ଟି-୨୦ ବିଶ୍ୱକପ ୨୦୨୧: ଚାହଲ ଟିମରୁ ଡ୍ରପ ହେବା ପରେ ଖୋଲିଲେ ମୁହଁ, କହିଲେ ମୁଁ ଚାରି ବର୍ଷରୁ..

ଭାରତୀୟ ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଟି-୨୦ ବିଶ୍ୱକପରେ ଜାଗା ମିଳିନଥିଲା। ଏହା ଉପରେ ସେ କହିଛନ୍ତି ଏହି ଫଇସଲାରୁ ବାହାରିବାକୁ ତାଙ୍କୁ ବହୁତ କଷ୍ଟହୋଇଥିଲା କିନ୍ତୁ ପରିବାର ଓ ଫ୍ୟାନ୍ସ ସପୋର୍ଟ ପାଇଁ ସେ ପୁଣି ଫେରିଛନ୍ତି। ଆଇପିଏଲ ୨୦୨୧ର ପ୍ରଥମ ଭାଗରେ ଖରାପ ପ୍ରଦର୍ଶନ କାରଣରୁ ତାଙ୍କୁ ଟି-୨୦ବିଶ୍ୱକପରେ ଜାଗା ମିଳିଲାନାହିଁ। ଆଇପିଏଲ ୨୦୨୧ର ପ୍ରଥମ ଭାଗରେ ସେ ୭ ଟି ମ୍ୟାଚରେ ୮.୨୬ ଇକୋନୋମିରେ ମାତ୍ର ୪ ଟି ୱିକେଟ ନେଇଥିଲେ। ପୂର୍ଵ ଚାରିବର୍ଷରୁ ଲଗାତର ଭାରତର ଲିମିଟେଡ଼ ଓଭରର ମୁଖ୍ୟ ଖେଳାଳି ରହିଥିବା ଚାହଲଙ୍କୁ ଏହି ଟି- ୨୦ ବିଶ୍ୱକପରେ ଜାଗା ମିଳିଲା ନାହିଁ। ଚାହଲଙ୍କ ଜାଗାରେ ବଛାଯାଇଥିବା ରାହୁଲ ଚାହାର ଏତିକି ମ୍ୟାଚରେ ୭.୨୧ ଇକୋନୋମିରେ ୧୧ ୱିକେଟ ଅକ୍ତିଆର କରିଥିଲେ।

Google

ଚାହଲ ଟାଇମ୍ସ ଅଫ ଇଣ୍ଡିଆ ସହିତ କଥା ହେଲା ବେଳେ କହିଥିଲେ ଦୁଇ ଦିନ ପର୍ଯ୍ୟନ୍ତ ମତେ ବହୁତ ଦୁଃଖ ଲାଗିଥିଲା କାରଣ ମୁଁ ଲଗାତର ଭାବେ ଖେଳୁଥିଲି। ସେ କହିଛନ୍ତି,”ପୂର୍ଵ ଚାରିବର୍ଷରୁ ମୁଁ ଲଗାତର ଖେଳୁଥିଲି ଓ ହଠାତ ମତେ ଟି-୨୦ ବିଶ୍ୱକପରେ ମୌକା ନମିଳିବା ଦ୍ଵାରା ମୁଁ ବହୁତ ଦୁଃଖିତ ହୋଇଯାଇଥିଲି। ମତେ କିଛି ଦିନ ଦୁଃଖ ଲାଗିଲା ପୁଣି ମୁଁ ଭାବିଲି ଆଇପିଏଲର ଦ୍ୱିତୀୟ ଭାଗ ବହୁତ ନିକଟର ତେଣୁ ମୁଁ ନିଜକୁ ସମ୍ଭାଳି କୋଚଙ୍କ ପାଖକୁ ଗଲି ଓ କଥା ହେଲି”।

ଚାହଲଙ୍କୁ ମୌକା ନ ଦିଆଯିବା ଦ୍ଵାରା ଅନେକ ଲୋକ ଚୟନକର୍ତାଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ। ମୁଖ୍ୟ ଚୟନକର୍ତା ଚେତନ ଶର୍ମା କହିଛନ୍ତି ଆମେ ଏପରି ସ୍ପିନର ଚାହୁଁଥିଲେ ଯିଏକି ବୋଲିଙ୍ଗ କରିପାରିବେ ତେଣୁ ଅମେ ବରୁଣ ଚକ୍ରବର୍ତ୍ତୀ ଓ ରାହୁଲ ଚାହାରଙ୍କୁ ବାଛିଥିଲି। ଚାହଲ କହିଛନ୍ତି ମୁଁ ମୌକା ନପାଇବା ଦ୍ଵାରା ମୁଁ ଦୁଃଖୀ ଥିଲି କିନ୍ତୁ ମୋ ପରିବାର ଓ ଫ୍ୟାନ୍ସଙ୍କ ସପୋର୍ଟ ମୋ ସହ ଥିଲା। ଚହଲ ଏହା ମଧ୍ୟ କହିଥିଲେ କି ଯାହା ହେଲା ହେଲା କିନ୍ତୁ ଆଇପିଏଲର ଦ୍ୱିତୀୟ ଭାଗରେ ସେ ଖରାପ ପ୍ରଦର୍ଶନକୁ ବରଦାସ୍ତ କରିପାରିବେ ନାହିଁ।

ସେ କହିଛନ୍ତି,”ମୋ ପତ୍ନୀ ଓ ପରିବାର ଏବଂ ସମର୍ଥନ ମତେ ବହୁତ ମୋଟିଭେଟ କରିଥିଲେ ଯାହା ଦ୍ୱାରା ମୁଁ ପୁଣି ଆତ୍ମବିଶ୍ୱାସ ପାଇଥିଲି। ଏହା ପରେ ମୁଁ ପୁଣି ନିଜକୁ ପ୍ରସ୍ତୁତ କଲି ଓ ଆଇପିଏଲ ୨୦୨୧ର ଦ୍ୱିତୀୟ ଭାଗରେ ୮ ଟି ମ୍ୟାଚରେ ୭.୦୬ର ଇକୋନୋମିରେ ୧୪ ୱିକେଟ ନେଇଥିଲି”। ଆଇପିଏଲ ୨୦୨୧ର ଦ୍ୱିତୀୟ ଭାଗରେ ରାହୁଲ ଚାହାର ଭଲ ପ୍ରଦର୍ଶନ କରିପାରିନଥିଲେ। ସେ ଶେଷ ୭ ଟି ମ୍ୟାଚରେ ମାତ୍ର ୨ ଟି ୱିକେଟ ଅକ୍ତିଆର କରିଥିଲେ।

ଏବେ ଚହଲ ପୁଣି ଟିମ ଇଣ୍ଡିଆ ସହିତ ଯୋଡିହୋଇଛନ୍ତି। ନ୍ୟୁଜିଲ୍ୟାଣ୍ଡ ସହ ୧୭ ନଭେମ୍ବରରୁ ହେବାକୁ ଥିବା ତିନୋଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ତାଙ୍କୁ ବଛାଯାଇଛି। ଏବେ ଟି-୨୦ ଟିମର ଅଧିନାୟକ ରୋହିତ ଶର୍ମା ଅଟନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *