ଭାରତ ବିପକ୍ଷ ସିରିଜ ପାଇଁ ସାଉଥ ଆଫ୍ରିକା ଘୋଷଣା କଲା ଟିମ! ଦଳେ ବଡ଼ ବଡ଼ ମ୍ୟାଚ ବିଜେତା ସାମିଲ!

ବ୍ୟୁରୋ ରିପୋର୍ଟ: ଭାରତୀୟ କ୍ରିକେଟ ଦଳ ବିପକ୍ଷରେ ୯ ଜୁନରେ ହେବାକୁ ଥିବା ଟି-୨୦ ମୁକାବିଲା ପାଇଁ ଦକ୍ଷିଣ ଆଫ୍ରିକା ତାର ଖେଳାଳି ମାନଙ୍କ ଘୋଷଣା କରିଛି ଏବଂ ଏଥର ଦକ୍ଷିଣ ଆଫ୍ରିକା କୌଣସି ପ୍ରକାରର ପରୀକ୍ଷା ନକରି ସିଧା ସଳଖ ଭାବରେ ତାର ସର୍ବଶ୍ରେଷ୍ଠ ଖେଳାଳି ମାନଙ୍କୁ ଖେଲାଇଛି। ଏହା ସହ ସେ କିଛି ବହୁ ଅଭ୍ୟସ୍ତ ଖେଳାଳି ମାନଙ୍କୁ ମଧ୍ୟ ଏହି ଦଳରେ ସାମିଲ କରିଛି ଯେଉଁମାନେ ଭାରତ ବିପକ୍ଷରେ ଟ୍ରମ୍ପ କାର୍ଡ ବୋଲି ସାବ୍ୟସ୍ତ ହୋଇ ପାରନ୍ତି। ଏହି ଟିମକୁ ଦେଖି ଦକ୍ଷିଣ ଆଫ୍ରିକାର ରହସ୍ୟ ପ୍ରାୟ ଜଣା ପଡିଯାଉଛି ସେ ଅକ୍ଟୋବର ମାସରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ନିଜର ଦଳ ପ୍ରସ୍ତୁତ କରିବାରେ ଲାଗୁଛି।

Google

ଲମ୍ବା ସମୟର ଆଇପିଏଲ ପରେ ଭାରତୀୟ ଖେଳାଳି ମାନେ ପ୍ରଥମ ଥର ପାଇଁ ଏହି ଆନ୍ତର୍ଜାତୀୟ ସିରିଜ ଖେଳିବାକୁ ଯାଉଛନ୍ତି। ଯେଉଁଠି ଅନ୍ୟ ଦେଶର କ୍ରିକେଟ ଦଳ ହେବାକୁ ଥିବା ବିଶ୍ୱକପ ପାଇଁ ନିଜର ଦଳ ପ୍ରସ୍ତୁତ କରିବା ପାଇଁ ଲାଗିଛନ୍ତି ସେହି ପରି ଭାରତ ମଧ୍ୟ ଆଗକୁ ଆସୁଥିବା ଟି ୨୦ ବିଶ୍ୱକପ ପାଇଁ ନିଜର ଦଳ ପ୍ରସ୍ତୁତ କରିବା ଲକ୍ଷ୍ୟରେ ଅଛନ୍ତି। ଲମ୍ବା ସମୟର ଆଇପିଏଲ ପରେ ଭାରତର ସମସ୍ତ ବଡ଼ ଖେଳାଳି ମାନଙ୍କୁ ବିଶ୍ରାମ ଦେବା ସହ ନୂତନ ଯୁବ ପ୍ରତିଭା ମାନଙ୍କ ଚୟନ ପାଇଁ ମଧ୍ୟ ଚୟନକର୍ତା ମାନଙ୍କ ଲକ୍ଷ୍ୟ ରହିବ।

ଭାରତ ବିପକ୍ଷରେ ହେବାକୁ ଥିବା ଏହି ସିରିଜରେ ଦକ୍ଷିଣ ଆଫ୍ରିକା ତରଫରୁ ବବୁମା, ଡି କକ,ହେନେରିକେସ, କ୍ଲାସେନ,କେଶବ ମହାରାଜ,ଡେଭିଡ ମିଲର,ଲୁଙ୍ଗି ନିଗିଡ଼ି, ନର୍କିଆ,ବେନ ପାନେଲ, ରବାଡା, ସାମ୍ସି,ମାକ୍ରୋ ଜେନ୍ସନ୍ ଏବଂ ଭାନ ଡ଼ର ହୁସେନ ଙ୍କୁ ସ୍ଥାନ ମିଳିଛି। ଦୀର୍ଘ ଗୋଟିଏ ବର୍ଷ ପରେ ନୋର୍କିଆ ଆନ୍ତର୍ଜାତୀୟ ଖେଳ ଖେଳିବାକୁ ଯାଉଛନ୍ତି। ସେ ପୂର୍ବ ବର୍ଷ ନିଜର ଅପରେସନ କରାଇ ଥିବାରୁ ଦଳରୁ ବାହାରେ ଥିଲେ।

ଏହି ଟି-୨୦ ସିରିଜ ଭାରତରେ ଖେଳାଯିବାର ଅଛି। ଦକ୍ଷିଣ ଆଫ୍ରିକାର ଏହି ଦଳକୁ ଜବାବ ଦେବା ପାଇଁ ଭାରତୀୟ ଚୟନକର୍ତା ମଧ୍ୟ ନିଜର ଦୃଷ୍ଟି ସମସ୍ତ ଖେଳାଳି ମାନଙ୍କ ଉପରେ ରଖିଥାଇପାରନ୍ତି।

ଏବେ ଏହା ଦେଖାଯିବ କି ଭାରତୀୟ ଚୟନକର୍ତା କେଉଁ ବଡ଼ ଖେଳାଳିଙ୍କୁ ବିଶ୍ରାମ ଦେବା ସହ କେଉଁ ନୂଆ ଖେଳାଳିଙ୍କୁ ଭାରତୀୟ ଦଳରେ ସାମିଲ କରୁଛନ୍ତି ଏବଂ ଦକ୍ଷିଣ ଆଫ୍ରିକାର ଏହି ଟିମ ଭାରତୀୟ ଟିମର କିପରି ଭାବରେ ସମ୍ମୁଖୀନ କରିବ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *