ବ୍ୟୁରୋ ରିପୋର୍ଟ: ଆପଣ ଏହା ତ ପ୍ରାୟ ନିଶ୍ଚିତ ଜାଣିଥିବେ ଯେବେ ଆଇପିଏଲର କଥା ଉଠିଥାଏ ସେବେ ଦୁନିଆର ସବୁଠୁ ବଡ଼ କ୍ରିକେଟ ଲିଗ କଥା ପ୍ରାୟ ଉଠିଥାଏ। ବର୍ତ୍ତମାନ ପ୍ରାୟ ଗୋଟେ ଦିନ ପୂର୍ବରୁ ଆଇପିଏଲ ମିଡ଼ିଆ ରାଇଟସ ଶେଷ ହୋଇଛି ଯାହାକୁ ନେଇ ଚର୍ଚ୍ଚା କାରଣ ଏହା ଦ୍ଵାରା ବିସିସିଆଇ ଆଇପିଏଲ ୨୦୨୩-୨୦୨୭ ପାଇଁ ମିଡ଼ିଆ ରାଇଟସରୁ ୪୮ ହଜାର କୋଟି ଟଙ୍କା ରାୟ କରିଛି । ଏହା ଦ୍ଵାରା ସାଧାରଣ ଗଣମାଧ୍ୟମରେ ଏହା ବିଷୟରେ ଆଲୋଚନା ହେବ ପରେ ଏହାକୁ ନେଇ ବଡ଼ ବୟାନ ଦେଇଛନ୍ତି ଲଳିତ ମୋଦି।
ଲଳିତ ମୋଦି ଟ୍ୱିଟ କରି ଇମୋସନାଲ ବୟାନ ଦେଇଛନ୍ତି। ସେ କହିଛନ୍ତି ଆଇପିଏଲରେ ଥରୁଟିଏ ମଧ୍ୟ ମୋ ନାମ ନିଆଯାଇନାହିଁ। ମୋତେ ସମ୍ପୂର୍ଣ ଅଣଦେଖା କରାଯାଇଛି। ସେ ଆଗକୁ କହିଛନ୍ତି ସେମାନେ ଡରୁଛନ୍ତି କାରଣ ଏହାକୁ ଆରମ୍ଭ କରିବାରେ ତାଙ୍କର କୌଣସି ଅବଦାନ ନାହିଁ। ସେ ଏହା ମଧ୍ୟ କହିଛନ୍ତିକି କିଏ କଣ କହୁକି ନକହୁ ଏହାକୁ କେହି ମଧ୍ୟ ପରିବର୍ତ୍ତନ କରିପାରିବେ ନାହିଁକି ମୁଁ ଆଇପିଏଲ ଆରମ୍ଭ କରିଥିଲି। ମୋ ପାଇଁ ଏହାହିଁ କାଫି।
They even banned my name – no commentary allowed to even bring it up. This is the fear they have as they did nothing to establish it. But reap the money. It does not bother me. Small minded. Crab mentality. But they can’t take away the fact I created it. That’s enough for me 🤗👍🏻 https://t.co/G0RB3NAhbr
— Lalit Kumar Modi (@LalitKModi) June 14, 2022
ଲଳିତ ମୋଦି ଏହି ବୟାନ ଟ୍ୱିଟ କରି କହିଛନ୍ତି। ବିସିସିଆଇ ତାଙ୍କୁ ଏହି ଉପଲବ୍ଧି ପାଇଁ ଧନ୍ୟବାଦ ଦେବା ଆବଶ୍ୟକ କାରଣ ସେ ହିଁ ଆଇପିଏଲ ଆରମ୍ଭ କରିଥିଲେ। ଆପଣଙ୍କୁ କହିରଖିବୁ ସେହିଁ ଆଇପିଏଲର ପ୍ରଥମ ଚେୟାରମ୍ୟାନ ଥିଲେ ଓ ତାଙ୍କନେତୃତ୍ୱରେ ଆଇପିଏଲ ଆରମ୍ଭ ହୋଇଥିଲା।ଏହା ପରେ ବିସିସିଆଇ ସହ ସମ୍ପର୍କ ଏତେ ଭଲ ସଂପର୍କ ତାଙ୍କର ରହିନଥିଲା। ଏବେ ସେ ଭାରତରୁ ଅନେକ ସମୟରୁ ବାହାରେ ଅଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।