ବ୍ୟୁରୋ ରିପୋର୍ଟ: ପ୍ରଥମ ସିଜନରେ ଭାରତ ଓ ନ୍ୟୁଜିଲାଣ୍ଡ ଫାଇନାଲରେ ପହଁଚିଥିଲେ ଓ ନ୍ୟୁଜିଲାଣ୍ଡ ଚମ୍ପିୟାନ ହୋଇଥିଲା। ଏହି ବର୍ଷ ବିଶ୍ୱ ଟେଷ୍ଟ ଚମ୍ପିୟାନରେ ଭାରତ ଖାସ ପ୍ରଦର୍ଶନ କରିପାରିନାହିଁ। କହିରଖିବୁ ଏବେ ପର୍ଯ୍ୟନ୍ତ ଭାରତ ପଞ୍ଚମ ସ୍ଥାନରେ ଅଛି। ବର୍ତ୍ତମାନ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଟେଷ୍ଟ ସିରିଜ ଚାଲିଛି। ପ୍ରଥମ ଟେଷ୍ଟ ମ୍ୟାଚ ଦୁଇ ଦେଶ ମଧ୍ୟରେ ଡ୍ର ରହିଥିଲା। ଏହା ପରେ ମଧ୍ୟ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ ଓ ପାକିସ୍ତାନ ଦ୍ୱିତୀୟ ସ୍ଥାନରେ ରହିଛି।

ଭାରତ ଶ୍ରୀଲଙ୍କା ସହ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଗୋଟେ ପାରି ଓ ୨୨୨ ରନରେ ବିଜୟ ହାସଲ କରି ମଧ୍ୟ ପାକିସ୍ତାନଠୁ ବହୁତ ତଳେ ଅଛି। କହିରଖିବୁ ବର୍ତ୍ତମାନ ଅଷ୍ଟ୍ରେଲିଆ ୭୭.୭୭% ଅଙ୍କ ସହ ପ୍ରଥମ ସ୍ଥାନରେ ଓ ୬୬.୬୬% ଅଙ୍କ ସହ ପାକିସ୍ତାନ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ତୃତୀୟ ଓ ଚତ୍ରୁର୍ଥ ସ୍ଥାନରେ ରହିଛନ୍ତି।
ସେହିପରି ୫୪.୧୬% ଅଙ୍କ ହାସଲ କରି ପଞ୍ଚମ ସ୍ଥାନରେ ରହିଛି। କହିରଖିବୁ ବବିଶ୍ୱଟେଷ୍ଟ ଚମ୍ପିୟାନସିପର ଏହି ସିଜନ ୨୦୨୧-୨୦୨୩ ପର୍ଯ୍ୟନ୍ତ ଚାଲିବ। ମ୍ୟାଚ ପଏଣ୍ଟ କଥା କହିବାତ ପ୍ରତି ଟିମକୁ ମ୍ୟାଚ ଜିତିଲେ ୧୨ ଅଙ୍କ ମିଳିଥିଲା। ମ୍ୟାଚ ଡ୍ର ରେ ୬ ଅଙ୍କ ମିଳିଥାଏ। ସେହିପରି ବିଜୟ ପ୍ରତିଶତ କହିବାତ ମ୍ୟାଚ ଜିତିଲେ ୧୦୦% ଟାଇ ରହିଲେ ୫୦% ଓ ଡ୍ର ହେଲେ ୩୩.୩୩ % ଅଙ୍କ ମିଳିଥାଏ।ଦୁଇଟି ମ୍ୟାଚ ବିଶିଷ୍ଟ ସିରିଜରେ ମୋଟ ୨୫ ଅଙ୍କ ଥାଏ ଓ ୫ ଟି ମ୍ୟାଚ ବିଶିଷ୍ଟ ସିରିଜରେ ମୋଟ ୬୦ଅଙ୍କ ଥାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।