ବ୍ୟୁରୋ ରିପୋର୍ଟ: ଭାରତୀୟ ଟିମର ଉପଅଧିନାୟକ କେ ଏଲ ରାହୁଲଙ୍କର ଗ୍ରୋଇନ ଆଘାତ ପାଇଁ ଜର୍ମାନୀରେ ସର୍ଜରି ହୋଇଯାଇଛି। ଏହି ଆଘାତ ପାଇଁ ରାହୁଲ ଇଂଲଣ୍ଡ ଯାଇପାରିଲେ ନାହିଁ। ଏହି ସର୍ଜରିର ସୂଚନା ସେ ସୋସିଆଲ ମିଡ଼ିଆରେ ଦେଇଛନ୍ତି। ଆଇପିଏଲ ଟିମ ଲକ୍ଷନୌ ସୁପର ଜାଏଣ୍ଟସ ନିଜ ଅଧିନାୟକ କେଏଲ ରାହୁଲ ଜଲ୍ଦି ସୁସ୍ଥ ହେବାକୁ ନେଇ ଏକ ଇଂଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲେ। ଏଥିରେ ରାହୁଲଙ୍କ ଫଟୋ ଥିଲା ଓ କ୍ୟାପ୍ସନରେ ଲେଖାଯାଇଥିଲା ,ଆଶା କରୁଛୁକି ଆପଣ ଜଲ୍ଦି ଠିକ ହୋଇଯିବେ ଅଧିନାୟକ ସାହାଵ! ଏହି ପୋଷ୍ଟରେ କେଏଲ ରାହୁଲ ଜବାବରେ ଲେଖିଥିଲେ “ହଁ ମୋସର୍ଜରି ପୁରା ହୋଇଯାଇଛି।କହିରଖିବୁ ରାହୁଲ ନିଜ ଗାର୍ଲଫ୍ରେଣ୍ଡ ଆଥିୟା ସେଠିଙ୍କ ସହ ଜର୍ମାନୀ ଯାଇଛନ୍ତି।

ମିଡ଼ିଆ ରିପୋର୍ଟ ଅନୁସାରେ କେ ଏଲ ରାହୁଲ ଏକ ମାସ ପର୍ଯ୍ୟନ୍ତ ଜର୍ମାନୀରେ ରହିପାରନ୍ତି। ସେ ଭାରତର ଆଗାମୀ ୱେଷ୍ଟଇଣ୍ଡିଜ ଗ୍ରସ୍ତ ପାଇଁ ଚୟନ ପାଇଁ ଉପଲବ୍ଧ ହୋଇପାରନ୍ତି। ଭାରତ ଇଂଲଣ୍ଡ ସିରିଜ ପରେ ୱେଷ୍ଟଇଣ୍ଡିଜ ସହ ତିନୋଟି ମ୍ୟାଚର ଏକଦିବସିୟ ସିରିଜ ଓ ୫ ଟି ମ୍ୟାଚର ଟି-୨୦ ସିରିଜ ଖେଳିବାର ଅଛି। ରାହୁଲ ସେବେ ପର୍ଯ୍ୟନ୍ତ ଠିକ ହୋଇଯିବାର ସମ୍ଭାବନା ଥିଲା। ରାହୁଲ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଟିମ ପାଇଁ ପ୍ରମୂଖ ଖେଳାଳିଙ୍କ ମଧ୍ୟରୁ ଜଣେ।
ରାହୁଲ ଦକ୍ଷିଣ ଆଫ୍ରିକା ସିରିଜ ପୂର୍ବରୁ ଆଘାତ ହୋଇଯାଇଥିଲେ:
କହିରଖିବୁକି ଅଧିନାୟକ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯିବା କାରଣରୁ କେଏଲ ରାହୁଲଙ୍କୁ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଟି-୨୦ ସିରିଜରେ ଅଧିନାୟକ କରାଯାଇଥିଲା। କିନ୍ତୁ ଦିଲ୍ଲୀରେ ହୋଇଥିବା ପ୍ରଥମ ମ୍ୟାଚର ପୂର୍ବରୁ ଅଭ୍ୟାସ ସମୟରେ ସେ ଆଘାତ ହୋଇଥିଲେ। ତାଙ୍କୁ ଗ୍ରୋଇନ ଆଘାତ କାରଣରୁ ପୁରା ସିରିଜରୁ ବାହାର ହେବାକୁ ପଡିଲା। ଏହା ପରେ ଦକ୍ଷିଣ ଆଫ୍ରିକା ସହ ସିରିଜରେ ରିଷଭ ପନ୍ତଙ୍କୁ ଅଧିନାୟକ କରାଗଲା। ଇଂଲଣ୍ଡ ଗ୍ରସ୍ତରେ ମଧ୍ୟ ରାହୁଲଙ୍କୁ ଚୟନ କରାଯାଇଥିଲା କିନ୍ତୁ ଆଘାତ ଅଧିକ ଥିବାରୁ ତାଙ୍କୁ ସିରିଜରୁ ବାହାର କରାଗଲା।
Appreciation post for the one and only, @klrahul ✨
Hope you’re recovering fast, kaptaan sahaab! 💪🏼 pic.twitter.com/54SCwJc5jF— Lucknow Super Giants (@LucknowIPL) June 28, 2022
ରାହୁଲ ଏହି ବର୍ଷ ୫ମ ସିରିଜରୁ ବାହାର ହୋଇଛନ୍ତି:
ଏହା ପ୍ରଥମ ଥର ନୁହେଁ ଯେବେ କେଏଲ ରାହୁଲ ଆଘତ କାରଣରୁ ଟିମ ଇଣ୍ଡିଆରୁ ବାହାର ହୋଇଛନ୍ତି। ତାଙ୍କର ଆଘାତ ହେବାର ଇତିହାସ ପୁରୁଣା ଅଟେ। ପୂର୍ଵ ୮ ମାସରୁ ସେ ଆଘାତ କାରଣରୁ ୫ ଟି ସିରିଜରୁ ଟିମ ଇଣ୍ଡିଆରୁ ବାହାର ହୋଇଛନ୍ତି। ସେ ଏହି ବର୍ଷ ଫେବୃଆରୀରେ ୱେଷ୍ଟଇଣ୍ଡିଜ ସହ ଟି-୨୦ ସିରିଜ ଖେଳିପାରିନଥିଲେ। ପୁରା ଭଲ ଭାଲ ନହୋଇପାରିବା କାରଣରୁ ଫେବୃଆରୀ ଶେଷରେ ଶ୍ରୀଲଙ୍କା ସହ ହୋଇଥିବା ତିନୋଟି ମ୍ୟାଚର ଟି-୨୦ ସିରିଜରୁ ବାହାର ହୋଇଯାଇଥିଲେ। ଏହା ପରେ ଶ୍ରୀଲଙ୍କା ବିରୁଦ୍ଧରେ ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ମଧ୍ୟ ଖେଳିପାରିନଥିଲେ। ଏହା ପରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ୫ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ମଧ୍ୟ ଖେଳିପାରିନଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।