ପୁଣିଥରେ ଗ୍ରାଉଣ୍ଡକୁ ଫେରିବେ ଧୂଆଁଧାର ବ୍ୟାଟ୍ସମାନ ଯୁବରାଜ ସିଂ! ଭିଡିଓ କରି ଦେଲେ ସଂକେତ, ଦେଖନ୍ତୁ ଭିଡିଓ

ଟିମ ଇଣ୍ଡିଆର ପୂର୍ଵ ଅଲରାଉଣ୍ଡର ଯୁବରାଜ ସିଂହ ପୁଣିଥରେ ଗ୍ରାଉଣ୍ଡକୁ ଫେରିବା ପାଇଁ ସଂକେତ ଦେଇଦେଇଛନ୍ତି। ସେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ସେୟାର କରି କହିଛନ୍ତି ତାଙ୍କ ଦ୍ୱିତୀୟ ଇଂନିସର ଟାଇମ ଆସିଯାଇଛି। ଯୁବରାଜ ଏହା ସଂକେତ ଦେଇ କ୍ରିକେଟ ପ୍ରେମୀଙ୍କୁ ଏକ ବଡ଼ ସରପ୍ରାଇଜ ଦେବାର ସଂକେତ ଦେଇଦେଇଛନ୍ତି। ସେ କହିଛନ୍ତି ଏହି ସରପ୍ରାଇଜ ପାଇବା ପାଇଁ ପ୍ରସଂସକଙ୍କୁ ଟଚରେ ରହିବା ଆବଶ୍ୟକ। ଇଣ୍ଟରନେସନାଲ କ୍ରିକେଟରୁ ଅବସର ନେଇଥିବା ଯୁବରାଜ ସିଂହ କେତେକ ଟି-୨୦ ଲିଗ ଓ ଟି-୧୦ ଲିଗ ଖେଳୁଛନ୍ତି।

Google

ଯୁବରାଜ ମଙ୍ଗଳବାର ଦିନ ଟ୍ୱିଟରରେ ମଙ୍ଗଳବାର ଦିନ ଏକ ଭିଡ଼ିଓ ପୋଷ୍ଟ କରିଥିଲେ। ସେ କହିଛନ୍ତି,”ଏହା ବର୍ଷର ସେହି ସମୟ ଅଟେ,କଣ ଆପଣ ପ୍ରସ୍ତୁତ ଅଛନ୍ତି? କଣ ଏହା ପାଇଁ ଆପଣଙ୍କ ପାଖରେ ଦମ ଅଛି? ଆପଣ ସବୁ ଲୋକଙ୍କ ପାଇଁ ଏକ ବଡ଼ ସରପ୍ରାଇଜ ଅଛି! ମୋ ସହିଟ ଯୋଡି ହୋଇ ରୁହନ୍ତୁ!”। ୨୨ ସେକେଣ୍ଡର ଲମ୍ବା ଭିଡ଼ିଓରେ ଯୁବରାଜ ସିଂହ ଟେନିସ ବଲରେ ଖେଳୁଥିବା ଦେଖାଯାଉଛନ୍ତି। ଭିଡ଼ିଓର ବ୍ୟାଗ ଗ୍ରାଉଣ୍ଡରେ ପୂର୍ଵ କୋଚ ଓ କମେଣ୍ଟେଟର ରବି ଶାସ୍ତ୍ରୀଙ୍କ ସ୍ୱର ଶୁଣାଯାଉଛି। ଯାହାକି ୨୦୦୭ ଟି-୨୦ ବିଶ୍ୱକପ ସମୟରେ ଷ୍ଟୁଆର୍ଟ ବ୍ରଡଙ୍କ ବଲରେ ଛଅଟି ବଲରେ ଛଅନ୍ତି ଛକା ମାରିବାର ସମୟର ଅଟେ।

ଯୁବରାଜ ସିଂହ ଏହା ପୂର୍ବରୁ ନଭେମ୍ବରରେ ଏକ ଭିଡ଼ିଓ ସେୟାର କରିଥିଲେ। ଯେଉଁଥିରେ ସେ କହିଥିଲେ ପବ୍ଲିକ ଡିମାଣ୍ଡରେ ସେ ପୁଣି ଥରେ ଗ୍ରାଉଣ୍ଡକୁ ଫେରିବା ପାଇଁ ପ୍ରସ୍ତୁତ ଅଛନ୍ତି। ସେ ଲେଖିଥିଲେ,” ଭଗବାନ ଆପଣଙ୍କର ଭାଗ୍ୟ ନିର୍ଧାରଣ କରିଥାନ୍ତି। ଲୋକଙ୍କ ଡିମାଣ୍ଡ ପାଇଁ ମୁଁ ପୁଣିଥରେ ଗ୍ରାଉଣ୍ଡକୁ ଫେରିବି। ଆଶା କରୁଛିକି ଫେବୃୟାରୀରେ ଏପରି ହେଉ। ଆପଣମାନଙ୍କ ଭଲ ପାଇବା ଓ ଶୁଭକାମନା ପାଇଁ ଧନ୍ୟବାଦ। ସବୁବେଳେ ଭାରତୀୟ ଟିମର ସପୋର୍ଟ କରନ୍ତୁ। ଏହା ଆମର ଟିମ ଅଟେ ଓ ପ୍ରକୃତ ପ୍ରସଂସକ ଅସୁବିଧା ସମୟରେ ମଧ୍ୟ ଟିମକୁ ସପୋର୍ଟ କରିଥାନ୍ତି”।

ଯୁବରାଜ ସିଂହ ବର୍ଷ ୨୦୧୯ରେ ଇଣ୍ଟରନେସନାଲ କ୍ରିକେଟରୁ ଅବସର ନେଇଥିଲେ। ସେ ୨୦୦୦ରୁ ୨୦୧୭ ପର୍ଯ୍ୟନ୍ତ ୪୦ ଟେଷ୍ଟ,୩୦୪ ଏକଦିବସିୟ, ଓ ୫୮ ଟି ଟି-୨୦ ଇଣ୍ଟରନେସନାଲ ମ୍ୟାଚ ଖେଳିଛନ୍ତି। ଏଥିରେ ସେ ୧୯୦୦, ୮୭୦ ଓ ୧୧୭୭ ରନ କରିଥିଲେ। ସେହିପରି ଯଥାକ୍ରମେ ୯, ୧୧୧, ୨୮ ୱିକେଟ ଅକ୍ତିଆର କରିବାର ସଫଳ ରହିଛନ୍ତି। ସେ ୨୦୦୭ ଟି-୨୦ ବିଶ୍ୱକପ ବିଜୟୀ ଟିମ ଓ ୨୦୧୧ ଏକଦିବସିୟ ବିଶ୍ୱକପ ଚମ୍ପିୟାନ ଭାରତୀୟ ଟିମରେ ସାମିଲ ଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *