ଇଂଲଣ୍ଡ ବିପକ୍ଷରେ ଦମଦାର ବୋଲିଂ କରି ଚାହଲ ହାସଲ କଲେ ବଡ଼ କୀର୍ତ୍ତିମାନ! ଏହି ଭାରତୀୟ ବୋଲରଙ୍କ ରେକର୍ଡ କୁ କଲେ ପାର

ବ୍ୟୁରୋ ରିପୋର୍ଟ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ତିନୋଟି ମ୍ୟାଚର ଏକଦିବସିୟ ସିରିଜର ଦ୍ୱିତୀୟ ମ୍ୟାଚ ଖେଳାଯାଇଥିଲା ଯେଉଁଥିରେ ଇଂଲଣ୍ଡ ଜିତି ଯାଇଥିଲା। ଇଂଲଣ୍ଡର ଏପରି ଅବସ୍ଥା ପାଇଁ ଭାରତୀୟ ଲେଗ ସ୍ପିନର ୟୁଜବେନ୍ଦ୍ର ଚାହଲ ଦାୟୀ। ସେ ଟିମ ପାଇଁ ଦମଦାର ବୋଲିଙ୍ଗ କରି ଏବେ ପର୍ଯ୍ୟନ୍ତ ୪ଟି ୱିକେଟ ନେଇ ସାରିଲେଣି ଚାହଲ ଯେଉଁ ୱିକେଟ ନେଇଛନ୍ତି ସେଥିରେ ଜନି ବେୟରଷ୍ଟୋ,ଜୋ ରୁଟ,ବେନ ଷ୍ଟୋକସ ଓ ମୋଇନ ଅଲ୍ଲୀଙ୍କ ପରି ଧୁରନ୍ଧର ଖେଳାଳିଙ୍କ ନାମ ସାମିଲ ଅଛି।

Google

ଇଂଲଣ୍ଡ ବିରୁଦ୍ଧରେ ଏହି ଦମଦାର ବୋଲିଙ୍ଗ ପରେ ସେ ଏକ ଖାସ ରେକର୍ଡ ନିଜ ନାମରେ କରିଛନ୍ତି।ସେ ଭାରତ ପାଇଁ ଏକଦିବସିୟରେ ସବୁଠୁ ଅଧିକ ୱିକେଟ ନେବା ମାମଲାରେ ଉମେଶ ଯାଦବଙ୍କୁ ପଛରେ ପକାଇ ୨୧ ତମ ଖେଳାଳି ହୋଇଯାଇଛନ୍ତି। ଇଂଲଣ୍ଡ ବିରୁଦ୍ଧରେ ଦ୍ୱିତୀୟ ଏକଦିବସିୟ ପୂର୍ବରୁ ସେ ୨୨ ତମ ସ୍ଥାନରେ ଥିଲେ। ଉମେଶ ଯାଦବ ଏକଦିବସିୟରେ ୭୫ ମ୍ୟାଚର ୭୩ ପାରିରେ ୩୩.୬୩ ଔସତରେ ୧୦୬ ୱିକେଟ ନେଇଛନ୍ତି। ଏବେ ଚାହଲଙ୍କ ନାମରେ ୧୦୮ ୱିକେଟ ହୋଇଯାଇଛି।

ଚହଲଙ୍କ କ୍ୟାରିୟର କଥା କହିବା ତ ସେ ଭାରତ ପାଇଁ ୬୩ ଏକଦିବସିୟ ମ୍ୟାଚର ୬୨ ପାରିରେ ୨୬.୯୫ ଔସତରେ ୧୦୮ ୱିକେଟ ନେଇଛନ୍ତି।ଏକଦିବସିୟରେ ତାଙ୍କ ନମାରେ ଚାରିଥର ୪ ଓ ଦୁଇ ଥର ୫ ୱିକେଟ ନେବାର କାରନାମା ଅଛି।ଏକଦିବସିୟରେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ୪୨ ରନ ଦେଇ ୬ ୱିକେଟ ଅଟେ।

Google

ଏହା ସହ ସେ ୬୨ ଟି-୨୦ ଇଣ୍ଟରନେସନାଲ ମ୍ୟାଚର ୬୧ ପାରିରେ ୨୩.୯ ଔସତରେ ୭୯ ୱିକେଟ ନେଇଛନ୍ତି। ଟି-୨୦ ଇଣ୍ଟରନେସନାଲରେ ତାଙ୍କ ନାମରେ ୨ ଥର ୪ ଓ ଥରେ ୫ ୱିକେଟ ନେବାର କାରନାମା ଅଛି। ଏବେ ସେ ଭାରତ ପାଇଁ ଟି-୨୦ ଇଣ୍ଟରନେସନାଲରେ ସବୁଠୁ ଅଧିକ ୱିକେଟ ନେଇଥିବା ବୋଲର ଅଟନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *