କିଏ ହେବ ଟିମ ଇଣ୍ଡିଆର ଆଗାମୀ ନୂଆ କ୍ୟାପଟେନ? ଏହି ଏହି ଖେଳାଳି କ୍ୟାପଟେନସି ସମ୍ଭାଳିବା ଦୌଡ଼ରେ ଆଗରେ, ଜାଣନ୍ତୁ ସମ୍ପୂର୍ଣ୍ଣ

କଣ ଭାରତୀୟ ଦଳର ଅଧିନାୟକ ହେବାର ପ୍ରଭାବ ରୋହିତ ଶର୍ମାଙ୍କ ବ୍ୟାଟିଂ ଉପରେ ପଡୁଛି।ରୋହିତ ଶର୍ମାଙ୍କ ଉପରେ ମଧ୍ୟ ଅଧିନାୟକ ହେବାର ପ୍ରଭାବ ପଡୁଛି କାରଣ ସେ ଏବେ ଭାରତୀୟ ଦଳର ତିନୋଟି ଯାକ ଫର୍ମାଟର ଅଧିନାୟକ ଭାର ସମ୍ଭାଳୁଛନ୍ତି।ଶୁଣାଯାଉଛି କି ଏହି ଟି-୨୦ ବିଶ୍ୱକପ ରୋହିତଙ୍କ ପ୍ରଥମ ଆଉ ଶେଷ ବିଶ୍ୱକପ ହୋଇପାରେ ଅଧିନାୟକ ଭାବରେ। ଚାଲନ୍ତୁ ଜାଣିବା ରୋହିତଙ୍କ ପରେ କିଏ ଭାରତୀୟ ଦଳର ଅଧିନାୟକ ଦୌଡ଼ରେ ରହିପାରନ୍ତି।

ଭାରତର ଏସିଆ କପ ଆଉ ମହାଲି ଟି-୨୦ ପରେ ଏହା ଚର୍ଚ୍ଚା ଧରୁଛି କି ରୋହିତ ଶର୍ମା ଟି-୨୦ ବିଶ୍ୱକପ ପରେ ନିଜର ଅଧିନାୟକ ପଦ ଛାଡି ପାରନ୍ତି। ଏହା କୁହାଯାଇପାରେ କି ନିଜର ଫିଟନେସକୁ ନେଇ ସେ କେଉଁ ସମୟରେ ବି ନିଜର କଥା ରଖିପାରନ୍ତି।

ତେବେ ଚାଲନ୍ତୁ ଏପରି କ୍ରିକେଟର ମାନଙ୍କ ଉପରେ ଯେଉଁମାନେ ରୋହିତଙ୍କ ପରେ ଭାରତୀୟ ଦଳର ଅଧିନାୟକ ପଦ ସମ୍ଭାଳି ପାରନ୍ତି। ରାହୁଲ ହେଉଛନ୍ତି ଏବେର ଭାରତୀୟ ଦଳର ଉପଅଧିନାୟକ ଆଉ ଭାରତୀୟ ଦଳର ଆଗାମୀ ଅଧିନାୟକ ହେବାର ସବୁଠାରୁ ଅଧିକ ଦାବିଦାର ରଖୁଥିବା ବ୍ୟକ୍ତି।

ରୋହିତଙ୍କ ଅନୁପସ୍ଥିତିରେ ଅଧିନାୟକ କରୁଥିବାର ମଧ୍ୟ ସାମ୍ନାକୁ ଆସିଛି। ଏକ ପକ୍ଷରେ ରାହୁଲ ଭାରତୀୟ ଦଳର ସବୁ ଫର୍ମାଟରେ ଅଧିନାୟକ ଭାର ସମ୍ଭାଳି ସାରିଛନ୍ତି। ଏହା ପୂର୍ବରୁ ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜରେ ସେ ଭାରତୀୟ ଦଳକୁ ୩-୦ ରେ ଜିତାଇଥିଲେ। ଏହା ପୂର୍ବରୁ ଏଇ.ପି.ଏଲ ରେ ମଧ୍ୟ ସେ ନିଜକୁ ସାବ୍ୟସ୍ତ କରି ସାରିଛନ୍ତି।

ଏହା ପରେ ରହିଛନ୍ତି ଋଷବ ପନ୍ତ ଯିଏ କି ନିଜର ଜବରଦସ୍ତ ଖେଳ ପାଇଁ ପରିଚିତ।ସେ ଜଣେ ୱିକେଟ କିପର ଆଉ ଅଧିନାୟକ ଭାବରେ ନିଜକୁ ସାବ୍ୟସ୍ତ କରିଛନ୍ତି।ତାଙ୍କର ଅଧିନୟକରେ ଦିଲ୍ଲୀ ଦଳ ୨୦୨୧ ରେ ପ୍ଲେଅଫକୁ ପହଂଚି ପାରିଥିଲେ।

ହାର୍ଦିକ ପାଣ୍ଡ୍ୟା ମଧ୍ୟ ଏଥର ଆଇ.ପି.ଏଲ ରେ ଗୁଜରାଟର ଅଧିନାୟକ ଭାର ସମ୍ଭାଳିଥିଲେ। ଏହା ଗୁଜରାଟ ଟାଇଟନ୍ସର ପ୍ରଥମ ଆଇ.ପି.ଏଲ ଥିଲା ଆଉ ପ୍ରଥମ ଥରରେ ହିଁ ସେ ଗୁଜରାଟକୁ ଟ୍ରଫି ଜିତିବାର ସକ୍ଷମ ହୋଇଥିଲେ। ହାର୍ଦିକ ମଧ୍ୟ ଭାରତୀୟ ଦଳର ଅଧିନାୟକ ଭରା ସମ୍ଭାଳିଛନ୍ତି ଆଉ ଆୟରଲାଣ୍ଡକୁ ହରାଇ ନିଜର ଦଳକୁ ବିଜୟର ସ୍ୱାଦ ଚଖାଇଥିଲେ। ତାଙ୍କର ଏହା ପ୍ରଥମ ଅଧିନାୟକ ଭାବରେ ଭାରତୀୟ ଦଳକୁ ବିଜୟ କରାଇଥିଲେ।

Leave a Reply

Your email address will not be published. Required fields are marked *