ବ୍ୟୁରୋ ରିପୋର୍ଟ: ଜଣେ ଯୁବକଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଯିଏକି ଗୋଟେ ହାତ ନଥାଇ ମଧ୍ୟ ସୁନ୍ଦର ବୋଲିଙ୍ଗ ଓ ବ୍ୟାଟିଙ୍ଗ କରିପାରୁଛନ୍ତି। ସେ ନିଜ ଦୃଢ଼ ମନୋବଳ ପାଇଁ ହାର ମାନିନାହାଁନ୍ତି।

ଏହି ଭିଡ଼ିଓଟି ଅଟେ କର୍ଣ୍ଣାଟକର ଜଣେ କ୍ରିକେଟ ଖେଳାଳିଙ୍କର। ସେଠିକାର କୋପାଲ ଅଞ୍ଚଳର ଏକ ଟୁର୍ଣ୍ଣାମେଣ୍ଟରେ ସେ ଖେଳୁଥିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି। ସେହି ଭିଡ଼ିଓ ଦେଖି ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେନି କାରଣ ଯୁବକ ଜଣଙ୍କ ଗୋଟେ ହାତ ନାହିଁ ଏହା ପରେ ମଧ୍ୟ ସେ ଅତି ଘାତକ ବୋଲିଙ୍ଗ କରି ୱିକେଟ ତ ନେଉଛନ୍ତି ତାହା ସହ ବ୍ୟାଟିଙ୍ଗ କରି ଛକା ଓ ଚୌକା ମଧ୍ୟ ମାରୁଛନ୍ତି। ଏଭଳି ଦୃଢ ମନୋବଳ ଆଗରେ ହାରମାନିଛି ତାଙ୍କ ଭାଗ୍ୟ।
ଆପଣଙ୍କୁ କହିରଖିବି ସେହି ଟୁର୍ଣ୍ଣାମେଣ୍ଟରେ ଏମକେ ୱାରିୟର୍ସ ଓ ଏମସିସି ଲେବଗେରି ମଧ୍ୟରେ ମ୍ୟାଚ ଚାଲିଥିଲା। ସେହି ମ୍ୟାଚରେ ଜଣେ ଯୁବକ ଯାହାଙ୍କ ଏକ ହାତ ନାହିଁ ସେ ବୋଲିଙ୍ଗ କରୁଛନ୍ତି ଓ ଏଭଳି ସୁନ୍ଦର ବୋଲିଙ୍ଗ କରି ସେ ୱିକେଟ ମଧ୍ୟ ନେଇଥିଲେ। ଏହା ପରେ ଯେବେ ସେ ବ୍ୟାଟିଙ୍ଗ କରୁଛନ୍ତି ପ୍ରାୟ କେତେଜଣ ଆଶ୍ଚର୍ଯ୍ୟ କି ଗୋଟେ ହାତରେ ସେ ବଡ଼ ବଡ଼ ଛକା ଓ ଚୌକା ସହ ସୁଇପ ଶର୍ଟ ମଧ୍ୟ ଅତି ସୁନ୍ଦର ଭାବେ ମାରିଛନ୍ତି। ସେହି ଯୁବକଙ୍କ ପରିଚୟ ମିଳିପାରିନାହିଁ। ତାଙ୍କର ଏହି ଭିଡ଼ିଓ ଖୁବ ଭାଇରାଲ ହେଉଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।