ବ୍ୟୁରୋ ରିପୋର୍ଟ: ଭାରତୀୟ ଲେଗ ସ୍ପିନର ୟୁଜବେନ୍ଦ୍ର ଚାହଲ ଆଇପିଏଲ ୨୦୨୨ରେ ଭଲ ପ୍ରଦର୍ଶନ କରିଛନ୍ତି। ଏହି ଲିଗରେ ପ୍ରଦର୍ଶନ ପୂର୍ବରୁ ତାଙ୍କୁ ସମୟ ସଂଘର୍ଷ କରିବାକୁ ପଡିଥିଲା। ଆଇପିଏଲର ପୂର୍ଵ ସିଜନରେ ସେ ଖାସ ପ୍ରଦର୍ଶନ କରିପାରିନଥିଲେ ଯାହା ଦ୍ୱାରା ଟି-୨୦ ବିଶ୍ୱକପରେ ତାଙ୍କ ଜାଗାରେ ରାହୁଲ ଚାହାରଙ୍କୁ ମୌକା ମିଳିଥିଲା। ଏହି ଆଇପିଏଲ ସିଜନରେ ସେ ରାଜସ୍ଥାନ ରୟାଲ୍ସ ପଟୁ ଖେଳୁଛନ୍ତି ଓ ଏହି ସିଜନରେ ସେ ଏବେ ପର୍ଯ୍ୟନ୍ତ ସବୁଠୁ ଅଧିକ (୨୨) ୱିକେଟ ନେଇଛନ୍ତି। ଏହା ମଧ୍ୟରେ ମହାନ ପେସର ସୋନ ପୋଲକ କହିଛନ୍ତି ଟି-୨୦ ବିଶ୍ୱକପ ପାଇଁ ଚାହଲଙ୍କୁ ମୌକା ମିଳିବା ଉଚିତ।

ଏହି ଆଇପିଏଲ ସିଜନରେ ଚାହଲ ଥରେ ୫ ୱିକେଟ ନେଇଛନ୍ତି ଓ ହାଟ୍ରିକ ତାଙ୍କ ନାମରେ ଅଛି।ଅନ୍ୟପଟେ ଚାହାର ଏହି ସିଜନରେ ଏବେ ପର୍ଯ୍ୟନ୍ତ ୧୨ ଟି ୱିକେଟ ନେଇଛନ୍ତି। ଏହାକୁ ଦେଖି ପୋଲକ ରାୟ ଦେଇଛନ୍ତିକି ଆଗାମୀ ଟି-୨୦ ବିଶ୍ୱକପରେ ଦୁହିଁଙ୍କ ମଧ୍ୟରୁ କାହାକୁ ମୌକା ମିଳିବା ଉଚିତ। ସେ କ୍ରିକବଜକୁ କହିଛନ୍ତି,”ଏଥିରେ କୌଣସି ସଂଦେହ ନାହିଁକି ଚହଲ ନିଜ ଫର୍ମକୁ ଫେରି ଆସିଛନ୍ତି। ସେ ନିଜ ପୁରୁଣା ରଂକୁ ଫେରିଆସିଛନ୍ତି। ଆପଣ ଦେଖିଥିବେ ସେ ବଲକୁ ଭଲ ସେ ଡେଲିଭରି କରୁଛନ୍ତି”।
ଦକ୍ଷିଣ ଆଫ୍ରିକାର ପୂର୍ଵ ଅଧିନାୟକ ପୋଲକ ଆଗକୁ କହିଛନ୍ତି,”ମତେ ଲାଗୁଛି କି ଏବେ ଚାହଲ ଆଗାମୀ ଟି-୨୦ ବିଶ୍ୱକପରେ ଚୟନ ପାଇଁ ଦାବିଦାର ହେବେ। ମୁଁ କେବଳ ତାଙ୍କୁ ଟିମକୁ ଫେରିବାର ଦେଖିବାକୁ ଚାହିଁଛି କାରଣ ସେ ଜଣେ ମହାନ ବୋଲର ଅଟନ୍ତି। ମୁମ୍ବାଇରେ ତାଙ୍କ ସହ କିଛି ସମୟ ଅଛି ଯେବେ ବି ପରିସ୍ଥିତି ଭଲ ରହିଥାଏ ସେବେ ଟିମରେ ସେ ରହିବା ସବୁକିଛି କି ଆହୁରି ଆନନ୍ଦ ଦାୟକ କରିଥାଏ”।

୪୮ ବର୍ଷୀୟ ପୋଲକ ଏହା ମଧ୍ୟ କହିଛନ୍ତିକି ପୂର୍ଵ ଟି-୨୦ ବିଶ୍ୱକପ ପୂର୍ବରୁ ଚହଲ ଖରାପ ଫର୍ମ ଦେଇ ଗତିକରୁଥିଲେ। ସେ କହିଛନ୍ତି,”ଯେବେ ପୂର୍ଵ ଟି-୨୦ ବିଶ୍ୱକପ କଥା ଉଠୁଛି ସେବେ ଚହଲ ଫର୍ମରେ ନଥିଲେ। ସେ ଫର୍ମରୁ ବାହାର ଥିଲେ,ସେ ଭଲ ବଲ ପକାଉନଥିଲେ ଏହା ଆମ ସମସ୍ତଙ୍କୁ ଜଣାଅଛି”।
IPL 2022 ରେ ରାହୁଲ ଚାହାର ପଞ୍ଜାବ ଦଳରେ ଥିବା ବେଳେ ୟୁଜି ଚାହଲ ରାଜସ୍ଥାନ ଦଳରେ ଅଛନ୍ତି। ଚାହଲ ଏହି ସିଜିନରେ ୫ଟି ୱିକେଟ ଗୋଟିଏ ମ୍ୟାଚରେ ବି ନେଇଥିଲେ। ପୂର୍ବରୁ IPLରେ ଚାହଲ ବାଙ୍ଗାଲୋର ଆଡେ ଏବଂ ଚାହାର ମୁମ୍ବାଇ ଆଡେ ଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।