ନକ୍ସଲ ଏରିଆର ୟସ କୁମାର ହୋଇଗଲେ ରନ ମେସିନ!୧୪ ବର୍ଷୀୟ ବ୍ୟାଟ୍ସମ୍ୟାନ ୩ ମ୍ୟାଚରେ ୨ ଟି ତ୍ରିପଲ ଶତକ ଓ ଗୋଟେ ଶତକ ଲଗାଇ ରଚିଲେ ଇତିହାସ

୧୪ ବର୍ଷୀୟ ୟସ କୁମାର ବର୍ଧା ନିଜ ବ୍ୟାଟିଙ୍ଗ ଦ୍ଵାରା ଅନେକ ସଫଳତା ହାସଲ କରିଛନ୍ତି। ଛତିଶଗଡ଼ ଷ୍ଟେଟ କ୍ରିକେଟ ସଂଘ ତରଫରୁ ଆୟୋଜିତ ଇଣ୍ଟର ଡିଷ୍ଟିକ ପ୍ଲେଟ ଗ୍ରୁପ ଅଣ୍ଡର-୧୬ ଟୁର୍ଣ୍ଣାମେଣ୍ଟରେ ସେ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ପ୍ରଥମ ଦୁଇଟି ମ୍ୟାଚରେ ଦୁଇଟି ଟ୍ରିପଲ ଶତକ ମାରିଛନ୍ତି। ନକ୍ସଲ ଅଞ୍ଚଳ ନାରାୟଣପୂରରୁ ଆସୁଥିବା ୟସ କୁମାର ଏଠାରେ ଅଟକିଲେ ନାହିଁ। ସେ ତୃତୀୟ ମ୍ୟାଚରେ ୧୭୫ ରନର ନଟଆଉଟ ପାରି ଖେଳି ସମସ୍ତଙ୍କ ଧ୍ୟାନ ନିଜ ଆଡକୁ ଆଣିଛନ୍ତି। ଲଗାତର ତିନୋଟି ମ୍ୟାଚରେ ଏହି କାରନାମା କରିବା ସହଜ ନୁହେଁ।

ଛତିସଗଡ଼ର ନାମ ଆସିବା କ୍ଷଣି ସମସ୍ତଙ୍କ ମନରେ ନକ୍ସଲ ଅଞ୍ଚଳ କଥା ଆସିଥାଏ। କିନ୍ତୁ ଯସଙ୍କ ପରି ଖେଳାଳି ଏହି କଥାକୁ ହଟାଇବା ପାଇଁ ଲାଗିଛନ୍ତି।ସରଗୁଜା ବିରୁଦ୍ଧରେ ତୃତୀୟ ମ୍ୟାଚରେ ସେ ସୁନ୍ଦର ଶତକ ମାରିବା ପରେ ବୋଲିଙ୍ଗ କରି ୩ ଟି ୱିକେଟ ନେଇଛନ୍ତି। ସେ ୯ ବର୍ଷ ବୟସରୁ ହିଁ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ୩ବର୍ଷ ପୂର୍ବରୁ ତାଙ୍କୁ ଛତିସଗଡ଼ କ୍ରିକେଟ ସଂଘ ଦ୍ଵାରା ଆୟୋଜିତ ଅଣ୍ଡର-୧୪ ଟୁର୍ଣ୍ଣାମେଣ୍ଟ ପାଇଁ ନିୟୋଜିତ କରାଯାଇଥିଲା। ସେବେ ସେ ମାତ୍ର୧୧ ବର୍ଷର ଥିଲେ ଏଥିରୁ ତାଙ୍କ ପ୍ରତିଭା ଜଣାପଡୁଛି।

Google

୩୫୫ ରନର ବଡ଼ ପାରି ଖେଳିଥିଲେ: ୟସ ଛତିସଗଡ଼ର ନକ୍ସଲ ଜିଲ୍ଲା ନାରାୟଣପୁରରେ ରହି ପାଠ ପଢୁଛନ୍ତି। ବାପା ରାମ ସିଂହ ବର୍ଧା ଗ୍ରାମ ପଂଚାୟତ ସଚିବ ଅଟନ୍ତି। ତାଙ୍କ ମା ଜଣେ ଗୃହିଣୀ ଅଟନ୍ତି ଓ ଦୁହେଁ ଯସକୁ କ୍ରିକେଟରେ ଆଗକୁ ବଢ଼ିବାରେ ଯୋଗଦାନ ଦେଇଛନ୍ତି। ଯସ ଓପନର ବ୍ୟାଟ୍ସମ୍ୟାନ ସହିତ ଲେଗ ସ୍ପିନର ମଧ୍ୟ ଅଟନ୍ତି। ଯସ କହିଛନ୍ତି ବାପା ମା ଓ କ୍ରିକେଟ ସଂଘ ଦ୍ଵାରା ସେ ଏହା ପର୍ଯ୍ୟନ୍ତ ପହଁଚିଛନ୍ତି। ଯସ କାଂକେର ବିରୁଦ୍ଧରେ ୩୧୪ ରନର ନଟ ଆଉଟ ପାରି ଖେଳିଥିଲେ।ଏହା ପରେ ବସ୍ତର ବିପକ୍ଷରେ ସେ ୩୫୫ ରନର ପାରି ଖେଳିଥିଲେ।

କହିରଖିବୁକି ଛତିସଗଡ଼ ଖେଳାଳି ଏବେ ପର୍ଯ୍ୟନ୍ତ ନେସନାଲ ଓ ଇଣ୍ଟରନେସନାଲ ପରିଚୟ କରୁଛନ୍ତି। ଅଣ୍ଡର-୧୯ର ଜଣେ ଖେଳାଳିକୁ ଭାରତୀୟ ଟିମରେ ଜାଗା ମିଳିଛି। ସେହିପରି ସିନିୟର ଟିମ ବିସିସିଆଇ ଟୁର୍ଣ୍ଣାମେଣ୍ଟରେ ଓହ୍ଲାଉଛି”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *