ତେବେ ଭାରତୀୟ ସ୍ପିନର ୟୁଜି ଚାହଲ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ନିଜର ୧୦୦ ତମ ୱିକେଟ ନେଇ ଏକ ରେକର୍ଡ ନିଜ ନାମରେ କରିଛନ୍ତି। ସେ ଅନୀଲ କୁମ୍ବଲେଙ୍କ ଏଲିଟ କ୍ଲବରେ ସାମିଲ ହେଇ ଯାଇଛନ୍ତି କାରଣ ସେ କୁମ୍ବଲେଙ୍କ ପରେ ଦ୍ୱିତୀୟ ଭାରତୀୟ ସ୍ପିନର ହେଇ ଯାଇଛନ୍ତି ଯିଏ କି ଏକଦିବସୀୟ ମ୍ୟାଚ ମାନଙ୍କରେ ୧୦୦ରୁ ଅଧିକ ୱିକେଟ ଅକ୍ତିଆର କରିବାରେ ସଫଳ ରହିଛନ୍ତି। ସେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ମାତ୍ର ୯ଟି ବଲରେ ୩ଟି ଶିକାର କରି ତାଙ୍କୁ ବ୍ୟାକଫୁଟକୁ ଧକ୍କା ଦେଇଛନ୍ତି।
Yuzvendra Chahal is adjudged the Man of the Match for his bowling figures of 4/49.#INDvWI @Paytm pic.twitter.com/AvsDGfiCeJ
— BCCI (@BCCI) February 6, 2022
ୟୁଜବେନ୍ଦ୍ର ଚାହାଲ ନିଜର ପ୍ରଥମ ଓଭରର ତୃତୀୟ ବଲରେ ହି ନିକୋଲସ ପୁରନଙ୍କୁ ଆଉଟ କଲେ ଆଉ ତାହାପରେ ସେହି ଓଭରର ଶେଷ ବଲରେ କାଇରନ ପୋଲାର୍ଡ଼ଙ୍କୁ ବୋଲଡ କଲେ ଆଉ ସେ ବିନା ରନରେ ଆଉଟ ହୋଇଯାଇଥିଲେ। ଏହାପରେ ସେ ଶେମ୍ରାହ ବୃକ୍ସଙ୍କୁ ୱିକେଟ କିପର ଋଷଭ ପନ୍ତଙ୍କ ହାତରେ କ୍ୟାଚ କରାଇ ନିଜର ତୃତୀୟ ୱିକେଟ ନିଜ ନାମରେ କଲେ। ଏହା ସହିତ ସେ ୧୦୦ ୱିକେଟ ନେଇ ସାରିଛନ୍ତି।
ଭାରତୀୟ ସ୍ପିନରଙ୍କ କଥା କହିବା ତାହେଲେ ଚାହାଲ ୧୦୦ୱିକେଟ ନେଇଥିବା ୯ମ ସ୍ପିନର ଅଟନ୍ତି। ଅନୀଲ କୁମ୍ବଲେ ଭାରତର ସର୍ବାଧିକ ୱିକେଟ ନେଇଥିବା ସ୍ପିନର ଅଟନ୍ତି ଯିଏ କି ୨୬୯ ମ୍ୟାଚରେ ୩୩୪ ୱିକେଟ ନେଇଛନ୍ତି। ତାହା ସହ ହରଭଜନ ସିଂ ୨୬୫ ୱିକେଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଆଉ ତାଙ୍କ ବ୍ୟତୀତ ଆଉ କେହି ବି ୨୦୦ ୱିକେଟ ନେଇ ପାରିନାହାନ୍ତି।

ଏହା ବ୍ୟତୀତ ରବୀନ୍ଦ୍ର ଜାଡେଜା(୧୮୮), ସଚିନ ଟେନ୍ଦୁଲକର(୧୫୪), ଆର ଅଶ୍ୱିନ(୧୫୧), ରବି ଶାସ୍ତ୍ରୀ(୧୨୯), ଯୁବରାଜ ସିଂ(୧୧୦) ଆଉ କୂଳଦୀପ ୟାଦବ(୧୦୭) ମଧ୍ୟ ଭାରତୀୟ ସ୍ପିନର ଭାବେ ୧୦୦ ୱିକେଟ ଅକ୍ତିଆର କରିସାରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।