T-20 ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ଓ ସାଉଥ ଆଫ୍ରିକା ସହ ଖେଳିବ ଟିମ ଇଣ୍ଡିଆ! ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ଟିମ ଇଣ୍ଡିଆକୁ ଟି-୨୦ ବିଶ୍ୱକପ ପୂର୍ବରୁ ଭଲ ପ୍ରସ୍ତୁତି କରିବାକୁ ମିଳିବ। ବିସିସିଆଇ ବୁଧବାରକୁ ଘରୋଇ ସିରିଜ କାର୍ଯ୍ୟକ୍ରମ ଘୋଷଣା କରିଛି। ଏହାର ମାନେ ଟିମ ସେପ୍ଟେମ୍ବର-ଅକ୍ଟୋବରରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସହ ମୋଟ ୬ ଟି ମ୍ୟାଚର ଟି-୨୦ ସିରିଜ ଖେଳିବାର ଅଛି। ଏହା ସହ ତିନୋଟି ଏକଦିବସିୟ ମ୍ୟାଚ ମଧ୍ୟ ଖେଳିବାର ଅଛି। ଏହି ମ୍ୟାଚ ୨୦ ସେପ୍ଟେମ୍ବରରୁ ୧୧ ଅକ୍ଟୋବର ମଧ୍ୟରେ ଖେଳାଯିବାର ଅଛି। ଟି-୨୦ ବିଶ୍ୱକପର ମ୍ୟାଚ ୧୬ ଅକ୍ଟୋବରରୁ ୧୩ ନଭେମ୍ବର ପର୍ଯ୍ୟନ୍ତ ଖେଳାଯିବାର ଅଛି ଓ ଏହା ଅଷ୍ଟ୍ରେଲିଆରେ ଖେଳାଯିବାର ଅଛି। ଏଥିରେ ମୋଟ ୧୬ ଟିମଙ୍କୁ ମୌକା ଦିଆଯାଇଛି।

Google

ବିସିସିଆଇ ତରଫରୁ ଜାରି ବିଜ୍ଞାପନ ଅନୁସାରେ ପ୍ରଥମେ ଅଷ୍ଟ୍ରେଲିଆ ସହ ତିନୋଟି ମ୍ୟାଚର ଟି-୨୦ ସିରିଜ ଖେଳାଯିବ। ଏହି ମ୍ୟାଚ ୨୦,୨୩ ଓ ୨୫ ସେପ୍ଟେମ୍ବରକୁ ଖେଳାଯିବ। ସିରିଜର ପ୍ରଥମ ମ୍ୟାଚ ମୋହାଲିରେ ହେବାର ଅଛି ଓ ଆଗାମୀ ଦୁଇଟି ମ୍ୟାଚ ନାଗପୁର ଓ ହାଇଦ୍ରାବାଦରେ ହେବାର ଅଛି। ଅଷ୍ଟ୍ରେଲିଆ ଟିମ ଟି-୨୦ ବିଶ୍ୱକପର ଡିଫେଣ୍ଡିଙ୍ଗ ଚାମ୍ପିୟାନ ଅଟେ। ତେଣୁ ରୋହିତଙ୍କ ଅଧିନାୟକତ୍ୱ ଟିମ ତାଙ୍କୁ କଡା ଟକର ଦେବାକୁ ଚାହିଁବେ।

Google

ଏହା ପରେ ଦକ୍ଷିଣ ଆଫ୍ରିଆ ସହ ମ୍ୟାଚ:

 

ଅଷ୍ଟ୍ରେଲିଆ ପରେ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ସହ ତିନୋଟି ମ୍ୟାଚର ଟି-୨୦ ସିରିଜ ଖେଳିବାର ଅଛି। ଏହି ମ୍ୟାଚ ୨୭ ସେପ୍ଟେମ୍ବର, ୨ ଅକ୍ଟୋବର ଓ ୪ ଅକ୍ଟୋବରକୁ ତିରୁବନ୍ତପୁରମ,ଗୋହାଟି ଓ ଇନଦୋରରେ ଖେଳାଯିବାର ଅଛି। ଏହା ପରେ ଦୁଇ ଦେଶ ମଧ୍ୟରେ ୩ଟି ମ୍ୟାଚର ଏକଦିବସିୟ ସିରିଜ ଖେଳାଯିବ।

ଭାରତୀୟ ଟିମ ଦକ୍ଷିଣ ଆଫ୍ରିକା ସହ ଟି;୨୦ ସିରିଜ ପରେ ତିନୋଟି ମ୍ୟାଚ ବିଶିଷ୍ଟ ଏକଦିବସିୟ ସିରିଜ ମଧ୍ୟ ଖେଳିବାର ଅଛି। ଏହି ମ୍ୟାଚ ୬,୯ ଓ ୧୧ ଅକ୍ଟୋବରକୁ ଲକ୍ଷନୌ, ରାଞ୍ଚି ଓ ଦିଲ୍ଲୀରେ ଖେଳାଯିବାର ଅଛି ଟିମ ଇଣ୍ଡିଆ ପୂର୍ଵ ବର୍ଷ ୟୁଏଇରେ ହୋଇଥିବା ଟି-୨୦ ବିଶ୍ୱକପରେ ଭଲ ପ୍ରଦର୍ଶନ କରିପାରିନଥିଲା। ତେଣୁ ବୋର୍ଡ ଏଥର କୌଣସି କମି ରଖିବାକୁ ଚାହୁଁନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *