ପୂଜାରାଙ୍କ ଜବରଦସ୍ତ ବ୍ୟାଟିଂ! ୫୦ ଓଭର ଫର୍ମାଟରେ ଖେଳିଲେ ଆକର୍ଷଣୀୟ ପାରି, ଦେଖନ୍ତୁ ଭିଡିଓ

ବ୍ୟୁରୋ ରିପୋର୍ଟ: ଚେତେଶ୍ୱର ପୂଜାରା ଇଂଲଣ୍ଡରେ ରୟାଲ ଏକଦିବସିୟ କପରେ ଧମାଲ କରୁଛନ୍ତି। ଟେଷ୍ଟରେ ମହାନ ବ୍ୟାଟ୍ସମ୍ୟାନ କୁହାଯାଉଥିବା ପୂଜାରା ଏକଦିବସିୟରେ ଟି-୨୦ ଷ୍ଟାଇଲରେ ବ୍ୟାଟିଙ୍ଗ କରୁଛନ୍ତି। ସେ ଇଂଲଣ୍ଡର ରୟାଲ ଏକଦିବସିୟ କପରେ ଲଗାତର ଦ୍ୱିତୀୟ ଶତକ ଲଗାଇଛନ୍ତି। ସେ ସସେକ୍ସ ତରଫରୁ ଖେଳି ସରେ ବିରୁଦ୍ଧରେ ୧୩୧ ବଲରେ ୧୭୪ ରନର ପାରି ଖେଳିଛନ୍ତି। ଏହି ପାରିରେ ସେ ୨୦ ଚୌକା ଓ ୨ ଟି ଛକା ଲଗାଇଛନ୍ତି।ଏଥିରେ ତାଙ୍କ ଷ୍ଟାଇକ ରେଟ ୧୩୨ ରହିଥିଲା। ପୂଜାରାଙ୍କ ଏହି ରୂପ ବହୁତ କମ ଦେଖିବା ପାଇଁ ମିଳିଥାଏ। ସେ ପାଖାପାଖି ୩୪ ବର୍ଷ ବୟସରେ ୫୦ ଓଭର ଫର୍ମାଟରେ କ୍ୟାରିୟରର ସର୍ବଶ୍ରେଷ୍ଠ ପାରି ଖେଳିଛନ୍ତି। ଏହା ପୂର୍ବରୁ ତାଙ୍କ ସର୍ବଶ୍ରେଷ୍ଠ ସ୍କୋର ୧୫୮ ନଟ ଆଉଟ ଥିଲା।

ପୂଜାରାଙ୍କ ଏହି ପାରି ଦ୍ଵାରା ସସେକ୍ସ ୫୦ ଓଭରରେ ୬ ୱିକେଟ ହରାଇ ୩୭୮ ରନ କରିଥିଲା। ତାଙ୍କ ଛଡା ତୃତୀୟ ନମ୍ବରରେ ଓହ୍ଲାଇଥିବା ଟୋମ କ୍ଲାର୍କ ୧୦୪ ରନର ପାରି ଖେଳିଥିଲେ। ପୂଜାରା ସସେକ୍ସର ଅଧିନାୟକ ମଧ୍ୟ ଅଟନ୍ତି। ଏହା ପୂର୍ବରୁ ପୂଜାରା ବାର୍ବୀକସାୟର ବିରୁଦ୍ଧରେ ୧୦୭ ରନର ଜବରଦସ୍ତ ପାରି ଖେଳିଥିଲେ।

ପୂଜାରା ୨୦୧୪ ରୁ ଭାରତ ପାଇଁ ଏକଦିବସିୟ କ୍ରିକେଟ ଖେଳିନାହଁନ୍ତି। ଟେଷ୍ଟ ଟିମରେ କିନ୍ତୁ ସେ ନିୟମିତ ସଦସ୍ୟ ଅଟନ୍ତି। ସେ ଭାରତ ପାଇଁ ୯୬ ଟେଷ୍ଟରେ ୪୪ ଔସତରେ ୬୭୯୨ ରନ କରିଛନ୍ତି। ସେ ଟେଷ୍ଟ କ୍ରିକେଟରେ ୧୮ ଶତକ ଓ ୩୩ ଅର୍ଦ୍ଧଶତକ ଲଗାଇଛନ୍ତି। ଫାଷ୍ଟକ୍ଳାସ କ୍ରିକେଟରେ ତାଙ୍କ ଔସତ ୫୨ ଅଟେ। ଧିମା ବ୍ୟାଟିଙ୍ଗ ପାଇଁ ସର୍ଵଦା ତାଙ୍କ ଆଲୋଚନା ହୋଇଥାଏ। ଏଥିପାଇଁ ଆଇପିଏଲରେ ତାଙ୍କୁ ମୌକା ମିଳିନଥାଏ।

Google

ଲିଷ୍ଟ ଏ ରେ ତାଙ୍କ ଔସତ ସବୁଠୁ ଭଲ:

ପୂଜାରା ଭାରତ ପାଇଁ ଗୋଟେ ମଧ୍ୟ ଟି-୨୦।ଇଣ୍ଟରନେସନାଲ ମ୍ୟାଚ ଖେଳିନାହାଁନ୍ତି ,ମାତ୍ର ୫ ଟି ଏକଦିବସିୟ ମ୍ୟାଚ ଖେଳିଛନ୍ତି। ଲିଷ୍ଟ ଏ ୫୦ ଓଭର ଖେଳରେ ତାଙ୍କ ଔସତ ୫୪ ରୁ ଅଧିକ ଅଟେ। ଏଥିରେ ସେ ୧୦୭ ମ୍ୟାଚରେ ୧୨ ଶତକ ଓ ୩୦ ଅର୍ଦ୍ଧ ଶତକ ଦ୍ଵାରା ୪୬୩୮ ରନ କରିଛନ୍ତି। ୨୦ ଥର ନଟ ଆଉଟ ମଧ୍ୟ ଅଛନ୍ତି। ପ୍ରତି ତୃତୀୟ ପାରିରେ ସେ ୫୦ରୁ ଅଧିକ ରନ କରିଛନ୍ତି। ପୂଜାରା ଜବରଦସ୍ତ ବ୍ୟାଟିଂ କରିଥାନ୍ତି ସେ ଟେଷ୍ଟ କ୍ରିକେଟରେ ଜଣେ ଜଣାଶୁଣା ଖେଳାଳି ଅଟନ୍ତି।ତାଙ୍କର ଖେଳ ଷ୍ଟାଇଲ ଅତି ସୁନ୍ଦର।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *