ବ୍ୟୁରୋ ରିପୋର୍ଟ: ଜିମ୍ବାୱେ ଟିମ ସୁନ୍ଦର ଭାବେ ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ୩ ୱିକେଟରେ ହରାଇଦେଇଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟିମ ବଡ଼ ସ୍କୋର କରିପାରିଲା ନାହିଁ ଯାହା ଦ୍ୱାରା ଏହାର ପରିଣାମ ଭୋଗିବାକୁ ପଡିଲା। ଅଷ୍ଟ୍ରେଲିଆ ଜିମ୍ବାୱେ ସାମ୍ନାରେ ୧୪୨ ରନର ଲକ୍ଷ୍ୟ ରଖିଥିଲା ଯାହାକୁ ଜିମ୍ବାୱେ ୭ ୱିକେଟ ହରାଇ ହାସଲ କରିନେଲା। ଜିମ୍ବାୱେ ତରଫରୁ ଜଣେ ଜବରଦସ୍ତ ଖେଳାଳି କମାଲ ପ୍ରଦର୍ଶନ କରିଥିଲେ। ଏହି ଦମଦାର ଖେଳାଳିଙ୍କ କାରଣରୁ ଅଷ୍ଟ୍ରେଲିଆ ବଡ଼ ସ୍କୋର କରିପାରିନଥିଲା।

ଏହି ଖେଳାଳି କଲେ କମାଲ:
ଜିମ୍ବାୱେ ତରଫରୁ ରୟାନ ବର୍ଲ ଜବରଦସ୍ତ ବୋଲିଙ୍ଗ କରିଥିଲେ। ସେ ଅଷ୍ଟ୍ରେଲିଆର ବ୍ୟାଟିଙ୍ଗ ଲାଇନକୁ ଭାଙ୍ଗିଦେଇଥିଲେ। ସେ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନଙ୍କୁ ବଡ଼ ସ୍କୋର କରିବାକୁ ଦେଇନଥିଲେ। ସେ ସବୁଠୁ ସଫଳ ବୋଲର ରହିଥିଲେ ଯିଏକି ୩ ଓଭରରେ ୧୦ ରନ ଦେଇ ୫ ୱିକେଟ ନେଇଥିଲେ। ସେ ଅଷ୍ଟ୍ରେଲିଆର ୫ ବ୍ୟାଟ୍ସମ୍ୟାନ ଡେଭିଡ ୱାନର,ଗ୍ଲେନ ମାକ୍ସୱେଲ,ଆଷ୍ଟନ ଏଗର,ମିଚେଲ ଷ୍ଟାର୍କ ଓ ଜୋସ ହେଜଲବୁଡ଼ଙ୍କୁ ଆଉଟ କରିଥିଲେ।
ଏପରି କରିଥିବା ପ୍ରଥମ ଖେଳାଳି:
ରୟାଲ ବର୍ଲ ଜିମ୍ବାୱେର ଏପରି ପ୍ରଥମ ଖେଳାଳି ହୋଇଛନ୍ତି ଯିଏକି ଅଷ୍ଟ୍ରେଲିଆ ବିରୁଦ୍ଧରେ ୫ ୱିକେଟ ହାସଲ କରିଛନ୍ତି। ରୟାନ ବର୍ଲଙ୍କ ଛଡା ବ୍ରେଡ଼ ଇବାଂସ ୨,ସିମ ୱିଲିୟମସନ , ବିକ୍ଟର ଓ ନାଗରବା ୧-୧ ୱିକେଟ ନେଇଥିଲେ।

ଜିମ୍ବାୱେର ଐତିହାସିକ ବିଜୟ:
ଜିମ୍ବାୱେ ଇତିହାସ ରଚି ଅଷ୍ଟ୍ରେଲିଆକୁ ୩ ୱିକେଟରେ ହରାଇଦେଇଛି। ଏହା ପ୍ରଥମ ଥର ହୋଇଛି ଯେବେ ଜିମ୍ବାୱେ ଅଷ୍ଟ୍ରେଲିଆକୁ ତାରି ଘରେ ହରାଇଛି। ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ ଜିମ୍ବାୱେ ବୋଲରଙ୍କ ସାମ୍ନାରେ ତିଷ୍ଟି ପାରିଲେ ନାହିଁ। ରିୟାନ ବର୍ଲ ଆସିବା କ୍ଷଣି ଅଷ୍ଟ୍ରେଲିଆର ୱିକେଟ ଲଗାତର ଗଳିଚାଲିଲା। ଡେଭିଡ ୱାରନର ସବୁଠୁ ଅଧିକ ୯୬ ବଲରେ ୯୪ ରନର ପାରି ଖେଳିଥିଲେ। ତାଙ୍କ ଛଡା ମାକ୍ସୱେଲ ହିଁ କେବଳ ୧୯ ରନ କରି ପର୍ଯ୍ୟନ୍ତ ପହଁଚିଥିଲେ।