରାହାଣେ, କେ ଏଲ୍ ରାହୁଲ୍, କେ ଏସ ଭରତ, ରବିଚନ୍ଦ୍ରନ ଅଶ୍ଵିନୀ, ରବୀନ୍ଦ୍ର ଜାଡେଜା, ଅକ୍ସର ପଟେଲ୍, ସାରଦୁଲ ଠାକୁର୍, ମହମ୍ମଦ ସାମି, ସିରାଜ, ଜୟଦେବ ଉନାଦକତ।

Leave a Reply

Your email address will not be published. Required fields are marked *