କଣ ଚାହଲ ସାଝିବେ ‘କି ପଏଣ୍ଟ’? ଆଗାମୀ ବିଶ୍ୱକପରେ ରୋହିତଙ୍କ କ୍ୟାପଟେନସିରେ ଖେଳିବେ ଚାହଲ! ଏହି ଖେଳାଳି ଦେଲେ ବଡ଼ ବୟାନ

ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚାହଲଙ୍କ ସୁନ୍ଦର ପ୍ରଦର୍ଶନ ପରେ ମଧ୍ୟ ତାଙ୍କୁ ଟି-୨୦ ବିଶ୍ୱକପରେ ଜାଗା ମିଳିନଥିଲା। ଆଗାମୀ ବର୍ଷ ଆଉ ଏକ ଟି-୨୦ ବିଶ୍ୱକପ ହେବାକୁ ଯାଉଛି ଓ ଅନୁଭବୀ ୱିକେଟକିପର ବ୍ୟାଟ୍ସମ୍ୟାନ ଦିନେସ କାର୍ତ୍ତିକଙ୍କୁ ଲାଗୁଛି କି ଆଗାମୀ ଟି-୨୦ ବିଶ୍ୱକପରେ ରୋହିତ ଶର୍ମାଙ୍କ ଯୋଜନାରେ ଚାହଲ ରହିବେ। ଚାହଲ ଏଥର ଟି-୨୦ ବିଶ୍ୱକପରୁ ବାହାରିବା ପରେ ଚୟନ ସମିତି ଉପରେ ଅନେକ ପ୍ରଶ୍ନ ଉଠିଥିଲା।

Google

ଦିନେଶ କାର୍ତ୍ତିକ କହିଛନ୍ତି ଚାହଲ ବିଦେଶରେ ମଧ୍ୟ ଜଣେ ଭଲ ବୋଲର ଅଛନ୍ତି। ଆଗାମୀ ବର୍ଷ ଯେବେ ଚାହଲ ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଯିବେ ତେବେ ଏହା ମନେ ରଖିବା ଗୁରୁତ୍ୱପୂର୍ଣ୍ଣ ହେବ। କ୍ରିକବଜ ସହିତ କଥା ହେଲା ବେଳେ କାର୍ତ୍ତିକ କହିଛନ୍ତି ଚହଲ ଆଗାମୀ ବର୍ଷ ନିଶ୍ଚିତ ରୂପରେ ଅଷ୍ଟ୍ରେଲିଆ ଯିବେ ଓ ରୋହିତ ଶର୍ମା ତାଙ୍କ ଉପରେ ବିଶ୍ୱାସ ରଖିଛନ୍ତି। ତାଙ୍କ ସଂପର୍କ ଗ୍ରାଉଣ୍ଡ ଭିତରେ ଓ ବାହାରେ ମଧ୍ୟ ଅଛି।

ଚାହଲଙ୍କ ପାଖରେ ଅଧିକ ପ୍ଲାନ: କାର୍ତ୍ତିକ ଚାହଲଙ୍କ ପ୍ରଶଂସା କରି ପ୍ରସଂସକଙ୍କୁ ମନେପକାଇଦେଇଛନ୍ତି ସେ ଜଣେ ଚାଲାଖ ଖେଳାଳି ଅଟନ୍ତି ଓ ତାଙ୍କ ପାଖରେ ୱିକେଟ ନେବା ପାଇଁ ଅନେକ ପ୍ଲାନ ଅଛି। କାର୍ତ୍ତିକ କହିଛନ୍ତି ଚାହଲ ଅନ୍ୟ ବୋଲର ମାନଙ୍କ ଠୁ ଅଧିକ ଚାଲାଖ ରଣନୀତି ଆପଣାଇଥାନ୍ତି ଯାହା ତାଙ୍କୁ ଅନ୍ୟ ମାନଙ୍କ ଠୁ ଅଲଗା କରିଥାଏ।

Google

ଏହା ମୋ ପାଇଁ ସର୍ଵଦା ଖାସ ବିଶେଷତା ଅଟେ ଓ ତାଙ୍କ ପାଖରେ ଭଲ କୌଶଳ ଅଟେ ଏବଂ ତାଙ୍କ ପାଖରେ ଭଲ ବିବିଧତାଅଛି। ଚହଲ ନ୍ୟୁଜିଲ୍ୟାଣ୍ଡ ବିରୁଦ୍ଧରେ ଶେଷ ଟି-୨୦ରେ ଗପଟିଲଙ୍କର ବଡ଼ ୱିକେଟ ନେଇଛନ୍ତି। ଭାରତ ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୭୩ ରନରେ ହରାଇ ସିରିଜକୁ ୩-୦ରେ କ୍ଲିନ ସୁଇପ କରିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *