ବ୍ୟୁରୋ ରିପୋର୍ଟ: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ଶ୍ରୀଲଙ୍କା ବିରୁଦ୍ଧରେ ବାଙ୍ଗାଲୋରରେ ଖେଳିଥିବା ଦ୍ୱିତୀୟ ଟେଷ୍ଟରେ ୨୩୮ ରନରେ ବିଜୟ ହାସଲ କରିଛି। ଏହି ଡେ ନାଇଟ ଟେଷ୍ଟରେ ବିଜୟ ସହ ଭାରତ ଏହି ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ କ୍ଲିନ ସୁଇପ କରିଛି। ଏହା ପୂର୍ବରୁ ଭାରତ ଶ୍ରୀଲଙ୍କାକୁ ତିନୋଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ମଧ୍ୟ କ୍ଲିନ ସୁଇପ କରିଥିଲା। ଏବେ ଭାରତକୁ ଏହି ଟେଷ୍ଟ ମ୍ୟାଚ ବିଜୟ ଦ୍ଵାରା ବିଶ୍ୱ ଟେଷ୍ଟ ଚମ୍ପିୟାନସିପର ପଏଂଟସ ଟେବୁଲରେ ବଡ଼ ଫାଇଦା ହୋଇଛି। ଏବେ ଭାରତ ଚତ୍ରୁର୍ଥ ସ୍ଥାନରେ ପହଁଚିଯାଇଛି। ଏହା ପୂର୍ଵରୁ ଭାରତ ପଞ୍ଚମ ସ୍ଥାନରେ ଥିଲା କିନ୍ତୁ ଏବେ ୧୨ ଅଙ୍କ ସହିତ ଭାରତର ବିଜୟ ପ୍ରତିଶତ ୫୮.୩୩ ହୋଇଯାଇଛି।

ସେହିପରି ଶ୍ରୀଲଙ୍କା ଟିମକୁ ଦୁଇଟି କ୍ଷତି ସହିବାକୁ ପଡିଛି। ପ୍ରଥମ ହେଉଛି ଟେଷ୍ଟ ସିରିଜରେ ୨-୦ରେ ହାରିଲା ଓ ଦ୍ୱିତୀୟରେ ବିଶ୍ୱ ଟେଷ୍ଟ ଚମ୍ପିୟାନସିପରେ ତୃତୀୟ ସ୍ଥାନରୁ ପଞ୍ଚମ ସ୍ଥାନରେ ପହଁଚିଯାଇଛି। ଶ୍ରୀଲଙ୍କାର ବିଜୟ ପ୍ରତିଶତ ୫୦% ହୋଇଯାଇଛି।
ଚତ୍ରୁର୍ଥ ସ୍ଥାନରେ ଭାରତ:
ବିଶ୍ୱଟେଷ୍ଟ ଚମ୍ପିୟାନସିପ ପଏଣ୍ଟସ୍ ଟେବୁଲରେ ଭାରତ ଏବେ ଅଷ୍ଟ୍ରେଲିଆ, ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ପରେ ଚତ୍ରୁର୍ଥ ସ୍ଥାନରେ ଅଛି। କହିରଖିବୁ ଅଷ୍ଟ୍ରେଲିଆର ବିଜୟ ପ୍ରତିଶତ ୭୭.୭୭ ଅଟେ ପାକିସ୍ତାନର ୬୬.୬୬ % ଓ ଦକ୍ଷିଣ ଆଫ୍ରିକାରେ ୬୦% ଅଟେ। ଭାରତ ଏବେ ପର୍ଯ୍ୟନ୍ତ ଚାରିଟି ଟେଷ୍ଟ ସିରିଜରେ ମୋଟ ୧୧ ଟି ମ୍ୟାଚ ଖେଳିଛି। ସେଥିରୁ ୬ ଟିରେ ବିଜୟ ତିନୋଟିରେ ପରାଜୟ ଓ ଦୁଇଟି ମ୍ୟାଚ ଡ୍ର ହୋଇଛି।

ଟେଷ୍ଟ ଚମ୍ପିୟାନସିପରେ ଭାରତର ଆଉ ୭ ଟି ମ୍ୟାଚ ବାକି:
୨୦୨୩ରେ ବିଶ୍ୱଟେଷ୍ଟ ଚମ୍ପିୟାନସିପର ଦ୍ୱିତୀୟ ଫାଇନାଲ ଖେଳାଯିବ। ଏହା ପୂର୍ବରୁ ଭାରତକୁ ଆଉ ୭ ଟି ଟେଷ୍ଟ ମ୍ୟାଚ ଖେଳିବାର ଅଛି। ଇଂଲଣ୍ଡରେ ସହ ଗୋଟେ,ବଙ୍ଗଳାଦେଶରେ ଦୁଇଟି ଓ ଅଷ୍ଟ୍ରେଲିଆ ସହ ଘରେ ୪ ଟି ଟେଷ୍ଟ ମ୍ୟାଚ ଖେଳିବର ଅଛି। ଯଦି ଏହି ସବୁ ମ୍ୟାଚରେ ଭାରତ ଭଲ କରିବ ତେବେ ଦ୍ୱିତୀୟ ଥର ଫାଇନାଲରେ ପହଁଚିବ। ଭାରତ ୨୦୨୧ରେ ଏହାର ପ୍ରଥମ ସିଜନର ଫାଇନାଲ ଖେଳିଥିଲା ଓ ସେଥିରେ ନ୍ୟୁଜିଲାଣ୍ଡ ସହ ହାରିଥିଲା।
ଅଷ୍ଟ୍ରେଲିଆ ଜିତିଲେ ଭାରତକୁ ହେବ ଫାଇଦା:
ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଦ୍ୱିତୀୟ ଟେଷ୍ଟ କରାଚିରେ ଖେଳାଯାଉଛି। ଯଦି ଅଷ୍ଟ୍ରେଲିଆ ଏହି ମ୍ୟାଚ ଜିତିଯିବ ତେବେ ଭାରତ ପାକିସ୍ତାନଠୁ ଉପରକୁ ଚାଲିଯିବ ଓ ତୃତୀୟ ସ୍ଥାନରେ ରହିବ ଓ ଅଷ୍ଟ୍ରେଲିଆ ଟପରେ ରହିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।