ଟି-୨୦ ବିଶ୍ୱକପ ପୂର୍ବରୁ ଖେଳାଯାଇଥିବା ଭାରତ ଏବଂ ସାଉଥ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜ ଟିମ ଇଣ୍ଡିଆ ଜିତି ଯାଇଛି। ତିନି ଟିକିଆ ମ୍ୟାଚ ବିଶିଷ୍ଟ ସିରିଜକୁ ଭାରତୀୟ ଦଳ ୨-୧ ରେ ଜିତି ଯାଇଥିଲା। ତେବେ ଟି-୨୦ ସିରିଜ ପରେ ଆଜି ଠୁ ଆରମ୍ଭ ହେବାକୁ ଯାଉଛି ODI ସିରିଜ, ଯେଉଁଥିରେ ଭାରତର ଅଧିନାୟକ ହୋଇଛନ୍ତି ଶିଖର ଧାୱନ। ତେବେ ଜାଣନ୍ତୁ ଟିମ ଇଣ୍ଡିଆର ପ୍ରଥମ ମ୍ୟାଚ ପାଇଁ କଣ ହୋଇପାରେ ପ୍ଲେଇଁ ଇଲେଭେନ।
ତେବେ ପ୍ଲେଇଁ ଇଲେଭେନ ଜାଣିବା ପୂର୍ବରୁ କହିରଖିବୁ କି ଟିମ ଇଣ୍ଡିଆର ଏହି ଟିମ ସାଉଥ ଆଫ୍ରିକା ଠୁ ଜିତିବାର କଷ୍ଟ ହୋଇପାରେ। ତେବେ ଟିମ ଇଣ୍ଡିଆ ଧାୱନଙ୍କ କ୍ୟାପଟେନସିରେ ସିରିଜ ଜିତିବାର ଦମ ବି ରଖନ୍ତି। ସୁଭମନ ଗିଲ, ଇଶାନ କିଷାନ ସମେତ ଶ୍ରେୟସ ଅୟର, ଦୀପକ ଚାହର..ଇତ୍ୟାଦି ଏହି ଟିମରେ ଅଛନ୍ତି।
ତେବେ ଭାରତ ଏବଂ ସାଉଥ ଆଫ୍ରିକା ମଧ୍ୟରେ ପ୍ରଥମ ODI ମ୍ୟାଚ ୬ ଅକ୍ଟୋବରକୁ ଲକ୍ଷନୌ ରେ ଖେଳାଯିବାର ଅଛି। ତେବେ ଦ୍ୱିତୀୟ ODI ମ୍ୟାଚ ୯ ଅକ୍ଟୋବର କୁ ରାଞ୍ଚିରେ ଖେଳାଯିବାର ଅଛି। ତେବେ ୧୧ ଅକ୍ଟୋବର କୁ ସାଉଥ ଆଫ୍ରିକା ବିରୁଦ୍ଧରେ ୩ୟ ODI ମ୍ୟାଚ ଖେଳାଯିବାର ଅଛି।
ଭାରତର ସମ୍ଭାବ୍ୟ ପ୍ଲେଇଁ ଇଲେଭେନ: ଶିଖର ଧାୱନ(କ୍ୟାପଟେନ), ସୁଭମନ ଗିଲ, ଶ୍ରେୟସ ଅୟର,ରଜତ ପାଟିଦାର,ଇଶାନ କିଷାନ, ସଂଜୁ ସାମସନ,ସାରଦୁଲ ଠାକୁର, ଦୀପକ ଚାହର, କୁଲଦୀପ ଯାଦବ,ଆଭେସ ଖାନ ଏବଂ ମହମ୍ମଦ ସିରାଜ।
ସାଉଥ ଆଫ୍ରିକାର ସମ୍ଭାବ୍ୟ ପ୍ଲେଇଁ ଇଲେଭେନ: ତେମ୍ବା ବଭୁମା (ଅଧିନାୟକ),ଜାନେମନ ମାଲନ,କ୍ୱିଣ୍ଟନ ଡି କକ, ଏଡ଼ନ ମାକ୍ରମ,ଡେଭିଡ ମିଲର, ଫେହଲୁକବେଓ, ପ୍ରିଟୋରିୟସ, ୱେନ ପାର୍ନେଲ, କେଶବ ମହାରାଜ, କାଗିସୋ ରବାଡା,ତବରେଜ ସାମସି।