ଅବସର ନେଲେ ହରଭଜନ ହେଲେ ଇମୋସ୍ନାଲ ହୋଇଗଲେ ଯୁବରାଜ ! ଆଉ ଭିଡ଼ିଓ ମାଧ୍ୟମରେ କହିଲେ ଏମିତି କଥା ! ଦେଖନ୍ତୁ ଭିଡିଓ

ମହାନ ସ୍ପିନରଙ୍କ ମଧ୍ୟରୁ ଜଣେ ହରଭଜନ ସିଂହ ଶୁକ୍ରବାର ଦିନ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଦେଲେ। ହରଭଜନ ନିଜ କ୍ୟାରିଅରରେ ଭାରତକୁ ଅନେକ ମ୍ୟାଚରେ ବିଜୟ ଦେଇଛନ୍ତି। ବର୍ଷ ୧୯୯୮ରେ ଡେବ୍ୟୁ କରିଥିବା ହରଭଜନଙ୍କୁ ଅନେକ କ୍ରିକେଟର ଅଭିନନ୍ଦନ ଜଣାଇଲେ। ଏହା ମଧ୍ୟରେ ପୂର୍ଵ ଭାରତୀୟ ବ୍ୟାଟ୍ସମ୍ୟାନ ଯୁବରାଜ ସିଂହ ମଧ୍ୟ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ। ଏହାର କ୍ୟାପ୍ସନରେ ସେ ଅନେକ କଥା ଲେଖିଥିଲେ।

ହରଭଜନ ଏବେ ଆଇପିଏଲରେ କୌଣସି ଟିମ ସହ ସପୋର୍ଟ ଷ୍ଟାପ ହିସାବରେ ଯୋଡିହୋଇପାରନ୍ତି। ସେ ବର୍ଷ ୨୦୧୫ରୁ ଭାରତୀୟ ଟିମରୁ ବାହାରେ ଅଛନ୍ତି। ୪୧ ବର୍ଷୀୟ ହରଭଜନ ଏହା ପରେ ମଧ୍ୟ ଆଇପିଏଲ ଖେଳିଆସୁଥିଲେ।ଏବେ ସେ ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ ଟ୍ୱିଟରେ ଲେଖିଛନ୍ତି,”ସବୁ ଜିନିଷର ଶେଷ ନିଶ୍ଚୟ ଆସିଥାଏ। ମୁଁ ଆଜି ଏହି ଖେଳକୁ ଅଲବିଦା କହୁଛି ଯାହା ମୋ ପାଇଁ ସବୁକିଛି ଥିଲା। ମୁଁ ସେହି ସବୁ ଲୋକଙ୍କୁ ଧନ୍ୟବାଦ ଦେଉଛି ଯେଉଁମାନେ ମୋର ଏହି ୨୩ ବର୍ଷୀୟ କ୍ରିକେଟ କ୍ୟାରିଅରରେ ମୋ ସହିତ ଯୋଗଦେଇଛନ୍ତି”। ଏହା ପରେ ଯୁବରାଜ ସିଂହ ମଧ୍ୟ ହରଭଜନଙ୍କୁ ସୁନ୍ଦର କ୍ୟାରିଅର ପାଇଁ ଅଭିନନ୍ଦନ ଜଣାଇଛନ୍ତି।

ଯୁବରାଜ ସିଂହ ଏକ ଭିଡ଼ିଓ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତି,”ଏକ ସୁନ୍ଦର କ୍ୟାରିଅର ପାଇଁ ଅଭିନନ୍ଦନ ଭାଇ। ଗ୍ରାଉଣ୍ଡ ଭିତରେ ଓ ବାହାରର ସେହି ସବୁ ଅନୁଭୂତି ସବୁବେଳେ ମନେରହିବ। ବିଶେଷ ରୂପରେ ଯେଉଁ ଦୁଇଟି ବିଶ୍ୱକପ ଜିତିଥିଲେ। ଆପଣ ଜଣେ ମ୍ୟାଚ ବିଜୟୀ ଓ ଟିମ ମ୍ୟାନ ରହିଛନ୍ତି। ଆପଣଙ୍କ ଉପଲବ୍ଧି ପାଇଁ ଗର୍ବ ଆସୁଛି ଲିଜେଣ୍ଡ!ଦେଖାହେଲେ ପୁଣିଭଂଗଡା କରିବା, ବହୁତ ଅଧିକ ଭଲପାଇବା”।

ଏହି ଭିଡ଼ିଓରେ ହରଭଜନ ମଧ୍ୟ କମେଣ୍ଟ କରିଛନ୍ତି ଓ ହୃଦୟ ଇମୋଜି ସେୟାର କରି ଲେଖିଛନ୍ତି “ଲଭ ୟୁ ଭାଇ”।ଏ ହା ଛଡା ସୁରେଶ ରାଇନା ମଧ୍ୟ କମେଣ୍ଟ କରିଛନ୍ତି। ସେ ଦୁଇଟି ହୃଦୟ ଇମୋଜି ସେୟାର କରିଛନ୍ତି।

 

View this post on Instagram

 

A post shared by Yuvraj Singh (@yuvisofficial)

ହରଭଜନ ନିଜ କ୍ୟାରିଅରରେ ୧୦୩ ଟେଷ୍ଟ ମ୍ୟାଚ,୨୩୬ ଏକଦିବସିୟ ,ଓ ୨୮ ଟି-୨୦ ଇଣ୍ଟରନେସନାଲ ମ୍ୟାଚ ଖେଳିଛନ୍ତି। ତାଙ୍କ ନାମରେ ଟେଷ୍ଟରେ ୪୧୭,ଏକଦିବସିୟରେ ୨୬୯ ଓ ଟି-୨୦ରେ ୨୫ ୱିକେଟ ଅଛି। ଏହା ଛଡା ସେ ଟେଷ୍ଟରେ ଦୁଇଟି ଶତକ ଓ ୯ ଅର୍ଦ୍ଧଶତକ ମଧ୍ୟ ମାରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *