ଭାରତ ଏବଂ ପାକିସ୍ତାନକୁ ପଛରେ ପକାଇ ଆଗକୁ ଲମ୍ପ ମାରିଲା କଙ୍ଗାରୁ ଦଳ! ଜବରଦସ୍ତ ଫର୍ମରେ ଅଷ୍ଟ୍ରେଲିଆ

ଆସେସ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆ ଦଳକୁ ବଡ଼ ଝଟକା ଲାଗିଥିଲା କାରଣ ଟେଷ୍ଟ ଅଧିନାୟକ ଟିମ ପେନ ଅଧିନାୟକତ୍ୱ ପଦ ଛାଡିଦେଇଥିଲେ। ଯାହା ଫଳରେ ପ୍ୟାଟ କମିନ୍ସଙ୍କୁ ଅଧିନାୟକ କରାଯାଇଥିଲା ଓ ଲାଗୁଥିଲା କଣ ସେ ଦଳକୁ ଆଗକୁ ନେଇପାରିବେ। କିନ୍ତୁ ଆସେସ ସିରିଜର ପ୍ରଥମ ମ୍ୟାଚରେ ଇଂଲଣ୍ଡକୁ ୯ ୱିକେଟରେ ହରାଇ ଅଷ୍ଟ୍ରେଲିଆ ଟିମ ସୁନ୍ଦର ପ୍ରଦର୍ଶନ କରିଛନ୍ତି।

Google

ଆସେସ ସିରିଜରେ ଅଷ୍ଟ୍ରେଲିଆର ପ୍ରଥମ ମ୍ୟାଚ ଇଂଲଣ୍ଡ ବିରୁଦ୍ଧରେ ଥିଲା। ଏହି ମ୍ୟାଚର ଚତ୍ରୁର୍ଥ ଦିନରେ ଇଂଲଣ୍ଡ ୨୯୭ ରନରେ ଅଲଆଉଟ ହୋଇଯାଇଥିଲା। ଶେଷ ଦିନ ଅଷ୍ଟ୍ରେଲିଆକୁ ମାତ୍ର ୨୦ ରନର ଲକ୍ଷ୍ୟ ମିଳିଥିଲା ଓ ଅଷ୍ଟ୍ରେଲିଆ ଏହି ମ୍ୟାଚ ୯ ୱିକେଟରେ ଜିତିଯାଇଥିଲା। ଅଷ୍ଟ୍ରେଲିଆ ଆସେସ ସିରିଜରେ ଜିତିବା ସହ ଏବେ ସେ ବିଶ୍ୱଟେଷ୍ଟ ଚମ୍ପିୟାନସିପରେ ମଧ୍ୟ ଦ୍ୱିତୀୟ ସ୍ଥାନରେ ପହଁଚିଯାଇଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ଭାରତ ଓ ପାକିସ୍ତାନକୁ ପଛରେ ପକାଇ ବିଶ୍ୱଟେଷ୍ଟ ଚମ୍ପିୟାନସିପରେ ଦ୍ୱିତୀୟ ସ୍ଥାନରେ ପହଁଚିଛି।

ତେବେ ବିଶ୍ୱଟେଷ୍ଟ ଚମ୍ପିୟାନ ସିପର ପଏଣ୍ଟସ୍ ଟେବୁଲ କଥା କହିବା ତ ଶ୍ରୀଲଙ୍କା ଟିମ ଏବେ ଶୀର୍ଷରେ ରହିଛି। ଦ୍ୱିତୀୟରେ ଅଷ୍ଟ୍ରେଲିଆ ରହିଛି କିନ୍ତୁ ଦୁହିଁଙ୍କର ପଏଣ୍ଟସ୍ ସମାନ ଅଛି। ସବୁଠୁ ଅଧିକ ପଏଣ୍ଟ ଭାରତ ପାଇଛି। ଭାରତ ୪୨ ପଏଣ୍ଟ ପାଇ ମଧ୍ୟ ଏବେ ଚତ୍ରୁର୍ଥ ସ୍ଥାନରେ ଅଛି। ପଞ୍ଚମରେ ୱେଷ୍ଟଇଣ୍ଡିଜ, ଷଷ୍ଠରେ ଇଂଲଣ୍ଡ ଓ ସପ୍ତମରେ ନ୍ୟୁଜିଲାଣ୍ଡ ଅଛି। ସେମାନଙ୍କ ପଏଣ୍ଟ ୧୨, ୧୪ ଓ ୪ ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *