ଭାରତକୁ ଝଟକା! ଜବରଦସ୍ତ ଫର୍ମରେ ଥିବା ଏହି ଖେଳାଳି ସାଉଥ ଆଫ୍ରିକା ଟୁରରୁ ବାହାରିବେ! କିଏ ନେବ ତାଙ୍କ ଜାଗା?

ବ୍ୟୁରୋ ରିପୋର୍ଟ :ଆଘାତ କାରଣରୁ ଆଇପିଏଲ ୨୦୨୨ରୁ ବାହାର ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟ୍ସମ୍ୟାନ ସୂର୍ଯ୍ୟ କୁମାର ଯାଦବ ଏବେ ଦକ୍ଷିଣ ଆଫ୍ରିକା ସିରିଜରୁ ମଧ୍ୟ ବାହାରି ପାରନ୍ତି। ଏପରି ଖରାପ ଆସୁଛି କି ତାଙ୍କୁ ଠିକ ହେବାକୁ ୪ ସପ୍ତାହ ଲାଗିପାରେ। ତେଣୁ ୯ ଜୁନରୁ ଦକ୍ଷିଣ ଆଫ୍ରିକା ସହ ଆରମ୍ଭ ହେବାକୁ ଥିବା ୫ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ସେ ଖେଳିବା କଷ୍ଟକର। କହିରଖିବୁ କି ଆଇପିଏଲ ୨୦୨୨ ଠିକ ପରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବାର ଅଛି। ସୂର୍ଯ୍ୟ କୁମାର ଯାଦବଙ୍କୁ ମଇ ୬ ରେ ଗୁଜୁରାଟ ଟାଇଟନ୍ସ ବିରୁଦ୍ଧରେ ମ୍ୟାଚରେ ଦୌଡିବା ସମୟରେ ଆଘାତ ଲାଗିଥିଲା। ଏହା ପରେ ସେ ଆଇପିଏଲ ୨୦୨୨ରୁ ବାହାର ହୋଇଯାଇଥିଲେ।

Google

କ୍ରିକବଜ ଜରିଆରେ ବିସିସିଆଇ ଏହା ଜଣାଇଛି କି ସୂର୍ଯ୍ୟକୁମାର ଯାଦବ କମ ସେ କମ ଚାରି ସପ୍ତାହ ଖେଳିପାରିବେନି।

ସୂର୍ଯ୍ୟ କୁମାରଙ୍କୁ ଗୁଜୁରାଟ ବିରୁଦ୍ଧରେ ମ୍ୟାଚରେ ଆଘାତ ଲାଗିଥିଲା:

ମୁମ୍ବାଇ ଇଣ୍ଡିଆନ୍ସ ବିତିଥିବା ସୋମବାରକୁ ଏକ ବୟାନ ଜାରିକରିଥିଲା ଯେଉଁଥିରେ ଲେଖିଥିଲା ,”ସୂର୍ଯ୍ୟ କୁମାର ଯାଦବଙ୍କର ହାତରେ ଆଘାତ ଲାଗିଛି ଯାହା ଦ୍ୱାରା ସେ ଆଇପିଏଲର ବାକିଥିବା ମ୍ୟାଚ ଖେଳିପାରିବେ ନାହିଁ। ତାଙ୍କୁ ବିସିବିଆଇ ମେଡିକାଲ ଟିମର ଉପଦେଶ ପରେ ଆରାମ ଦିଆଯାଇଛି”। ସୂର୍ଯ୍ୟ କୁମାର ନିଜ ଆଘାତ ଜାଣିବା ପରେ ରାଷ୍ଟ୍ରୀୟ କ୍ରିକେଟ ଏକାଡେମି ଯାଇନାହାଁନ୍ତି ବରଂ ବୁଧବାରକୁ ମୁମ୍ବାଇରେ ତାଙ୍କର ସ୍କାନିଙ୍ଗ କରାଯିବ। ଏହାର ରିପୋର୍ଟ ଆସିବା ପରେ ସେ ଏନସିଏ ଯାଇପାରିବେ।

Google

କ୍ରିକବଜର ଖବର ଅନୁସାରେ ୪ ସପ୍ତାହର ଆରାମର ମାନେ ଏହା ନୁହେଁକି ସେ ଦକ୍ଷିଣ ଆଫ୍ରିକା ସିରିଜରୁ ପୁରା ବାହାର ହୋଇଯିବେ। ତାଙ୍କୁ ସିରିଜରେ ସର୍ତ୍ତ ସହିତ ଚୟନ କରାଯାଇପାରେ। କିନ୍ତୁ ଏହା ପାଇଁ ତାଙ୍କୁ ଫିଟ ହେବା ଆବଶ୍ୟକ। ଏହି ସିରିଜପାଇଁ ଆଇପିଏଲ ଫାଇନାଲ ପରେ ଟିମ ବଛାଯିବ। ସେବେ ସୂର୍ଯ୍ୟ କୁମାର ଯାଦବଙ୍କୁ ନେଇ ସ୍ଥିତି ଜଣାପଡିବ।

ସୂର୍ଯ୍ୟ କୁମାର ଆଇପିଏଲ ୨୦୨୨ର ଆରମ୍ଭ ମ୍ୟାଚ ମଧ୍ୟ ଖେଳି ପାରିନଥିଲେ:

ସୂର୍ଯ୍ୟକୁମାର ଯାଦବ ଆଘାତ କାରଣରୁ ଆଇପିଏଲ ୨୦୨୨ର ଆରମ୍ଭର ଦ୍ୱିତୀୟ ସପ୍ତାହରେ ହିଁ ଟିମ ସହିତ ଯୋଡିହୋଇଥିଲେ। ଆଘାତ କାରଣରୁ ସେ ଶ୍ରୀଲଙ୍କା ସହ ଘରୋଇ ସିରିଜରେ ମଧ୍ୟ ଖେଳିପାରିନଥିଲେ। ଆଇପିଏଲ ୨୦୨୨ରୁ ବାହାର ହେବା ପୂର୍ବରୁ ସୂର୍ଯ୍ୟ କୁମାର ୮ ମ୍ୟାଚରେ ତିନୋଟି ଅର୍ଦ୍ଧଶତକ ସହ ୩୦୯ ରନ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *