କୁଲଦୀପ ଯାଦବଙ୍କୁ ରବି ଶାସ୍ତ୍ରୀ କହିଥିଲେ ନମ୍ବର-୧ ବିଦେଶୀ ସ୍ପିନର, ଅଶ୍ୱିନୀ ହୋଇଥିଲେ ମର୍ମାହତ !

ଭାରତୀୟ ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ସ୍ପିନରଙ୍କ ମଧ୍ୟରୁ ଜଣେ ମାନାଯାଏ। ଯେବେ କଥା ଟେଷ୍ଟ କ୍ରିକେଟର ଆସିଥାଏ ସେବେ ତାଙ୍କ ରେକର୍ଡ ଅତୁଳନୀୟ ହୋଇଥାଏ। ଅଶ୍ୱିନୀ ଅଳ୍ପଦିନ ତଳେ ସ୍ୱୀକାର କରିଥିଲେକି ରବି ଶାସ୍ତ୍ରୀଙ୍କ ଦ୍ଵାରା ବର୍ଷ ୨୦୧୯ରେ ସିଡନିରେ ଭାରତର ନମ୍ବର ୧ ବିଦେଶୀ ସ୍ପିନର କୂଳଦୀପ ଯାଦବଙ୍କୁ କହିବା ଦ୍ଵାରା ସେହି ସମୟରେ ଅଶ୍ୱିନୀଙ୍କୁ ବହୁତ ଦୁଃଖ ହୋଇଥିଲା। ଏହା ଉପରେ ଅଶ୍ୱିନୀ କହିଛନ୍ତିକି ସେହି ସମୟରେ ମତେ ବହୁତ ଦୁଃଖ ଅନୁଭବ ହୋଇଥିଲା।

ଅଷ୍ଟ୍ରେଲିଆ ବିରୁଦ୍ଧରେ ୨୦୧୯ରେ ବର୍ଷାରେ ପ୍ରଭାବିତ ସିଡନି ଟେଷ୍ଟରେ କୁଲଦୀପ ଯାଦବ ସୁନ୍ଦର ପ୍ରଦର୍ଶନ କରିଥିଲେ ଓ ୫ ଟି ୱିକେଟ ନେଇଥିଲେ। ଏହି ମ୍ୟାଚ ଡ୍ର ହୋଇଥିଲା କିନ୍ତୁ ଭାରତ ଅଷ୍ଟ୍ରେଲିଆରେ ଐତିହାସିକ ଟେଷ୍ଟ ସିରିଜ ଜିତିଯାଇଥିଲା। ଏହି ବିଜୟ ପରେ ପୂର୍ଵ ଭାରତୀୟ ହେର୍ଡ କୋଚ ରବି ଶାସ୍ତ୍ରୀ କହିଥିଲେକି କୂଳଦୀପ ଯାଦବ ଏବେ ତାଙ୍କର ସର୍ବଶ୍ରେଷ୍ଠ ବିଦେଶୀ ସ୍ପିନର।ଏହା ସହ ସେ ଅଶ୍ୱିନୀଙ୍କ ଆଘାତ ଓ ଫିଟନେସକୁ ନେଇ କହିଥିଲେ ସମସ୍ତଙ୍କ ପାଖରେ ସମୟ ଅଛି।

ରବିଚନ୍ଦ୍ରନ ଅଶ୍ୱିନୀ କ୍ରିକେଟ ମଂଥଲିକୁ ଦେଇଥିବା ଏକ ଇଣ୍ଟରଭିଉରେ କହିଛନ୍ତି,”ମୁଁ ରବି ଭାଇଙ୍କର ବହୁତ ସଂମାନ କରିଥାଏ, ଆମେ ସମସ୍ତେ କରିଥାଉ ଓ ମୁଁ ବୁଝିଛିକି ଆମେ ସବୁ କିଛି କହିପାରିବୁ ଓ ପୁଣି ତାଙ୍କୁ ଫେରାଇ ନେଇପାରିବା। ସେହି ସମୟରେ କିନ୍ତୁ ମତେ ବହୁତ ଦୁଃଖ ଅନୁଭବ ହୋଇଥିଲା। ଆମେ ସବୁ ଏହି କଥା ଉପରେ କଥାହେଉକି ନିଜ ସାଥି ମାନଙ୍କ ସଫଳତାର ଆନନ୍ଦ ନେବା କେତେ ମହତ୍ତ୍ୱପୂର୍ଣ୍ଣ ଅଟେ। ମୁଁ କୂଲଦୀପଙ୍କ ପାଇଁ ଖୁସି ଥିଲି କାରଣ ମୁଁ ଅଷ୍ଟ୍ରେଲିଆରେ ୫ ୱିକେଟ ନେଇପାରିନଥିଲି କିନ୍ତୁ ଅଷ୍ଟ୍ରେଲିଆରେ ତାଙ୍କ ପାଖରେ ୫ ୱିକେଟ ଥିଲା। ମତେ ଜଣାଅଛି କି ଏହା କେତେବଡ଼ କଥା। ଏପରିକି ଯେବେ ମୁଁ ଅନ୍ୟ ସମୟରେ ମଧ୍ୟ ଭଲ ବୋଲିଙ୍ଗ କରିଛି ୫ ୱିକେଟ ନେଇପାରି ନାହିଁ”।

ଏହା ବିଷୟରେ ଆଗକୁ ବିସ୍ତାର ରୂପରେ ଅଶ୍ୱିନୀ ଏକ କଥା କହିଛନ୍ତିକି ଟିମର ସାଥି ଖେଳାଳିଙ୍କ ସଫଳତାର ଆନନ୍ଦ ନେବା ପାଇଁ ଟିମର ଅଂଶ ଅନୁଭବ କରିବା ମହତ୍ତ୍ୱପୂର୍ଣ୍ଣ ଅଟେ। କିନ୍ତୁ ତାଙ୍କ ସହିତ ଏପରି ନଥିଲା। ସିନିୟର ଖେଳାଳିଙ୍କୁ ବସ ତଳେ ପକାଯାଇଥିବା ଭଳି ଅନୁଭବ ହେଲା।ଏହା ପରେ ମଧ୍ୟ ସେ ସେଲିବ୍ରେସନରେ ସାମିଲ ହୋଇଗଲେ କାରଣ ଭାରତ ବଡ଼ ସିରିଜ ଜିତିଥିଲା।

ସେ କହିଛନ୍ତି,”ଯଦି ମତେ ଆସିବାର ଅଛି ତାଙ୍କ ଖୁସି ଓ ଟିମର ସଫଳତାରେ ଭାଗ ନେବାର ଅଛି ତେବେ ମତେ ଏହି ଅନୁଭବ ହେବା ଆବଶ୍ୟକକି ମୁଁ ଏଠାରେ ଅଛି। ଯଦି ମତେ ଲାଗୁଛିକି ମତେ ବସ ତଳେ ପକାଇଦିଆଯାଉଛି ତେବେ ମତେ ଟିମର ସଫଳତାରେ ଭାଗ ନେବା ପାଇଁ କିପରି ଉଠିବା ଆବଶ୍ୟକ ଓ ପାର୍ଟିରେ ଆସିବା ଆବଶ୍ୟକ”। ମୁଁ ଫେରିକି ନିଜ ରୁମକୁ ଗଲି ଓ ପତ୍ନୀଙ୍କ ସହ କଥାହେଲି, ମୋ ପିଲା ମଧ୍ୟ ସେଠାରେ ଥିଲେ। ମୁଁ ସେହି ପାର୍ଟିରେ ଅଂଶଗ୍ରହଣ କଲି କାରଣ ଆମେ ଏକ ବଡ଼ ସିରିଜ ଜିତିଥିଲୁ”

କହିରଖିବୁକି ଅଶ୍ୱିନୀ ଆଶ୍ଚର୍ଯ୍ୟଜନକ ଭାବେ ଏହି ବର୍ଷ ଆରମ୍ଭରେ ଇଂଲଣ୍ଡ ବିରୁଦ୍ଧରେ ଟେଷ୍ଟ ସିରିଜ ଖେଳିଲେ ନାହିଁ। ଏହା ପରେ ସେ ୟୁଏଇରେ ଅନୁଷ୍ଠିତ ଟି-୨୦ ବିଶ୍ୱକପରେ ଆଶ୍ଚର୍ଯ୍ୟରୂପରେ ଫେରିଲେ। ତାଙ୍କୁ ଘରେ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ଟେଷ୍ଟ ସିରିଜରେ ପ୍ଲେୟାର ଅଫ ଦି ସିରିଜ ମଧ୍ୟ ବଛାଯାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *