ଆଇପିଏଲ ୨୦୨୩ର ଅନେକ ମୁକାବିଲା ରୋମାଞ୍ଚକର ହୋଇ ଚାଲିଛି। ତେବେ ଏହା ମଧ୍ୟରେ ପ୍ରତ୍ୟେକ ମ୍ୟାଚରେ କିଛି ରେକର୍ଡ ପାର କରିବା ସହିତ କିଛି ନୂଆ ରେକର୍ଡ ହୋଇପାରେ। ଏହା ମଧ୍ୟରେ ଚେନ୍ନାଇ ଦଳର ଅଲରାଉଣ୍ଡର ଟି ୨୦ ରେ ମ୍ୟାଚ ଖେଳିବାରେ ନିଜର ତ୍ରି ଶତକ ପୁରା କରି ଦେଇଛନ୍ତି।
ତେବେ ଆଇପିଏଲ ମ୍ୟାଚ ନମ୍ବର ୩୭ତମ ମ୍ୟାଚ ଖେଳିବା ସମୟରେ ରବୀନ୍ଦ୍ର ଜାଡେଜା ଏକ ନୂଆ ରେକର୍ଡ ନିଜର ନାମରେ କରି ଦେଇଛନ୍ତି। ସେ ଏହି ମୁକାବିଲା ସହିତ ଟି ୨୦ରେ ୩୦୦ ତମ ମୁକାବିଲା ଖେଳିଥିଲେ।
ଏହା ସହିତ ହିଁ ଜାଡେଜା ଏହି ଫର୍ମାଟରେ ଏତେ ମ୍ୟାଚ ଖେଳି ଥିବା ଅଷ୍ଟମ ଭାରତୀୟ ହୋଇ ଥିଲେ। ଏହା ମଧ୍ୟରେ ସେ ଟି-୨୦ରେ ମ୍ୟାଚରେ ସ୍ୱତନ୍ତ୍ର ତ୍ରୀ ଶତକ ନିଜର ନାମରେ କରି ନେଇଛନ୍ତି।
ଟି ୨୦ ମ୍ୟାଚ ଖେଳିବା ମାମଲାରେ ମୁମ୍ବାଇ ଦଳର ଅଧିନାୟକ ରୋହିତ ଶର୍ମା ପ୍ରଥମ ନମ୍ୱରରେ ରହିଛନ୍ତି। ସେ ମୋଟ ୪୧୪ ମ୍ୟାଚ ଖେଳିଛନ୍ତି। ଏହା ପରେ ଦ୍ୱିତୀୟ ସ୍ଥାନରେ ଦିନେଶ କାର୍ତ୍ତିକଙ୍କ ନାମ ଆସୁଚି। ସେ ମୋଟ ୩୮୧ ମ୍ୟାଚ ଖେଳିଛନ୍ତି।
ତୃତୀୟ ସ୍ଥାନରେ ଚେନ୍ନାଇ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଆସୁଛନ୍ତି। ସେ ମୋଟ ୩୬୯ ମ୍ୟାଚ ଖେଳିଛନ୍ତି। ଚତୁର୍ଥରେ ବିରାଟ କୋହଲି ଆସୁଛନ୍ତି। ସେ ମୋଟ ୩୩୬ ମ୍ୟାଚ ଖେଳିଛନ୍ତି। ପଞ୍ଚମ ସ୍ଥାନରେ ସୁରେଶ ରାଇନା, ଷଷ୍ଠ ସ୍ଥାନରେ ଶିଖର ଧାୱନ (୩୨୨) ସପ୍ତମ ସ୍ଥାନରେ ରବିଚନ୍ଦ୍ରନ ଅଶ୍ୱିନ (୩୦୪) ଙ୍କ ନାମ ଆସୁ ଅଛି।ଶେଷରେ ଅଷ୍ଟମ ସ୍ଥାନରେ ରବୀନ୍ଦ୍ର ଜାଡେଜା ରହିଛନ୍ତି। ତାଙ୍କର ଟି-୨୦ କ୍ୟାରିୟର ସମ୍ପର୍କରେ କଥା ହେଲେ ସେ ମୋଟ ୩୦୦ ମ୍ୟାଚ ଖେଳିଛନ୍ତି।
ଏହା ସହିତ ସେ ୭.୫୬ ଇକୋନୋମି ସହିତ ମୋଟ ୨୦୪ ୱିକେଟ ନିଜର ନାମରେ କରି ସାରିଛନ୍ତି। ତାଙ୍କର ମୋଟ ୧୬ ରନ ଦେଇ ପାଞ୍ଚ ୱିକେଟ ହାସଲ କରିବାର ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ରହିଅଛି। ତାଙ୍କର ନାମରେ ଦୁଇଟି ଅର୍ଦ୍ଧଶତକ ମଧ୍ୟ ସାମିଲ ହୋଇ ରହିଛି। ଆଇପିଏଲରେ ସେ ଗୁଜରାଟ, ଚେନ୍ନାଇ ଓ ରାଜସ୍ଥାନ ପାଇଁ ଖେଳି ସାରିଛନ୍ତି। ସେ ବର୍ତ୍ତମାନ ଚେନ୍ନାଇ ଦଳ ପାଇଁ ଖେଳୁଛନ୍ତି।