ବାପା ହେଲେ ଯୁବରାଜ ସିଂ! ଟ୍ୱିଟ କରି ଦେଲେ ଏହି ସୂଚନା, ଜାଣନ୍ତୁ କଣ କହିଲେ

ଭାରତର ପୂର୍ବ ଅଲରାଉଣ୍ଡର ଯୁବରାଜ ସିଂ ବାପା ବନିଛନ୍ତି। ତାଙ୍କ ପତ୍ନୀ ଗୋଟିଏ ପୁଅ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଯାହାକି ଯୁବରାଜ ପୋଷ୍ଟ କରି ଜଣାଇଛନ୍ତି। ଯୁବରାଜ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଯୁବରାଜ ଏକ ସୁନ୍ଦର ଅଲରାଉଣ୍ଡର ଥିଲେ। ସେ ୨୦୧୧ ବିଶ୍ଵକପରେ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ରହିଥିଲେ।

Google

ଯୁବରାଜ ସିଂ ଟ୍ୱିଟରେ ଲେଖିଲେ କି,”ନିଜର ସବୁ ଫ୍ୟାନ୍ସ, ପରିବାର ଏବଂ ସାଙ୍ଗମାନଙ୍କୁ ଏହା କହୁଛୁ କି ଭଗବାନ ଆମକୁ ଏକ ପୁତ୍ର ଦେଇଛନ୍ତି। ଭଗବାନ ଏହି ଆଶୀର୍ବାଦ ଦେଇଥିବାରୁ ଧନ୍ୟବାଦ ଦେଉଅଛୁ। ଆମେ ଚାହୁଁଚୁ ଆପଣ ଏହି ପ୍ରାଇଭେସିର ସମ୍ମାନ କରନ୍ତୁ କାରଣ ଆମେ ଦୁନିଆରେ ଛୋଟଙ୍କୁ ସ୍ୱାଗତ କରିଥାଉ। ଲଭ, ହେଜେଲ ଆଣ୍ଡ ଯୁବରାଜ”।

୨ ବିଶ୍ୱକପ ଜିତାଇଛନ୍ତି ଯୁବରାଜ: ୨୦୦୭ ରେ ଟି-୨୦ ବିଶ୍ୱକପ ଏବଂ ୨୦୧୧ ରେ ଦିନିକିଆ ବିଶ୍ୱକପରେ ଚମତ୍କାର ଖେଳ ପ୍ରଦର୍ଶନ କରି ଭାରତକୁ ଚମ୍ପିୟାନ କରିବାର ଭୂମିକା ଗ୍ରହଣ କରିଥିଲେ। ଟି-୨୦ ବିଶ୍ୱକପରେ ଯୁବରାଜ ସିଂ ୧୪ ବଲରେ ୫୮ କରିଥିଲେ ଯାହାକି ଇଂଲଣ୍ଡବିପକ୍ଷରେ ଥିଲା ଏବଂ ସେମି ଫାଇନାଲରେ ଏହି ଷ୍ଟାର ଅଲରାଉଣ୍ଡର ୩୦ ବଲରେ ୭୦ ବନାଇଠିଲେ। ପ୍ଲେୟର ଅଫ ଦି ଟୁର୍ଣ୍ଣାମେଣ୍ଟ ୨୦୧୧ ବିଶ୍ୱକପରେ ବନିଥିଲେ।

 

ଯୁବରାଜଙ୍କ ଆନ୍ତର୍ଜାତୀୟ କ୍ୟାରିୟର: ସେ ନିଜ କ୍ୟାରିୟରରେ ଅନେକ ରେକର୍ଡ କରିଛନ୍ତି। ସେ ଟି-୨୦ ରେ ଗୋଟିଏ ଓଭରରେ ୬ଟି ଛକା ଲଗାଇଛନ୍ତି। ୩୦୪ ଟି ଦିନିକିଆ, ୫୮ ଟି ଟି-୨୦ ମ୍ୟାଚ ସେ ଖେଳିଛନ୍ତି। ଦିନିକିଆରେ ତାଙ୍କ ନାମରେ ୮୭୦୧ ରନ ଥିବା ବେଳେ ୧୧୧ ୱିକେଟ ନେବାର ରେକର୍ଡ ସାମିଲ ଅଛି। ଟି-୨୦ ରେ ସେ ୧୧୭୭ ରନ ସହିତ ୨୮ ଟି ୱିକେଟ ଅକ୍ତିଆର କରିଛନ୍ତି। ୪୦ ଟି ଟେଷ୍ଟ ଯୁବରାଜ ଖେଳିଛନ୍ତି। ୧୯୦୦ ରନ ଟେଷ୍ଟରେ ବନାଇଛନ୍ତି ଏବଂ ୯ଟି ୱିକେଟ ହାସଲ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *