ବ୍ୟୁରୋ ରିପୋର୍ଟ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୫ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ ମଙ୍ଗଳବାରକୁ ସେଣ୍ଟ କିଟସ ୱାନର ପାର୍କରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତୀୟ ଟିମ ଗୋଟେ ଓଭର ଥାଇ ୭ ୱିକେଟରେ ମ୍ୟାଚ ଜିତିଯାଇଛି। ୨-୧ ରେ ଆଗୁଆ ହୋଇଯାଇଛି ଟିମ ଇଣ୍ଡିଆ। ମ୍ୟାଚର ହିରୋ ଯୁବ ବ୍ୟାଟ୍ସମ୍ୟାନ ସୂର୍ଯ୍ୟ କୁମାର ଯାଦବ ରହିଥିଲେ। ସେ ପୁଣି ଥରେ ଓପନିଙ୍ଗ କରିଥିଲେ କିନ୍ତୁ ଏଥର କିଛି ଅଲଗା ରୂପରେ ଆରମ୍ଭ କରିଥିଲେ। ସେ ଏହି ମ୍ୟାଚରେ ୪୪ ବଲରେ ୧୭୨.୭୨ ଷ୍ଟାଇକ ରେଟରେ ୭୬ ରନ କରିଥିଲେ।ଏହି ସମୟରେ ସେ ୮ ଟି ଚୌକା ଓ ୪ ଟି ଛକା ଲଗାଇ ଥିଲେ। ଏହି ପାରି ଦ୍ଵାରା ସେ ପ୍ଲେୟାର ଅଫ ଦି ମ୍ୟାଚ ହୋଇଥିଲେ।

ସୂର୍ଯ୍ୟ କୁମାର ଯାଦବ ଟି-୨୦ ଇଣ୍ଟରନେସନାଲ କ୍ରିକେଟରେ ଏବେ ପର୍ଯ୍ୟନ୍ତ ୬ ଥର ୫୦ ରୁ ଅଧିକ ରନ କରିଛନ୍ତି। ଏବେ ଓପନିଙ୍ଗରେ ସେ ପ୍ରଥମ ଥର ଅର୍ଦ୍ଧଶତକ ଲଗାଇବାରେ ସଫଳ ରହିଛନ୍ତି। ଅଧିନାୟକ ରୋହିତ ଶର୍ମା ସୂର୍ଯ୍ୟ କୁମାରଙ୍କୁ ଏହି ସିରିଜରେ ଓପନର ରୂପରେ ମୌକା ଦେଇଛନ୍ତି କିନ୍ତୁ ଓପନର ରୂପରେ ସେ କାଲି ନିଜ ପ୍ରତିଭା ଦେଖାଇଛନ୍ତି।
7⃣6⃣ off 4⃣4⃣! 👍 👍@surya_14kumar set the stage on fire 🔥 🔥 & bagged the Player of the Match award as #TeamIndia win the third #WIvIND T20I to take 2-1 lead in the series. 👏 👏
Scorecard ▶️ https://t.co/RpAB69ptVQ pic.twitter.com/gIM7E2VbKU
— BCCI (@BCCI) August 2, 2022
ଏହା ପୂର୍ବରୁ ପ୍ରଥମ ଦୁଇଟି ମ୍ୟାଚରେ ସେ ଓପନିଙ୍ଗ କରି ଅସଫଳ ରହିଥିଲେ। ସେ ପ୍ରଥମ ମ୍ୟାଚରେ ୨୪ ଓ ଦ୍ୱିତୀୟ ମ୍ୟାଚରେ ୧୧ ରନ କରିଥିଲେ। ଟିମ ଇଣ୍ଡିଆକୁ ପ୍ରଥମ ମ୍ୟାଚରେ ୬୮ ରନରେ ବିଜୟ ମିଳିଛି। ଦ୍ୱିତୀୟ ମ୍ୟାଚକୁ ୱେଷ୍ଟଇଣ୍ଡିଜ ୫ ୱିକେଟରେ ଜିତିଥିଲା।
.@surya_14kumar scored a cracking 76 in the chase & was our top performer from the second innings of the third #WIvIND T20I. 👌 👌 #TeamIndia
A summary of his knock 👇 pic.twitter.com/zXTesyGaEg
— BCCI (@BCCI) August 2, 2022
କହିରଖିବୁକି ସୂର୍ଯ୍ୟ କୁମାର ଯାଦବ ଆଇପିଏଲରେ ଓପନିଙ୍ଗ କରିସାରିଛନ୍ତି। ସେ ଅନେକ ସିଜନରେ ମ୍ୟାଚ ବିଜୟୀ ସାବ୍ୟସ୍ତ ହୋଇଛନ୍ତି। ଯଦି ଓପନିଙ୍ଗରେ ଯାଦବ ଏପରି ଧମାଲ କରିଚାଲିବେ ତେବେ ଏହା କେ ଏଲ ରାହୁଲ ମଧ୍ୟକ୍ରମରେ ଖେଳିପାରନ୍ତି। ତେବେ ସୂର୍ଯ୍ୟ କୁମାର ଏବଂ କେ ଏଲ ରାହୁଲ ଦୁହେଁ ଉଚ୍ଚକୋଟୀର ଖେଳାଳି ଅଟନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।