ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଦଳ ଏସିଆ କପର ଦ୍ଵିତୀୟ ମ୍ୟାଚ ପାକିସ୍ତାନ ବିପକ୍ଷରେ ଜିତିବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ଭାରତୀୟ ଦଳ ନିଜ କୌଶଳ ଏବଂ ଧର୍ଯ୍ୟର ପ୍ରଦର୍ଶନ କରିଛନ୍ତି। ଭାରତ ଦୁବାଇରେ ଖେଳା ଯାଇଥିବା ପାକିସ୍ତାନ ବିପକ୍ଷ ମ୍ୟାଚକୁ ୫ ଉମୱିକେଟରେ ଜିତି ନେଇଛି। ଏହାର କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଟ୍ୱିଟ କରି କହିଛନ୍ତି ଯେ, ଭାରତୀୟ ଦଳ ଏସଆ କପର ମ୍ୟାଚରେ ଅତି ସୁନ୍ଦର ପ୍ରଦର୍ଶନ କରିଛି। ଖେଳାଳିମାନେ କୌଶଳ ଏବଂ ଧର୍ଯ୍ୟ ଦେଖାଇଛନ୍ତି। ମ୍ୟାଚ ଜିତିବା ଖୁସିରେ ସେମାନଙ୍କୁ ଶୁଭେଚ୍ଛା।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟ କରିଥିଲେ ଯେ, ଏହା ବହୁତ ରୋମାଞ୍ଚକର ମ୍ୟାଚ ଥିଲା। ଭାରତୀୟ ଦଳ ବହୁତ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ଖେଳର ଏହି ଉଦ୍ଦେଶ୍ୟ ଯେ, ଏହା ଦେଶକୁ ଏକଜୁଟ ରଖିବା ପାଇଁ ପ୍ରେରିତ କରିଥାଏ। ଏହା ଭର୍ତିୟମାନଙ୍କ ପାଇଁ ହର୍ଷ ଏବଂ ଉଲ୍ଲାସର ସମୟ ଅଟେ। ଅମିତ ଶାହା ଟ୍ୱିଟ କରିଥିଲେ ଯେ, ଭାରତୀୟ ଦଳ ଏସିଆ କପରେ ଅତି ସୁନ୍ଦର ଆରମ୍ଭ କରିଛି। ଦଳୁ ଏଥିପାଇଁ ବହୁତ ବହୁତ ଶୁଭେଚ୍ଛା। ଏହା ବହୁତ ରୋମାଞ୍ଚକର ମ୍ୟାଚ ଥିଲା।।
#TeamIndia put up a spectacular all-round performance in today’s #AsiaCup2022 match. The team has displayed superb skill and grit. Congratulations to them on the victory.
— Narendra Modi (@narendramodi) August 28, 2022
ଖୁସିର ବିଷୟ ଯେ, ହାର୍ଦିକ ପାଣ୍ଡ୍ୟାଙ୍କ ଜବରଦସ୍ତ ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଭାରତ ଏସିଆ କପର ପ୍ରଥମ ମ୍ୟାଚରେ ନିଜର ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ୫ ଉଇକେଟରେ ହରାଇ ଦେଇଛି। ହାର୍ଦିକ ପ୍ରଥମେ ବୋଲିଂରେ ନିଜ ଉପସ୍ଥିତିକୁ ଜାହିର କରି ୪ ଓଭରରେ ମାତ୍ର ୨୫ ରନ ଦେଇ ୩ ଟି ଉଇକେଟ ନେଇଥିଲେ ଯାହାଦ୍ୱାରା ପାକିସ୍ତାନ ଦଳ ୧୯.୫ ଓଭରରେ ମାତ୍ର ୧୪୮ ରନ ହିଁ ସଂଗ୍ରହ କରି ପାରିଥିଲା। ଏହାପରେ ଟାର୍ଗେଟକୁ ପିଛା କରି ହାର୍ଦିକ ୧୭ ବଲରେ ୩୩ ରନ କରିଥିଲେ ଏବଂ ରବୀନ୍ଦ୍ର ଜାଡେଜାଙ୍କ(୨୯ ବଳରେ ୩୫ ରନ) ସହ ପାର୍ଟନରସିପ କରି ଭାରତକୁ ବିଜୟୀ କରାଇଥିଲେ।

କିନ୍ତୁ ଏହା ପୂର୍ବରୁ ଭାରତୀୟ ଦଳର ଶୀର୍ଷ କ୍ରମର ଖେଳାଳିମାନେ ପୁଣି ଥରେ ନିରାଶ କରିଛନ୍ତି। କେ ଏଲ ରାହୁଲ ବିନା ରନ କରି ଶୁନ୍ୟରେ ଆଉଟ ହୋଇଥିଲେ ଏବଂ ଅଧିନାୟକ ରୋହିତ ଶର୍ମା ୧୮ ବଲରେ ୧୨ ରନ ସଂଗ୍ରହ କରି ଆଉଟ ହୋଇ ଯାଇଥିଲେ। ଏହାପରେ ବିରାଟ କୋହଲି ୩୪ ବଲରେ ୩୫ ରନ ସଂଗ୍ରହ କରିଥିଲେ ମଧ୍ୟ ଏହାକୁ ଏକ ବଡ଼ ସ୍କୋରରେ ପରିଣତ କରିବାରେ ବିଫଳ ହୋଇଥିଲେ। ପାକିସ୍ତାନ ପକ୍ଷରୁ ଡେବ୍ୟୁ କରୁଥିବା ନସିମ ସାହା ଭାରତୀୟ ବ୍ୟାଟ୍ସମ୍ୟାନ୍ ମାନଙ୍କୁ ବହୁତ ହଇରାଣ କରିଥିଲେ। ଯାହାଦ୍ୱାରା ଗୋଟିଏ ସମୟରେ ଭାରତ ମାତ୍ର ୮୯ ରନରେ ୪ ଟି ଉଇକେଟ ହରାଇ ସାରିଥିଲା। ଏହାପରେ ହାର୍ଦିକ ପାଣ୍ଡ୍ୟା ଏବଂ ରବୀନ୍ଦ୍ର ଜାଡେଜା ଏକ ଦୃଢ଼ ପାର୍ଟନରସିପ ଗଢ଼ିଥିଲେ।