ବ୍ୟୁରୋ ରିପୋର୍ଟ: ଜନି ବେୟରଷ୍ଟୋ ଟି-୨୦ ବିଶ୍ୱକପ ଖେଳିବେ ନାହିଁ। ଇଂଲଣ୍ଡ କ୍ରିକେଟ ଟିମ ଶୁକ୍ରବାରକୁ ଟି-୨୦ ବିଶ୍ୱକପ ପାଇଁ ୧୫ ଜଣିଆ ସଦସ୍ୟ ବିଶିଷ୍ଟ ଟିମ ଘୋଷଣା କରିଥିଲା। କିନ୍ତୁ ଏହାର ୫ ଘଣ୍ଟା ପରେ ଟିମକୁ ବଡ଼ ଝଟକା ଲାଗିଛି। ଜବରଦସ୍ତ ବ୍ୟାଟ୍ସମ୍ୟାନ ଜନି ବେୟରଷ୍ଟୋ ଆଘାତ ହୋଇଯାଇଛନ୍ତି ଓ ଏବେ ସେ ଅଷ୍ଟ୍ରେଲିଆ ଯାଇପାରିବେ ନାହିଁ। ଇସିବି କହିଛନ୍ତି କି ଲିଡ଼ସରେ ଗୋଲ୍ଫ ଖେଳିବା ସମୟରେ ତାଙ୍କ ହାତର ତଳଭାଗରେ ଆଘାତ ଲାଗିଥିଲା। ଆଘାତର ସଠିକ ତଥ୍ୟ ପାଇଁ ଆଗାମୀ ସପ୍ତାହରେ ମେଡିକାଲ ଟିମ ତାଙ୍କ ଯାଞ୍ଚ କରିବେ। ଟିମର ଅଧିନାୟକତ୍ୱ ଜୋସ ବଟଲରଙ୍କ ପାଖରେ ଅଛି।
JUST IN: Jonny Bairstow has been ruled out of the English summer and the #T20WorldCup having suffered a freak injury playing golf
More to follow… pic.twitter.com/iokBcKJJ3y
— ESPNcricinfo (@ESPNcricinfo) September 2, 2022
ଜନି ବେୟରଷ୍ଟୋ ଏବେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ତୃତୀୟ ଟେଷ୍ଟ ମଧ୍ୟ ଖେଳିପାରିବେ ନାହିଁ। ଟି-୨୦ ବିଶ୍ୱକପ ପାଇଁ ଏବେ ପର୍ଯ୍ୟନ୍ତ ତାଙ୍କ ଜାଗରେ ଅନ୍ୟ ଖେଳାଳିଙ୍କ ନାମ ଘୋଷଣା କରାଯାଇନାହିଁ। ଟି-୨୦ ବିଶ୍ୱକପ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାର ଅଛି।ଏବେ ବେୟରଷ୍ଟୋ ସୁନ୍ଦର ଫର୍ମରେ ଚାଲୁଥିଲେ। ତେଣୁ ସେ ବାହାର ହେବା ଇଂଲଣ୍ଡ ପାଇଁ ବଡ଼ ଝଟକା ଅଟେ।
୩ ଶତକ ମାରିସାରିଛନ୍ତି:
ଜନି ବେୟରଷ୍ଟୋ ଟି-୨୦ରେ ଏବେ ପର୍ଯ୍ୟନ୍ତ ମୋଟ ୩ଟି ଶତକ ଲଗାଇସାରିଛନ୍ତି। ସେ ୧୬୭ ପାରିରେ ୩୧ ଔସତରେ ୪୩୦୪ ରନ କରିଛନ୍ତି। ଏଥିରେ ସେ ୨୫ ଅର୍ଦ୍ଧଶତକ ମଧ୍ୟ ଲଗାଇଛନ୍ତି ଓ ଷ୍ଟାଇକରେଟ ୧୩୮ର ରହିଛି। ସେ ଇଂଲଣ୍ଡ ତରଫରୁ ୬୬ ଟି-୨୦ରେ ୧୩୩୭ ରନ କରିଛନ୍ତି ଯେଉଁଥିରେ ୮ ଅର୍ଦ୍ଧଶତକ ସାମିଲ ଅଛି। ଏହି ସମୟରେ ତାଙ୍କର ଷ୍ଟାଇକ ରେଟ ୧୩୬ର ରହିଛି ଓ ସର୍ବଶ୍ରେଷ୍ଠ ସ୍କୋର ୯୦ ରହିଛି।

କହିରଖିବୁ ଭାରତ ବିରୁଦ୍ଧରେ ପଞ୍ଚମ ଟେଷ୍ଟରେ ବେୟରଷ୍ଟୋ ଦୁଇଟି ଯାକ ପାରିରେ ଶତକ ଲଗାଇଥିଲେ। ଏହା ଦ୍ଵାରା ଇଂଲଣ୍ଡ ଟିମ ସେହି ମ୍ୟାଚ ଜିତି ସିରିଜ ବରାବରୀ କରିଥିଲା। ଟିମକୁ ପାକିସ୍ତାନ ବିରୁଦ୍ଧରେ ୭ ଟି ଟି-୨୦ ମ୍ୟାଚ ମଧ୍ୟ ଖେଳିବାର ଅଛି।
ଟି-୨୦ ବିଶ୍ୱକପ ପାଇଁ ଟିମ:
ଜୋସ ବଟଲର (ଅଧିନାୟକ),ମୋଇନ ଅଲ୍ଲୀ,ହୈରି ବ୍ରୁକ,ସାମ କରନ,କ୍ରିସ ଜୋର୍ଡନ,ଲିୟାମ ଲିଭିଙ୍ଗଷ୍ଟୋନ,ଡେଭିଡ ମଲାନ,ଆଦିଲ ରାସିଦ,ଫିଲ ସାଲଟ,ବେନ ଷ୍ଟୋକ,ରିସ ଟ୍ରୋପଲି,ଡେଭିଡ଼ ୱିଲି,କ୍ରିସ ଓକ୍ସ ଓ ମାର୍କ ଉଡ଼।