ଭାରତୀୟ ଟିମ ଅଫ ସ୍ପିନର ଭାବେ ପରିଚିତ ହରଭଜନ ସିଂହ ଗତ ୪ ବର୍ଷରୁ ଭାରତୀୟ ଟିମ ପାଇଁ କୋୖଣସି ବି ମ୍ୟାଚ ଖେଳି ନାହାନ୍ତି । ଏହି କାରଣରୁ ସେ ଫିଲ୍ମ ଦୁନିଆରେ ହାତ ବଢ଼ାଇଛନ୍ତି । ହରଭଜନ ସୋସିଆଲ ମିଡିଆରେ ନିଜର ଡେବ୍ୟୁ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି। ଚଳିତ ବର୍ଷ ଏହି ଫିଲ୍ମ ଆସନ୍ତା ଅଗଷ୍ଟ ମାସରେ ରିଲିଜ ହେବାକୁଯାଉଛି ।
ଭାରତୀୟ କ୍ରିକେଟର ହରଭଜନ ସିଂହ ସୋସିଆଲ ମିଡିଆରେ ଏକ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି । ଏହି ପୋଷ୍ଟରରେ ସାଉଥ ସୁପରଷ୍ଟାର ଅର୍ଜୁନଙ୍କ ସହ ହରଭଜନ ସିଂହ ମଧ୍ୟ ନଜର ଆସିଛନ୍ତି । ଏହି ତାମିଲ ଫିଲ୍ମର ନାଁ ହେଉଛି ‘ଫ୍ରେଣ୍ଡସିପ’। ହରଭଜନଙ୍କ ପ୍ରଥମ ଫିଲ୍ମରେ ଜନ ପଲ ରାଜ ଏବଂ ଶ୍ୟାମ ସୂର୍ଯ୍ୟା ନିର୍ଦେଶନା ଦେଇଛନ୍ତି । ହରଭଜନ ସିଂହଙ୍କ ଡେବ୍ୟୁ ‘ଫ୍ରେଣ୍ଡସିପ’ ଚଳିତ ବର୍ଷ ଅଗଷ୍ଟ ମାସରେ ରିଲିଜ ହେବାକୁଯାଉଛି ।

ଫିଲ୍ମର ପୋଷ୍ଟର ସେୟାର କରିବା ସହ ହରଭଜନ ଲେଖିଛନ୍ତି, ‘ଫ୍ରେଣ୍ଡସିପ ମୁଭି’। ଏଥିସହ ସେ ଏକ ଭିଡ଼ିଓ କ୍ୟାମେରା ଭଳି ଏବଂ ଅନ୍ୟଟି ଚଷମା ପିନ୍ଧିଥିବାର ସ୍ମାଇଲ ଇମୋଜି ସେୟାର କରିଛନ୍ତି ମଧ୍ୟ । ରିଲିଜ ହୋଇଥିବା ପୋଷ୍ଟରରେ ହରଭଜନ କିଛି ଭାବୁଥିବା କିମ୍ବା କାହାର କଥା ଶୁଣୁଥିବାର ନଜର ଆସୁଥିବା ବେଳେ ଅନ୍ୟପଟେ ଦମଦାର ଆକ୍ସନ କିଙ୍ଗ ଅର୍ଜୁନ ଆଗରେସିଭ ଲୁକରେ ନଜର ଆସିଛନ୍ତି ।
ସୂଚନା ମୁତାବକ ହରଭଜନ ଟିମ ଇଣ୍ଡିଆ ପାଇଁ ୨୦୧୬ ମସିହାରେ ଶେଷ ଥର ପାଇଁ ଅନ୍ତରାଷ୍ଟ୍ରୀୟ ଟି ୨୦ ମ୍ୟାଚ ଖେଳିଥିଲେ । ଗତ ୪ବର୍ଷ ହେବ ସେ ଭାରତୀୟ କ୍ରିକେଟ ପାଇଁ କୌଣସି ବି ସିରିଜ ଏବଂ ମ୍ୟାଚ ଖେଳିନାହାନ୍ତି । ଆଇପିଏଲ ରେ ମଧ୍ୟ ସେ ଚଳିତବର୍ଷ ଚେନ୍ନାଇ ସୁପର କିଙ୍ଗ ପକ୍ଷରୁ ଖେଳିଛନ୍ତି । କିନ୍ତୁ କରୋନା ଭାଇରସ ଭଳି ମାହାମାରୀ କାରଣରୁ ଚଳିତ ବର୍ଷ ଆଇପିଏଲ ସ୍ଥଗିତ କରାଯାଇଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।