ବ୍ୟୁରୋ ରିପୋର୍ଟ: ଡ଼ରହମ କ୍ରିକେଟ କାଉଂଟି କ୍ଳବ କହିଛି ଭାରତୀୟ ଲେଗ ସ୍ପିନର ୟୁଜବେନ୍ଦ୍ର ଚାହଲ ତାଙ୍କ ମୁଖ୍ୟ ଜେମ୍ସ ଫ୍ରାଙ୍କଲିନଙ୍କ ଉପରେ ଲଗାଇଥିବା ଶାରୀରିକ ଉତ୍ପୀଡ଼ନାର ଅଭିଯୋଗକୁ ନେଇ ସେ ନ୍ୟୁଜିଲାଣ୍ଡର ପୂର୍ଵ ବୋଲରଙ୍କ ସହିତ ବ୍ୟକ୍ତିଗତ ଆଲୋଚନା କରିବେ। ଏହି ବର୍ଷର ଆରମ୍ଭ ଆରସିବିର ପୋଡ଼କାଷ୍ଟରେ ଚାହଲ ୨୦୧୧ର ସେହି ଘଟଣା ବିଷୟରେ କହିଥିଲେ। ଯେବେ ମୁମ୍ବାଇ ଇଣ୍ଡିଆନ୍ସରେ ତାଙ୍କର ସାଥି ଫ୍ରାଙ୍କଲିନ ଓ ଆଣ୍ଡୟୁ ସାଇମଣ୍ଡ ତାଙ୍କୁ ସେହି ବର୍ଷ ଚମ୍ପିୟାନସ୍ ଲିଗ ଫାଇନାଲରେ ଜିତିବାର ସେଲିବ୍ରେସନରେ ବାନ୍ଧିଦେଇଥିଲେ।

ଇଏସପିଏସ କ୍ରିକଇନ୍ଫୋର ଖବର ଅନୁସାରେ ଡ଼ରହମ ବୟାନରେ କହିଛି,”ଆମେ ୨୦୧୧ରେ ଘଟିଥିବା ସେହି ଘଟଣା ବିଷୟରେ ଅଳ୍ପଦିନ ତଳେ ହିଁ ଜାଣିଲୁ ଯେଉଁଥିରେ ଆମର କୋଚିଙ୍ଗ ଷ୍ଟାପଙ୍କ ନାମ ଆସିଛି। କାଉଂଟିର ଅନୁସାରେ ,ଆମର କର୍ମଚାରୀଙ୍କ ସହିତ ଜଡିତ କୌଣସିବି ମାମଲା ଉପରେ କ୍ଳବ ତଥ୍ୟ ଜାଣିବା ପାଇଁ ସେହି ପକ୍ଷଙ୍କ ସହ ବ୍ୟକ୍ତିଗତ ଭାବେ କଥାହେବ”।
ମୁହଁରେ ଲଗାଇଦେଇଥିଲେ ଟେପ:
ଆରସିବିର ସେହି ପୋଡ଼କାଷ୍ଟରେ ଚାହଲ ଏହା ମଧ୍ୟ କହିଥିଲେକି ସେହି ସମୟରେ ତାଙ୍କ ମୁହଁରେ ଟେପ ଲଗାଇଦିଆଯାଇଥିଲା ଓ ତାଙ୍କୁ ରାତିସାରା ପାଇଁ ରୁମରେ ଏକାକୀ ଛାଡିଦିଆଯାଇଥିଲା। ଜେମ୍ସ ଫ୍ରାଙ୍କଲିନ ଆଇପିଏଲ ୨୦୧୧ ରୁ ୨୦୧୩ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ଟିମର ଅଂଶ ଥିଲେ। ତାଙ୍କୁ ୨୦୧୯ ଆରମ୍ଭରେ ଡ଼ରହମ କାଉଂଟି କ୍ଳବର କୋଚ ନିଯୁକ୍ତି କରାଯାଇଛି।
A shocking story of Yuzvendra Chahal😳#IPL2022 | #MI | #RR | @yuzi_chahal pic.twitter.com/uBGv1snNU3
— CricTracker (@Cricketracker) April 8, 2022
ନିଶାସକ୍ତ ଅବସ୍ଥାରେ ଥିଲେ ଫ୍ରାଙ୍କଲିନ ଓ ସାଇମଣ୍ଡସ:
ଚହଲ କହିଥିଲେ,”ଏହା ୨୦୧୧ର ଘଟଣା ଅଟେ ଯେବେ ମୁମ୍ବାଇ ଇଣ୍ଡିଆନ୍ସ ଚମ୍ପିୟାନଲିଗ ଜିତିଥିଲା। ଆମେ ଚେନ୍ନାଇରେ ଥିଲୁ ଓ ଆଣ୍ଡୟୁ ସାଇମଣ୍ଡ ଅଧିକ ଫଳରସ ପି ଦେଇଥିଲେ। ମତେ ଜଣା ନଥିଲା ସେ କଣ ଭାବୁଥିଲେ କିନ୍ତୁ ଜେମ୍ସ ଫୈକଲିନ ଓ ସାଇମଣ୍ଡସ ମୋ ହାତ ଓ ଗୋଡ଼ ବାନ୍ଧିଦେଇ ମତେ କହିଲେ ଏବେ ଖୋଲିକି ଦେଖାଅ। ସେ ଏତେ ନିଶାରେ ଥିଲେ କି ମୋ ମୁହଁରେ ଟେପ ଲଗାଇଦେଇଥିଲେ ପାର୍ଟିରେ ବ୍ୟସ୍ତ ରହି ମୋ କଥା ମଧ୍ୟ ଭୁଲିଯାଇଥିଲେ”।
ଚହଲଙ୍କ ଅନୁସାରେ,”ଜେମ୍ସ ଫ୍ରାଙ୍କଲିନ ଓ ସାଇମଣ୍ଡ ସେଠାରୁ ଚାଲିଯାଇଥିଲେ। ସକାଳେ ଜଣେ ରୁମ ସଫାକରିବା ଵାଲା ଆସିଲା ଓ ସେ ମତେ ଦେଖି ଅନ୍ୟ କିଛି ଲୋକଙ୍କୁ ଆଣି ମତେ ଖୋଲିଲା”ଚହଲ ଏଥିପାଇଁ ଦୁଃଖୀତ ଏହି ଘଟଣା ପାଇଁ ଦୁଇ କ୍ରିକେଟର ତାଙ୍କୁ କେବେ କ୍ଷମା ମାଗିନାହାଁନ୍ତି। ଫ୍ରାଙ୍କଲିନ ଓ ସାଇମଣ୍ଡଙ୍କ ଉପରେ ଲାଗିଥିବା ଏହି ଅଭିଯୋଗ ସେବେ ସାମ୍ନାକୁ ଆସିଲା ଯେବେ ଅଳ୍ପ ଦିନ ତଳେ ଚହଲ ଖୁଲାସା କରିଥିଲେ କି ୨୦୧୩ରେ ବାଙ୍ଗଲୋରରେ ଆଇପିଏଲ ମ୍ୟାଚ ପରେ ପାର୍ଟିରେ ନିଶାଶକ୍ତ ଅବସ୍ଥାରେ ଥିବା ଖେଳାଳି ତାଙ୍କୁ ୧୫ ମହଲାରେ ଲଟକାଇଦେଇଥିଲେ।
Must watch video
Yuzi chahal sharing a memory when he was in Mumbai Indians#IPL2022 pic.twitter.com/CFMcxMHoUL— Robin Saroy (@RobinSaroy) April 7, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।