ବ୍ୟୁରୋ ରିପୋର୍ଟ: IPL 2022 ରେ ସୁନ୍ଦର ପ୍ରଦର୍ଶନ କରିଛି ରାଜସ୍ଥାନ ରୟାଲସ। ଲେଗ ସ୍ପିନର ୟୁଜବେନ୍ଦ୍ର ଚାହଲ ଆଇପିଏଲ ୨୦୨୨ରେ ସୋମବାରକୁ କେକେଆର ବିରୁଦ୍ଧରେ ଏକ ମ୍ୟାଚରେ ସୁନ୍ଦର ପ୍ରଦର୍ଶନ କରି ୫ ଟି ୱିକେଟ ନେଇଛନ୍ତି। ସେ ନିଜର ଚତ୍ରୁର୍ଥ ବା ଶେଷ ଓଭରରେ ଚାରିଟି ୱିକେଟ ନେଇଥିଲେ। ସେ ମୁମ୍ବାଇର ବ୍ରେଭନ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ପାରିର ୧୭ ତମ ଓଭରରେ ଶେଷ ତିନୋଟି ବଲରେ ତିନୋଟି ୱିକେଟ ନେଇ ହାଟ୍ରିକ ପୁରା କରିଛନ୍ତି। ଆଇପିଏଲ ୨୦୨୨ର ଏହା ପ୍ରଥମ ହାଟ୍ରିକ ଅଟେ।

ସେହି ମ୍ୟାଚରେ ଚହଲ ୪ ଓଭରରେ ୪୦ ରନ ଦେଇ ୪ ଟି ୱିକେଟ ନେଇଥିଲେ। ସେ ନିଜ ଚତ୍ରୁର୍ଥ ବା ଶେଷ ଓଭର (ପାରିର ୧୭ ତମ ଓଭର)ର ଅନ୍ତିମ ତିନୋଟି ବଲରେ ତିନୋଟି ୱିକେଟ ନେଇ ନିଜ ହାଟ୍ରିକ ପୁରା କରିଥିଲେ। ପ୍ରଥମେ ସେ ପ୍ରଥମ ବଲରେ ଭେଙ୍କଟେସ ଅୟରଙ୍କୁ ଷ୍ଟମ୍ପ ଆଉଟ କରିଥିଲେ। ଏହା ପରେ ଚତ୍ରୁର୍ଥ ବଲରେ ଶ୍ରେୟସ ଅୟରଙ୍କୁ ଏଲବୀଡବ୍ଲୁ ଆଉଟ କରିଥିଲେ। ପଞ୍ଚମ ବଲରେ ସିବିମ ମାବି(୦)ଙ୍କୁ ରିୟାନ ପରାଗଙ୍କ ହାତରେ କ୍ୟାଚ ଆଉଟ କରାଇଥିଲେ। ଶେଷ ବଲରେ ପେଟ କମିନ୍ସଙ୍କୁ ମଧ୍ୟ ଆଉଟ କରିଥିଲେ ଓ ହାଟ୍ରିକ ପୁରା କରିଥିଲେ। ଏହା ଦ୍ଵାରା ସ୍କୋର ୧୮୦ରେ ୮ ୱିକେଟ ହୋଇଗଲା।
ଚହଲ ଆଇପିଏଲରେ ପ୍ରଥମ ଥର ୫ ୱିକେଟ ନେଇଛନ୍ତି:
ୟୁଜବେନ୍ଦ୍ର ଚାହଲ ଆଇପିଏଲରେ ପ୍ରଥମ ଥର ୫ ୱିକେଟ ନେଇଛନ୍ତି। ଏହା ଆଇପିଏଲରେ ମୋଟ ୨୧ ତମ ହାଟ୍ରିକ ଅଟେ। ରାଜସ୍ଥାନ ରୟାଲ୍ସ ତରଫରୁ ହାଟ୍ରିକ ନେଇଥିବା ଚହଲ ପଞ୍ଚମ ବୋଲର ଅଟନ୍ତି। ତାଙ୍କ ପୂର୍ବରୁ ଅଜିତ ଚନ୍ଦିଲା,ପ୍ରବୀଣ ତାମ୍ବେ, ସେନ ୱାର୍ଟସନ ଓ ଶ୍ରେୟସ ଗୋପାଲ ହାଟ୍ରିକ ନେଇଥିଲେ।
Special feat deserves special celebration! ??
Hat-trick hero @yuzi_chahal! ? ?
Follow the match ▶️ https://t.co/f4zhSrBNHi#TATAIPL | #RRvKKR | @rajasthanroyals pic.twitter.com/NhAmkGdvxo
— IndianPremierLeague (@IPL) April 18, 2022
ରାଜସ୍ଥାନ ରୟାଲ୍ସ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଙ୍ଗ କରି ୫ ୱିକେଟ ହରାଇ ୨୧୭ ରନ କରିଥିଲା ଓ କେକେଆରକୁ ଜିତିବା ପାଇଁ ୨୧୮ ରନର ଲକ୍ଷ ମିଳିଥିଲା। ରାଜସ୍ଥାନ ପାଇଁ ଓପନର ଜୋସ ବଟଲର ସୁନ୍ଦର ଶତକ ମାରିଥିଲେ। ସେ ୬୧ ବଲରେ ୯ ଟି ଚୌକା ଓ ୫ ଟି ଛକା ସହ ଶତକ ପୁରା କରିଥିଲେ। କେକେଆର ଟିମ ୨ ଟି ବଲ ବାକି ଥାଇ ୨୧୦ ରନରେ ଅଲଆଉଟ ହୋଇଗଲା। କେକେଆର ତରଫରୁ ଶ୍ରେୟସ ଅୟର ୮୫ ଓ ଆରୋନ ଫିଞ୍ଚ ୫୮ ରନ କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।