IND vs SA: ଆଜିର ମ୍ୟାଚକୁ ନେଇ ପୂର୍ଵ ଭାରତୀୟ ଖେଳାଳିଙ୍କ ବଡ଼ ବୟାନ! କହିଲେ ଖାସ ପ୍ଲାନ

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ଵିତୀୟ ଟି-ଟ୍ୱେଣ୍ଟି ମୁକାବିଲା ଗୌହାଟୀରେ ରବିବାର ଅର୍ଥାତ ଆଜି ଖେଳାଯିବାର ଅଛି। ବର୍ତ୍ତମାନ ପ୍ରଶ୍ନ ଏହା ଯେ, ଭାରତ କଣ କଣ ପରିବର୍ତ୍ତନ କରିବ ଏହି ମ୍ୟାଚରେ ?

ପୂର୍ବତନ କ୍ରିକେଟର ଆର.ପି. ସିଂ କହିଛନ୍ତି ଯେ,’ ଭାରତୀୟ ଦଳ ନିଜ ଖେଳାଳୀରେ ପରିବର୍ତ୍ତନ କରିବାର ଆବଶ୍ୟକତା ନାହିଁ। ଗୋଟିଏ ମାତ୍ର ସମସ୍ୟା ରହିଛି ଯେ, ଯଦି କେହି ବୋଲର ମ୍ୟାଚ ମଧ୍ୟରେ ଇଂଜୁରୀ ହୁଅନ୍ତି, ତେବେ ଷଷ୍ଠ ବୋଲର ହିସାବରେ କିଏ ବୋଲିଂ କରିବେ ସେଇଟା ପ୍ରମୂଖ ସମସ୍ୟା। ଦକ୍ଷିଣ ଆଫ୍ରିକାର ଅଧିକ ବ୍ୟାଟ୍ସମ୍ୟାନ୍ ବାମହାତୀ। ତେଣୁ ଭାରତୀୟ ଦଳରେ ଜଣେ ଅଭିଜ୍ଞ ପ୍ରମୂଖ ବୋଲର ରହିବା ଆବଶ୍ୟକ।’

ପୂର୍ବତନ କ୍ରିକେଟର ଆଶିଷ ନେହେରା କହିଛନ୍ତି ଯେ,’ ଅକ୍ସର ପଟେଲ ଏବଂ ରବିଚନ୍ଦ୍ରନ ଅଶ୍ୱିନୀଙ୍କୁ ମୁଁ ଚୂଡାନ୍ତ ଏକାଦଶରେ ଦେଖିବା ପାଇଁ ଚାହିଁବି। ଉଭୟଙ୍କ ବ୍ୟାଟିଂ ଏବଂ ତାଙ୍କ ଅଫ ସ୍ପିନ ବୋଲିଂ ଦୁଇଟି ଯାକ ଦେଖିବା ବାକି ରହିଛି। ସେଥିପାଇଁ ମୁ ମତରେ ପରିସ୍ଥିତି ଯେମିତି ବି ହେଉ, ଦଳ ଆଜି ସେହି ଟିମ ସହ ଖେଳିବା ଜରୁରୀ ଅଟେ।’

ତେମ୍ବା ବଭୁମା ପ୍ରଥମ ମ୍ୟାଚର ପରବର୍ତ୍ତୀ ସମୟରେ କହିଥିଲେ ଯେ,’ ଆମେ ପିଚକୁ ପଢିବାରେ ହିଁ ଭୁଲ କରି ଦେଇଥିଲୁ। ସେଥିପାଇଁ ବ୍ୟାଟିଂ ଠିକରେ କରି ପାରିଲୁ ନାହିଁ। ଅନ୍ତିମ ଓଭର ଆଡକୁ କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିଲେ। କିନ୍ତୁ ତାହା ଦଳ ପାଇଁ ସଠିକ ସ୍କୋର ନଥିଲା।’

ଆଶିଷ ନେହେରାଙ୍କ ମାତରେ,’ ଦକ୍ଷିଣ ଆଫ୍ରିକା ଦଳ ପ୍ରଥମରୁ ହିଁ ନିଜର ମୂଲ୍ୟବାନ ୱିକେଟ ହରାଇ ଦେଇଥିଲା। ମାତ୍ର ୯ ରନରେ ଦଳ ୫ ଟି ୱିକେଟ ହରାଇ ସାରିଥିଲା। ଭାରତୀୟ ଦଳ ପାୱାରପ୍ଲେ ମଧ୍ୟରେ ୬ ଓଭରରେ ମାତ୍ର ୧୭ ରନରେ ଦୁଇଟି ୱିକେଟ ହରାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ୧୭ ଓଭରରେ ହିଁ ମ୍ୟାଚ ଜିତି ନେଇଥିଲେ। କିନ୍ତୁ ଦକ୍ଷିଣ ଆଫ୍ରିକୀୟ ଖେଳାଳି ବହୁତ ଜଲ୍ଦି ନିଜର ୱିକେଟ ହରାଇ ସାରିଥିଲେ।

ସେଥିପାଇଁ ସେ ପିଚକୁ ଠିକରେ ଜାଣିଲା ବେଳକୁ ବହୁତ ସମୟ ଚାଲି ଯାଇଥିଲା। ତେଣୁ ଅନ୍ତିମ କିଛି ଓଭରରେ ସେ ଏକ ଭଲ ସ୍କୋରରେ ପହଞ୍ଚାଇ ପାରି ନଥିଲେ। କାରଣ ପ୍ରଥମରୁ ହି ୫ ଟି ୱିକେଟ ଚାଲି ଯାଇଥିଲା। ଦକ୍ଷିଣ ଆଫ୍ରିକା ଦଳରେ ହେନରିକ କ୍ଳାସେନ ଜଣେ ଭଲ ଅତିରିକ୍ତ ଖେଳାଳି ଅଛନ୍ତି। ତାଙ୍କୁ ଦଳରେ ସ୍ଥାନ ଦେବା ଜରୁରୀ ଅଟେ। କିନ୍ତୁ ସେଇ ଖେଳାଳି ଖେଳିବା ଜରୁରୀ ଅଟେ। ତାବରେଜ ସାମସିଙ୍କ ସ୍ଥାନରେ ଜଣେ ଦ୍ରୁତ ବୋଲର ଖେଳାଇବାର ଆବଶ୍ୟକତା ରହିଛି।’

Leave a Reply

Your email address will not be published. Required fields are marked *