ସାଉଥ ଆଫ୍ରିକାର ପୂର୍ବ କ୍ରିକେଟର ଜ୍ୟାକ କାଲିସ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଏକ ଅନୁମାନ କରିଛନ୍ତି। ସେ ମାନିଛନ୍ତି କି ଭାରତୀୟ ଦଳ ହେଉଛି ଏଥର ବିଶ୍ୱକପ ଜିତିବାର ସବୁଠାରୁ ଅଧିକ ଯୋଗ୍ୟ ଦଳ।
ଏହି ନ୍ୟୁଜ ଏମିତି ସମୟରରେ ଅଡିଛି ଯେଉଁ ସମୟରେ ଭାରତୀୟ ଦଳର ପ୍ରଶଂସକମାନେ ଭାରତୀୟ ଦଳର ପ୍ରଦର୍ଶନ ଉପରେ ଖାସ ସନ୍ତୁଷ୍ଟ ନାହାନ୍ତି କାରଣ ଭାରତ ନିଜର ଏସିଆ କପ ମଧ୍ୟ ଥିବା ଦବଦବା ରଖିପାରି ନାହିଁ।
ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ଭାରତ ତାର ପ୍ରଥମ ଟି-୨୦ ମ୍ୟାଚ ଯାହା ମୋହାଲି ଠାରେ ଖେଳିଥିଲେ ସେଥିରେ ବହୁତ ଖରାପ ଭାବରେ ପ୍ରଦର୍ଶନ କରିଥିଲା। ମାତ୍ର ଜ୍ୟାକ କାଲିସଙ୍କ ଅନୁସାରେ ଭାରତୀୟ ଦଳର ଖେଳାଳି ମାନଙ୍କର ଭଲ ପ୍ରଦର୍ଶନ ଆଉ ନିଜର ଥିବା ସୌଭାଗ୍ୟ ଫଳରେ ଭାରତ ଟି-୨୦ ବିଶ୍ୱକପ ଜିତିପାରେ ବୋଲି ସେ ବିଶ୍ୱାସ ରଖିଛନ୍ତି।
କାଲିସଙ୍କ କହିବା ଅନୁସାରେ ଭାରତ ଏବେ ପର୍ଯ୍ୟନ୍ତ ଠିକ ଠାକ ପ୍ରଦର୍ଶନ କରିଛନ୍ତି। ବିଶ୍ୱକପରେ ଭାଗ୍ୟର ବି ଦରକାର ପଡିଥାଏ।ତାଙ୍କର କଥା ହେଉଛି କି ଭାରତ ଲକ୍ଷ୍ୟରେ ଠିକ ଠାକ ଖେଳାଳି ମଧ୍ୟ ଅଛନ୍ତି।
ଏଥର ଟି-୨୦ ବିଶ୍ୱକପ ଅଷ୍ଟ୍ରେଲିଆରେ ହେବାକୁ ଅଛି। ଯେଉଁଠି ଭାରତୀୟ ଦଳରେ ଥିବା ଦ୍ରୁତ ବୋଲର ମାନଙ୍କର ପରୀକ୍ଷା ପରି ହେବାକୁ ଯାଉଛି। ଭାରତ ନିଜର ୧୫ ଜଣିଆ ଦଳରେ ଚହଲ,ଅଶ୍ୱିନୀ,ଅକ୍ସର ପଟେଲ ସମେତ ୩ ଜଣ ସ୍ପିନରଙ୍କୁ ସ୍ଥାନ ଦେଇଛନ୍ତି।
ଭାରତୀୟ ଦଳ ଟି-୨୦ ଲିଷ୍ଟରେ ଏକ ନମ୍ବର ସ୍ଥାନରେ ଅଛି।ଦ୍ୱିତୀୟ ଟି-୨୦ ରେ ଭାରତୀୟ ଦଳ ବିଜୟୀ ହାସଲ କରି ଭାରତୀୟ ପ୍ରଶଂସକ ମାନଙ୍କୁ କିଛି ସମୟ ପାଇଁ ଶାନ୍ତ କରିଛନ୍ତି।କିନ୍ତୁ ଟି-୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳ ନିଜର ଜିତିବା ଲୟକୁ ଜାରି ରଖିବା ଦରକାର। ଏପରି ଜିତିବା ଦ୍ଵାରା ଭାରତ ପୁରା ଆତ୍ମବିଶ୍ବାସ ସହିତ ବିଶ୍ୱକପକୁ ଯିବ।