ବିଶ୍ୱକପ ୨୦୨୧ ରେ ସିଲେକ୍ଟ ନହେବା ପରେ ଚାହଲଙ୍କ ବଡ଼ ବୟାନ, କହିଦେଲେ କିଛି ଏମିତି, ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ୟୁଜବେନ୍ଦ୍ର ଚାହଲ ଭାରତର ମହାନ ସ୍ପିନରଙ୍କ ମଧ୍ୟରେ ଗଣାଯାଇଥାନ୍ତି। ସେ ଲମ୍ବା ସମୟରୁ ସୀମିତ ଓଭର ଟିମର ନିୟମିତ ସଦସ୍ୟ ରହିଛନ୍ତି। ସୀମିତ ଓଭର କ୍ରିକେଟରେ ସେ ଟିମ ଇଣ୍ଡିଆର ପ୍ରଥମ ପସନ୍ଦ ଅଟନ୍ତି। ତାଙ୍କୁ ଟି-୨୦ ବିଶ୍ୱକପ ୨୦୨୧ ପାଇଁ ଚୟନ କରାଯାଇନଥିଲା। ଏହି କାରଣରୁ ସେ ବହୁତ ନିରାଶ ଥିଲେ।

Google

ଅଳ୍ପଦିନ ତଳେ ଚାହଲ ୟୁଟୁବ ଚ୍ୟାନେଲା ସ୍ପୋର୍ଟସ ୟାରୀରେ କଥା ହୋଇ କହିଛନ୍ତି ସେ ଚୟନ ହୋଇନଥିବାରୁ ତାଙ୍କୁ ଖରାପ ଲାଗିଥିଲା,କିନ୍ତୁ ସେ କେବେ କାହାକୁ ପଚାରିନାହାଁନ୍ତିକି ତାଙ୍କୁ କଣ ପାଇଁ ଚୟନ କରାଯାଇନଥିଲା। ସେ କହିଛନ୍ତିକି ଏହି ଅଣଦେଖା ପରେ ତାଙ୍କ ଧ୍ୟାନ ଆଇପିଏଲ ୨୦୨୧ର ଦ୍ୱିତୀୟ ଭାଗରେ ସୁନ୍ଦର ପ୍ରଦର୍ଶନ କରିବା ଉପରେ ଥିଲା।

ଚାହଲ ଜଣାଇଲେ ଦୁଃଖ:

ଚାହଲ କହିଛନ୍ତି,”ନିଶ୍ଚିତ ଦୁଃଖ ଲାଗିଥାଏ ଯେବେ ଆପଣ ବିଶ୍ୱକପ ଟିମରେ ଚୟନ ହୋଇନଥାନ୍ତି। ମୁଁ କେବେ କାହାକୁ ପଚାରିନାହିଁ କଣ ପାଇଁ ମୋ ଚୟନ ଟି-୨୦ ବିଶ୍ୱକପ ୨୦୨୧ରେ ହୋଇନାହିଁ”। ଚାହଲ ଆଇପିଏଲ ୨୦୨୧ରେ ପ୍ରଥମ ୭ ଟି ମ୍ୟାଚରେ ମାତ୍ର ୪ ଟି ୱିକେଟ ନେଇଥିଲେ ଯାହା ଦ୍ୱାରା ତାଙ୍କୁ ଟି-୨୦ ବିଶ୍ୱକପ ୨୦୨୧ରେ ଚୟନ କରାଯାଇନଥିଲା। ପରେ ସେ ଆଇପିଏଲ ୨୦୨୧ ରେ ମୋଟ ୧୫ ମ୍ୟାଚରେ ୧୮ ୱିକଟ ମାନେ ଦ୍ୱିତୀୟ ଭାଗରେ ୮ ଟି ମ୍ୟାଚରେ ୧୪ ୱିକେଟ ନେଇଥିଲେ।

Google

ଭଲ ପ୍ରଦର୍ଶନ ପରେ ମଧ୍ୟ ଚହଲ ବାହାର:

ଚାହଲ ଆଇପିଏଲରେ ମୋଟ ୧୩୧ ମ୍ୟାଚରେ ୧୬୬ ୱିକେଟ ନେଇଛନ୍ତି। ଟି-୨୦ ଇଣ୍ଟରନେସନାଲରେ ସେ ୬୨ ମ୍ୟାଚରେ ୭୮ ୱିକେଟ ନେଇଛନ୍ତି। ଏହି ରେକର୍ଡ ପରେ ମଧ୍ୟ ସେ ବାହାର ହେବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।କାରଣସେ ଲଗାତର ଭାରତ ପାଇଁ ଭଲ ପ୍ରଦର୍ଶନ କରୁଥିଲେ କିନ୍ତୁ ଏହା ପରେ ମଧ୍ୟ ତାଙ୍କୁ ଟିମରେ ରଖାଯାଇନଥିଲା।

ଏପରି ନଥିଲାକି ଟିମରେ ଅଧିକ ପେସରଙ୍କୁ ରଖିବା ପାଇଁ ଚାହଲଙ୍କୁ ବାହାର କରାଯାଇନଥିଲା। ସ୍ପିନରଙ୍କ ମଧ୍ୟରେ ଆର ଅଶ୍ୱିନୀ, ରବିନ୍ଦ୍ର ଜାଡେଜା, ବରୁଣ ଚକ୍ରବର୍ତ୍ତୀ ଓ ରାହୁଲ ଚାହାରଙ୍କୁ ସାମିଲ କରାଯାଇଥିଲା।

Google

କହିରଖିବୁକି ଚାହଲ ୨୭ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଥିବା ଏସିଆ କପରେ ଭାରତୀୟ ଟିମରେ ଚୟନ ହୋଇଛନ୍ତି। ଏସିଆ କପ ୨୦୨୨ରେ ଭାରତ ନିଜର ପ୍ରଥମ ମ୍ୟାଚ ୨୮ ଅଗଷ୍ଟକୁ ପାକିସ୍ତାନ ବିରୁଦ୍ଧରେ ଖେଳିବାର ଅଛି। ତେବେ ଚାହଲ ଜଣେ ଉଚ୍ଚକୋଟୀର ବୋଲର ଅଟନ୍ତି। ସେ ଅନେକ ମ୍ୟାଚ ବିଜୟୀ ବୋଲିଂ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *