ବାବର ଆଜମଙ୍କ ସ୍ଥାନ ନେବାକୁ ତୟାର ସୂର୍ଯ୍ୟ କୁମାର! ଜଲଦି ଟପିବେ ପାକିସ୍ତାନର କ୍ୟାପଟେନଙ୍କୁ! ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ସୂର୍ଯ୍ୟ କୁମାର ଯାଦବ ଯଦି ଆଜି ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଚତ୍ରୁର୍ଥ ଟି-୨୦ରେ ବଡ଼ ପାରି ଖେଳିବେ ତେବେ ବର କାରନାମା କରିବେ। ସେ ଟି-୨୦ ବ୍ୟାଟ୍ସମ୍ୟାନ ରାଙ୍କିଙ୍ଗସରେ ଦୁଇ ନମ୍ବର ସ୍ଥାନରେ ଅଛନ୍ତି ଓ ପାକିସ୍ତାନର ବାବର ଆଜମ ନମ୍ବର ୧ରେ ଅଛନ୍ତି। ଯଦି ସେ ଆଜି ୫୦ ରନ କରିଦେବେ ସେବେ ସେ ନମ୍ବର ୧ରେ ପହଁଚିଯିବେ। ଟି-୨୦ ଇଣ୍ଟରନେସନାଲ କ୍ୟାରିୟର କଥା ଆଲୋଚନା କରିବା ତ ଏହି ଭାରତୀୟ ବ୍ୟାଟ୍ସମ୍ୟାନ କେବଳ ୨୨ ମ୍ୟାଚ ଖେଳିଛନ୍ତି। ଏହି ବର୍ଷ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟି-୨୦ ବିଶ୍ୱକପ ୨୦୨୨ ପାଇଁ ତାଙ୍କୁ ଟିମ ପ୍ରମୁଖ ଖେଳାଳି ମାନାଯାଉଛି। ସେ ମଧ୍ୟକ୍ରମରେ ବ୍ୟାଟିଙ୍ଗ କରିଥାନ୍ତି କିନ୍ତୁ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଟି-୨୦ ସିରିଜରେ ସେ ଓପନର ରୂପରେ ଖେଳୁଛନ୍ତି।

Google

ସେ ପୂର୍ଵ ବର୍ଷ ମାର୍ଚ୍ଚରେ ଟି-୨୦ ଇଣ୍ଟରନେସନାଲରେ ଡେବ୍ୟୁ କରିଛନ୍ତି। ଜାନୁଆରୀ ୨୦୨୧ରୁ ଟି-୨୦ରେ ଇଣ୍ଟରନେସନାଲରେ ପ୍ରଦର୍ଶନ ଆଲୋଚନା କରିବା ତ ସୂର୍ଯ୍ୟ କୁମାର ସୁନ୍ଦର ପ୍ରଦର୍ଶନ କରିଛନ୍ତି। ସେ ୨୨ ମ୍ୟାଚର ୨୦ ପାରିରେ ୩୮ ଔସତରେ ୬୪୮ ରନ କରିଛନ୍ତି। ଏଥିରେ ସେ ଗୋଟେ ଶତକ ଓ ପାଞ୍ଚ ଅର୍ଦ୍ଧଶତକ ଲଗାଇଛନ୍ତି। ମାନେ ସେ ପ୍ରତି ୬ ଟି ପାରିରେ ୫୦ ରୁ ଅଧିକ ରନ କରିଛନ୍ତି। ଏହି ସମୟରେ ତାଙ୍କର ଷ୍ଟାଇକରେଟ ୧୭୬ ର ରହିଛି।

୩୦ ଥର ଖେଳିଛନ୍ତି ୫୦ ରୁ ଅଧିକ ରନର ପାରି:

Google

ସୂର୍ଯ୍ୟ କୁମାରଙ୍କ ମୋଟ ଟି-୨୦ ରେକର୍ଡ କଥା ଆଲୋଚନା କରିବା ତ ସେ ୨୧୬ ମ୍ୟାଚର ୧୯୬ ପାରିରେ ୩୨ ଔସତରେ ୪୮୭୨ ରନ କରିଛନ୍ତି। ଏଥିରେ ସେ ୧ ଟି ଶତକ ଓ ୨୯ ଅର୍ଦ୍ଧଶତକ ଲଗାଇଛନ୍ତି। ଏହି ସମୟରେ ତାଙ୍କର ଷ୍ଟାଇକରେଟ ୧୪୫ର ରହିଛି। ସେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଲଗାତର ଭଲ ପ୍ରଦର୍ଶନ କରିଛନ୍ତି। ଏହି କାରଣରୁ ତାଙ୍କୁ ଭାରତୀୟ ଟିମରେ ଜାଗା ମିଳିଛି। ସେ ଫାଷ୍ଟକ୍ଳାସ କ୍ୟାରିଅରରେ ୫ ହଜାରରୁ ଅଧିକ ରନ ଓ ଲିଷ୍ଟ ଏ ରେ ୩ ହଜାରରୁ ଅଧିକ ରନ କରିଛନ୍ତି।

ବାବର ଷ୍ଟାଇକରେଟ ମାମଲାରେ ବହୁତ ପଛରେ ଅଛନ୍ତି:

Google

ବାବରଙ୍କର ପୂର୍ଵ ଦୁଇ ବର୍ଷରୁ ଟି-୨୦ ରେକର୍ଡ ଆଲୋଚନା କରିବା ତ ସେ ୩୦ ମ୍ୟାଚର ୨୭ ପାରିରେ ୩୯ର ଔସତରେ ୧୦୦୫ ରନ କରିଛନ୍ତି। ସେ ୧୨୯ ଷ୍ଟାଇକରେଟରେ ଗୋଟେ ଶତକ ଓ ୧୦ ଅର୍ଦ୍ଧଶତକ ଲଗାଇଛନ୍ତି। ୧୨୨ ରନର ସବୁଠୁ ବଡ଼ ପାରି ସେ ଖେଳିଛନ୍ତି। ଦୁହିଁଙ୍କର ଔସତ ପାଖାପାଖି ସମାନ କିନ୍ତୁ ଷ୍ଟାଇକରେଟ ମାମଲାରେ ସୂର୍ଯ୍ୟ କୁମାର ବାବରଙ୍କ ଠୁ ବହୁତ ଆଗରେ। ବାବର ୭୪ ଟି-୨୦ ଇଣ୍ଟରନେସନାଲ ମ୍ୟାଚର ୬୯ ପାରିରେ ୪୬ ଔସତରେ ୨୬୮୬ ରନ କରିଛନ୍ତି। ଗୋଟେ ଶତକ ଓ ୨୬ ଅର୍ଦ୍ଧଶତକ ଲଗାଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *