ମିଶନ ଅଷ୍ଟ୍ରେଲିଆ 2022! ବିଶ୍ୱକପ ଅଭିମୁଖେ ଅଷ୍ଟ୍ରେଲିଆ ଯାତ୍ରା କଲା ଟିମ ଇଣ୍ଡିଆ! BCCI ସେୟାର କଲେ ଫଟୋ

ବ୍ୟୁରୋ ରିପୋର୍ଟ: ମିଶନ ବିଶ୍ୱକପ ଟିମ ଇଣ୍ଡିଆର ହୋଇଯାଇଛି ଆରମ୍ଭ। ଅଷ୍ଟ୍ରେଲିଆ ଗ୍ରସ୍ତରେ ଯାଇଛି ଭାରତୀୟ ଟିମ। ବିମାନ ବନ୍ଦରରୁ ଯାଇ ଟିମ ଇଣ୍ଡିଆ ପର୍ଥରେ ପଂହଁଚିଛନ୍ତି। ଟିମ ଇଣ୍ଡିଆ ବିଶ୍ୱକପର ସୁପର ୧୨ ରେ ଗ୍ରୁପ ବି ରେ ସ୍ଥାନ ପାଇଛି। ତେବେ ଭାରତ ସହିତ ଏହି ଗ୍ରୁପରେ ବାଂଲାଦେଶ, ପାକିସ୍ତାନ, ସାଉଥ ଆଫ୍ରିକା ରହିଛନ୍ତି। କ୍ବାଲିଫାଇଙ୍ଗ ମ୍ୟାଚ ସରିବା ପରେ ଆଉ ଦୁଇ ଟିମ ଏହି ଗ୍ରୁପ ରେ ସାମିଲ ହେବାର ଅଛି। ତେବେ ଟିମ ଇଣ୍ଡିଆ ଟି-୨୦ ସିରିଜରେ କିଛି ଦିନ ତଳେ ସାଉଥ ଆଫ୍ରିକାକୁ ୨-୧ ରେ ହରାଇଥିଲା।

ଏକ ଦୃଢ଼ ମନୋବଳ ନେଇ ଟିମ ଇଣ୍ଡିଆ ବିଶ୍ୱକପ ଅଭିଯାନ କରିଛି ଆରମ୍ଭ। ୨୩ ଅକ୍ଟୋବରରୁ ଟିମ ଇଣ୍ଡିଆର ବିଶ୍ୱକପ ଅଭିଯାନ ହେବ ଆରମ୍ଭ। ତେବେ ଏହି ମ୍ୟାଚ ପାକିସ୍ତାନ ବିରୁଦ୍ଧରେ ଅଛି। ଏହା ପୂର୍ବରୁ ଭାରତ ଆଗ ପର୍ଥରେ ପଂହଁଚିବାର ଅଛି। ସେହିଠାରେ ଭାରତକୁ ଦୁଇଟି ୱାର୍ମ ଅପ ମ୍ୟାଚ ଖେଳିବାର ଅଛି।

ବିଶ୍ୱକପ ନିମନ୍ତେ ଭାରତୀୟ ଟିମ: ରୋହିତ ଶର୍ମା (ଅଧିନାୟକ), କେ ଏଲ ରାହୁଲ (ଉପ ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ଋଷଭ ପନ୍ତ, ଦିନେସ କାର୍ତ୍ତିକ, ଅକ୍ସର ପଟେଲ, ହର୍ଷଲ ପଟେଲ ,ଦୀପକ ହୁଡ୍ଡା, ହାର୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚାହଲ, ଆର ଅଶ୍ୱିନୀ, ଭୁବନେଶ୍ୱର କୁମାର ଓ ଅର୍ସଦୀପ ସିଂ ।

ତେବେ ଯଶପ୍ରୀତ ବୁମରା ଟି-୨୦ ବିଶ୍ୱକପ ରୁ ବାହାରିଯାଇଛନ୍ତି ତାଙ୍କ ସ୍ଥାନରେ ଦୀପକ ଚାହର, ମହମ୍ମଦ ସାମୀ କିମ୍ବା ମହମ୍ମଦ ସିରାଜଙ୍କ ଭିତରୁ ଜଣଙ୍କୁ ମିଳିପାରେ ମୌକା।

Leave a Reply

Your email address will not be published. Required fields are marked *