ବ୍ୟୁରୋ ରିପୋର୍ଟ: ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଚାଲୁଥିବା ୫ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ସୂର୍ଯ୍ୟ କୁମାର ଯାଦବ ସୁନ୍ଦର ପ୍ରଦର୍ଶନ କରୁଛନ୍ତି। ତୃତୀୟ ମ୍ୟାଚରେ ସେ ୭୬ ରନର ମ୍ୟାଚ ବିଜୟୀ ପାରି ଖେଳିଥିଲେ ଯାହାର ଫାଇଦା ଏବେ ତାଙ୍କୁ ମିଳିଛି। ସେ ଆଇସିସିର ନୂତନ ଟି-୨୦ ରାଙ୍କିଙ୍ଗସରେ ଦ୍ୱିତୀୟ ନମ୍ବରରେ ପହଁଚିଯାଇଛନ୍ତି। ଏବେ ବାବର ଆଜମଙ୍କ ସ୍ଥାନ ବିପଦରେ କାରଣ ସୂର୍ଯ୍ୟ କୁମାର ତାଙ୍କଠୁ ମାତ୍ର ୨ ଅଙ୍କ ପଛରେ ଅଛନ୍ତି। ବାବର ଆଜମ ୮୧୮ ଅଙ୍କ ସହିତ ପ୍ରଥମ ସ୍ଥାନରେ ଥିବା ବେଳେ ସୂର୍ଯ୍ୟ କୁମାର ୮୧୬ ଅଙ୍କ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ମହମ୍ମଦ ରିଜୱାନ ୭୯୪ ଅଙ୍କ ସହ ତୃତୀୟ ଓ ଆଡ଼ମ ମାର୍କରମ ଚତ୍ରୁର୍ଥ ସ୍ଥାନରେ ଅଛନ୍ତି। ଟପ ୧୦ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସୂର୍ଯ୍ୟ କୁମାରଙ୍କ ଛଡା ଅନ୍ୟ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ ନାହାଁନ୍ତି।

ସୂର୍ଯ୍ୟ କୁମାର ଯାଦବ ପୂର୍ଵ ବର୍ଷ ହିଁ ଇଣ୍ଟରନେସନାଲ ଡେବ୍ୟୁ କରିଥିଲେ କିନ୍ତୁ ବହୁତ କମ ସମୟରେ ସେ ନିଜର ଏକ ସ୍ଵତନ୍ତ୍ର ପରିଚିତ ସୃଷ୍ଟି କରିଛନ୍ତି। ପୂର୍ଵ ମାସରେ ଇଂଲଣ୍ଡ ବିରୁଦ୍ଧରେ ନଟିଂହମରେ ହୋଇଥିବା ଟି-୨୦ ମ୍ୟାଚରେ ସେ ଶତକ ଲଗାଇଥିଲେ ଓ ଏବେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ମଙ୍ଗଳବାରକୁ ତୃତୀୟ ଟି-୨୦ରେ ୪୪ ବଲରେ ୭୬ ରନର ଦମଦାର ପାରି ଖେଳିଛନ୍ତି। ସେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଏବେ ପର୍ଯ୍ୟନ୍ତ ତିନୋଟି ଟି-୨୦ରେ ୧୬୮ରୁ ଅଧିକ ଷ୍ଟାଇକରେଟରେ ୧୧୧ ରନ କରିଛନ୍ତି। ତାଙ୍କ ଅର୍ଦ୍ଧଶତକ ଦ୍ଵାରା ଭାରତ ତୃତୀୟ ମ୍ୟାଚ ଜିତି ସିରିଜରେ ୨-୧ରେ ଆଗୁଆ ହୋଇଯାଇଛି।
ସୂର୍ଯ୍ୟ କୁମାର ଓପନିଙ୍ଗରେ ସୁନ୍ଦର ବ୍ୟାଟିଙ୍ଗ କରୁଛନ୍ତି:

ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଟି-୨୦ ସିରିଜରେ କେଏଲ ରାହୁଲଙ୍କ ଅନୁପସ୍ଥିତରେ ସୂର୍ଯ୍ୟ କୁମାର ଓପନର ରୂପରେ ଖେଳୁଛନ୍ତି। ପ୍ରଥମ ଟି-୨୦ରେ ସେ ୨୪ ଓ ଦ୍ୱିତୀୟ ଟି-୨୦ରେ ୧୧ ରନ କରିଥିଲେ କିନ୍ତୁ ତୃତୀୟ ଟି-୨୦ରେ ଧମାକାଦାର ଅର୍ଦ୍ଧଶତକ ଲଗାଇଛନ୍ତି। ରୋହିତ ଏହି ମ୍ୟାଚରେ ରିଟାର୍ଡ ହର୍ଟ ହେବା ପରେ ସୂର୍ଯ୍ୟ କୁମାର ଜବରଦସ୍ତ ରୂପରେ ବ୍ୟାଟିଙ୍ଗ କରିଥିଲେ। ସେ ୮ ଟି ଚୌକା ଓ ୪ ଟି ଛକା ଦ୍ଵାରା ୭୬ ରନ କରିଥିଲେ।
ଯଦି ଆଗାମୀ ଦୁଇଟି ମ୍ୟାଚରେ ସୂର୍ଯ୍ୟ କୁମାର ଏହିପରି ଖେଳିବେ ତେବେ ବାବର ଆଜମ ଥିବା ନମ୍ବର ୧ ସ୍ଥାନ ସେ ନେଇପାରିବେ। କାରଣ ବାବର ଏବେ ସିଧା ଏସିଆ କପରେ ଖେଳିବେ ଯାହା ଟି-୨୦ ଫର୍ମାଟ ଅଟେ। ଏସିଆ କପ ୨୭ ଅଗଷ୍ଟରୁ ଆରମ୍ଭ ହେବ ଯାହା ୟୁଏଇରେ ଆୟୋଜନ ହେବ। ଏବେ ପାକିସ୍ତାନ ଟିମ ନେଦରଲ୍ୟାଣ୍ଡ ସହ ତିନୋଟି ମ୍ୟାଚର ଏକଦିବସିୟ ସିରିଜ ଖେଳୁଛି। ଏପରି ହୋଇପାରେକି ଏସିଆକପ ପୂର୍ବରୁ ସୂର୍ଯ୍ୟ କୁମାର ଟପ ୧ ସ୍ଥାନ ହାସଲ କରିପାରନ୍ତି।
Suryakumar Yadav has a great chance to be the number 1️⃣ in ICC's T20I rankings 😲
1️⃣ Babar Azam: 818 points
2️⃣ 𝐒𝐔𝐑𝐘𝐀𝐊𝐔𝐌𝐀𝐑 𝐘𝐀𝐃𝐀𝐕: 𝟖𝟏𝟔 𝐩𝐨𝐢𝐧𝐭𝐬
3️⃣ Mohammad Rizwan: 794 points📸: BCCI#SuryakumarYadav #ICCRankings #TeamIndia #CricketTwitter pic.twitter.com/EgjxrpXZOn
— SportsTiger (@sportstigerapp) August 3, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।