ବ୍ୟୁରୋ ରିପୋର୍ଟ: ଯେବେ ପର୍ଯ୍ୟନ୍ତ କେ ଏଲ ରାହୁଲ ଆଘାତରୁ ଠିକ ହେଉଛନ୍ତି ସେବେ ପର୍ଯ୍ୟନ୍ତ ଭାରତୀୟ ଟିମ ମ୍ୟାନେଜମେଣ୍ଟ ଶୀର୍ଷ କ୍ରମରେ ଅନେକ ଓପନିଙ୍ଗ ବିକଳ୍ପର ଚେଷ୍ଟା କରୁଛି। ରିଷଭ ପନ୍ତଙ୍କୁ ଇଂଲଣ୍ଡ ସହ ଟି-୨୦ ସିରିଜରେ ଓପନିଙ୍ଗର ମୌକା ଦିଆଯାଇଥିଲା ଓ ଏବେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଟି-୨୦ ସିରିଜରେ ସୂର୍ଯ୍ୟ କୁମାରଙ୍କୁ ଓପନିଙ୍ଗର ମୌକା ଦିଆଯାଇଛି। ଏବେ ଭାରତର ପୂର୍ଵ ଫିଲଡିଙ୍ଗ କୋଚ ଆର ଶ୍ରୀଧର ମନେପକାଇଛନ୍ତି କିପରି ଭାରତର ପୂର୍ଵ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଚମ୍ପିୟାନ ଟ୍ରଫି ୨୦୧୩ରେ ରୋହିତଙ୍କ ଦ୍ଵାରା ଓପନିଙ୍ଗ କରାଇଥିଲେ।

ଶ୍ରୀଧର କ୍ରିକେଟ ଡ଼ଟ କମ ସହିତ କଥା ହୋଇ କହିଛନ୍ତି ,ଯେବେକି ଦିନେସ କାର୍ତ୍ତିକ ନେଟରେ ଭଲ ବ୍ୟାଟିଙ୍ଗ କରୁଥିଲେ ଧୋନି ରୋହିଙ୍କୁ ଓପନିଙ୍ଗ ପାଇଁ କହିଥିଲେ। ଏହା ଧୋନିଙ୍କ ସେହି ଫଇସଲା ଥିଲା ଯାହା ଭାରତୀୟ କ୍ରିକେଟରେ ସୁନ୍ଦର କାମ କରିଥିଲା।
ସେ କହିଛନ୍ତି,”ଧୋନି ଚମ୍ପିୟନ ଟ୍ରଫି ୨୦୧୩ରେ ରୋହିତଙ୍କ ଦ୍ଵାରା ଓପନିଙ୍ଗ କରାଇବାର ଏକ ଫଇସଲା ନେଇଥିଲେ। ସେବେ କିନ୍ତୁ ଦିନେସ କାର୍ତ୍ତିକ ଅଭ୍ୟାସ ମ୍ୟାଚରେ ଭଲ ବ୍ୟାଟିଙ୍ଗ କରିଥିଲେ କିନ୍ତୁ ,ରୋହିତଙ୍କୁ ଖେଳିବାର ଥିଲା ତେଣୁ ଟିମ ମ୍ୟାନେଜମେଣ୍ଟ ଓ ଅଧିନାୟକ ଧୋନି ରୋହିତଙ୍କ ପାଇଁ ଶୀର୍ଷ କ୍ରମରେ ଏକ ଜାଗା କଲେ ଯାହା ସୁନ୍ଦର ପଦକ୍ଷେପ ଥିଲା”।

ସୂର୍ଯ୍ୟ କୁମାର ଯାଦବ ସୀମିତ ଓଭର କ୍ରିକେଟରେ ଭାରତର ଶୀର୍ଷ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଜଣେ ନିଜକୁ ସାବ୍ୟସ୍ତ କରୁଛନ୍ତି। ସେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଓପନର ବ୍ୟାଟ୍ସମ୍ୟାନ ରୂପରେ ସୁନ୍ଦର ବ୍ୟାଟିଙ୍ଗ କରୁଛନ୍ତି। ସେ ତୃତୀୟ ଟି-୨୦ରେ ମ୍ୟାଚ ବିଜୟୀ ପାରି ଖେଳିଥିଲେ। ଏହି ମ୍ୟାଚରେ ସେ ୪୪ ବଲରେ ୮ ଟି ଛକା ଓ ୪ ଟି ଚୌକା ଦ୍ଵାରା ୭୬ ରନ କରିଥିଲେ।
ଶ୍ରୀଧର ଆଗକୁ କହିଛନ୍ତି ସୂର୍ଯ୍ୟ କୁମାର ଓପନର ବ୍ୟାଟ୍ସମ୍ୟାନ ରୂପରେ ସୁନ୍ଦର ପ୍ରଦର୍ଶନ କରୁଛନ୍ତି। ଯେବେକି ବିରାଟ କୋହଲିଙ୍କ ଟିମକୁ ଆସିବା ପର୍ଯ୍ୟନ୍ତ ସୂର୍ଯ୍ୟ କୁମାରଙ୍କର ନମ୍ବର ୩ ସ୍ଥାନ ପକା ଅଟେ। ସେ କହିଛନ୍ତି,”ଟି-୨୦ରେ ଆମେ ଯେଉଁ ପଦକ୍ଷେପ ନେଇଥିଲୁ ତାହା ଏହା ଥିଲାକି ସୂର୍ଯ୍ୟ କୁମାର ଯାଦବ କିଛି ବର୍ଷ ପୂର୍ବରୁ ଇଂଲଣ୍ଡ ବିରୁଦ୍ଧରେ ଟିମକୁ ଆସିଥିଲେ। ସେ ପ୍ରମାଣ କରି ଦେଖାଇଥିଲେ ସେ କେଉଁ ଭଳି ଖେଳାଳି ଶ୍ରେୟସ ଅୟର ନମ୍ବର ୩ ସ୍ଥାନକୁ ଆସିଯାଇଛନ୍ତି ଯେଉଁ ସ୍ଥାନରେ ବିରାଟ କୋହଲି ଖେଳିଥାନ୍ତି। ବିରାଟ ଏବେ ଖେଳୁନାହାନ୍ତି”।

କହିରଖିବୁକି ବିରାଟ କୋହଲି ପୂର୍ଵ କିଛି ବର୍ଷରୁ ନିଜ ସର୍ବଶ୍ରେଷ୍ଠ ଫର୍ମରେ ନାହାଁନ୍ତି। ତାଙ୍କୁ ୱେଷ୍ଟଇଣ୍ଡିଜ ସହିତ ଜିମ୍ବାୱେ ସିରିଜରେ ମଧ୍ୟ ଆରାମ ଦିଆଯାଇଛି। ଆଶା ଅଛିକି ସେ ଏସିଆକପ ୨୦୨୨ରେ ଫେରିବେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।