ବ୍ୟୁରୋ ରିପୋର୍ଟ: ସୀମିତ ଓଭର ଫର୍ମାଟରେ ଟିମ ଇଣ୍ଡିଆ ନୂଆ ଅଧିନାୟକ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ବିଜୟ ହାସଲ କରିଛି। ଏହି ମ୍ୟାଚରେ ଭାରତର ବିଜୟର ହିରୋ ରହିଥିଲେ ଲେଗ ସ୍ପିନର ୟୁଜବେନ୍ଦ୍ର ଚାହଲ। ସେ ଏହି ମ୍ୟାଚରେ ଚାରିଟି ୱିକେଟ ଅକ୍ତିଆର କରିଥିଲେ। ଚାହଲଙ୍କୁ ଏହି ମ୍ୟାଚରେ ପ୍ଲେୟାର ଅଫ ଡଦି ମ୍ୟାଚ କରାଯାଇଥିଲା। ମ୍ୟାଚ ପରେ ରୋହିତ ଶର୍ମା ୟୁଜବେନ୍ଦ୍ର ଚାହଲଙ୍କର ଇଣ୍ଟରଭିଉ ମଧ୍ୟ ନେଇଥିଲେ। ଦୁହେଁ କଥାବାର୍ତ୍ତାରେ ବହୁତ ମସ୍ତି କରୁଥିବା ଦେଖାଯାଇଥିଲା। ଏହା ସହିତ ଆଇପିଏଲ ଅକ୍ସନ ଉପରେ ମଧ୍ୟ କଥା ହୋଇଥିଲେ।

ରୋହିତ ଚାହଲଙ୍କୁ ପଚାରିଥିଲେକି ବ୍ରେକରେ ଚାହଲ କଣ ପରିବର୍ତ୍ତନ କରିଥିଲେ ଓ ନିଜ ବୋଲିଙ୍ଗରେ କଣ ସୁଧାର ଆଣିଥିଲେ। ଚାହଲ କହିଥିଲେ ଯେବେ ସେ ଟିମରୁ ବାହାର ଥିଲେସେ ଏହା ଭାବୁଥିଲେକି ସେ କଣ ବୋଲିଙ୍ଗରେ ଭଲ କରିପାରିବେ। ଏହା ସହିତ ସେ ବୋଲିଙ୍ଗରେ ଅନେକ ପରିବର୍ତ୍ତନ ମଧ୍ୟ କରିଛନ୍ତି।
ଚାହଲ ଏହା ସହିତ ରୋହିତଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। କାରଣ ସେ ହିଁ ଚାହଲଙ୍କୁ ମନେପକାଇଥିଲେ ଅଧିକ ଗୁଗଲି ବଲ କରିବା ପାଇଁ। ଚାହଲ କହିଛନ୍ତି ସେ ଏହି ମ୍ୟାଚରେ ସେହିପରି ହିଁ କରିଛନ୍ତି ଯାହାର ସଫଳତା ତାଙ୍କୁ ମିଳିଛି।
ମଜାଦାର କଥା ଏହାବି ରହିଥିଲା କି ଯେବେ ଦୁହିଁଙ୍କ କଥାବାର୍ତ୍ତା ସରିଥିଲା ରୋହିତ ଚାହଲଙ୍କୁ କୁଣ୍ଢାଇ କହିଥିଲେ କି ଆପଣ ଟିମର ମୁଖ୍ୟ ସଦସ୍ୟ ଅଟନ୍ତି। ରୋହିତ ଏହା ମଧ୍ୟ କହିଥିଲେ କି ଜିନିଷ ଉପର ତଳ ହୋଇଥାଏ କିନ୍ତୁ ଆପଣ ଆଗକୁ ବଢନ୍ତୁ।
💯-plus ODI wickets 👏
Working on his bowling 👌
Tips for the road ahead ☺️Captain @ImRo45 turns anchor & interviews @yuzi_chahal after #TeamIndia win the first @Paytm #INDvWI ODI in Ahmedabad. 😎 😎 – By @Moulinparikh
Watch the full interview 🎥https://t.co/tWZL5GFalz pic.twitter.com/Oz22p7hvOz
— BCCI (@BCCI) February 7, 2022
ଆଇପିଏଲ ଅକ୍ସନ ଉପରେ ଏପରି କଲେ ମସ୍ତି:
ଏହା ସହିତ ରୋହିତ କହିଥିଲେକି ଆଇପିଏଲ ଅକ୍ସନ ମଧ୍ୟ ଆସୁଛି,ଏହା ପାଇଁ ବେଷ୍ଟ ଅଫ ଲକ। ଏହା ଶୁଣିବା ପରେ ଚହଲ ହସିପକାଇ ଧନ୍ୟବାଦ ଭାଇ କହିଥିଲେ। କହିରଖିବି ଏଥର ଆଇପିଏଲ ମେଗା ଅକ୍ସନରେ ଚହଲ ଓହ୍ଲାଇବେ। ଅଳ୍ପ ଦିନ ତଳେସେ ବୟାନ ଦେଇଥିଲେ କି ସେ ଅଧିକ ପିଇସାର ଆଶା କରିନାହାଁନ୍ତି। କିନ୍ତୁ ୮ କୋଟି ପର୍ଯ୍ୟନ୍ତ ଦାବି ତାଙ୍କ ପାଇଁ କାଫି।
ଲମ୍ବା ସମୟ ପରେ ଏକଦିବସିୟ ଟିମକୁ ଫେରିଥିବା ଚହଲ ଅହମ୍ମଦାବାଦରେ ଖେଳାଯାଇଥିବା ପ୍ରଥମ ଏକଦିବସିୟରେ ୪୯ ରନ ଦେଇ ୪ ଟି ୱିକେଟ ନେଇଥିଲେ। ଏହା ସହିତ ଏକଦିବସିୟ କ୍ରିକେଟରେ ସେ ୧୦୦ ୱିକେଟ ପୁରା କଲେ। ଚହଲଙ୍କୁ ଟି-୨୦ ବିଶ୍ୱକପ ଟିମରେ ଜାଗା ମିଳିନଥିଲା। ପୁଣି ସେ ନିଜ ସୁନ୍ଦର ପ୍ରଦର୍ଶନ ଦ୍ଵାରା ଟିମକୁ ଫେରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।