ଟି ନଟରାଜନ କାନବେରାରେ ଖେଳାଯାଇଥିବା ତୃତୀୟ ଏକ ଦିବସିୟରେ ୧୦ ଓଭରରେ ୭୦ ରନ ନେଇ ୨ଟି ମହତ୍ୱପୂର୍ଣ୍ଣ ୱିକେଟ।
ଟି ନଟରାଜନ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଏକ ଦିବସିୟରେ ଭାରତ ପଟୁ ଇଣ୍ଟରନେସନାଲ କ୍ରିକେଟରେ ଡେବ୍ୟୁ କରିଛନ୍ତି। ସେ ନିଜ ପ୍ରଥମ ମୁକାବିଲାରେ ନିଜର ସୁନ୍ଦର ବୋଲିଙ୍ଗ ଦ୍ଵାରା ସମସ୍ତଙ୍କ ମନ କିଣିଛନ୍ତି। ଟି ନଟରାଜନ କାନବେରାରେ ଖେଳାଯାଇଥିବା ତୃତୀୟ ଏକ ଦିବସିୟରେ ୧୦ ଓଭରରେ ୭୦ ରନ ନେଇ ୨ଟି ମହତ୍ୱପୂର୍ଣ୍ଣ ୱିକେଟ।

ନଟରାଜନ ମାର୍ନସ ଲାବୁସେନଙ୍କୁ କେବଳ ୭ ରନର ସ୍କୋରରେ ଆଉଟ କରି ଇଣ୍ଟରନେସନାଲରେ ନିଜର ପ୍ରଥମ ୱିକେଟ ନେଲେ ଓ ଟିମ ଇଣ୍ଡିଆକୁ ସଫଳତା ଦେଲେ।ଏହା ପରେ ସେ ଏଷ୍ଟନ ଏଗରଙ୍କୁ ଆଉଟ କଲେ। ନଟରାଜନ ଆଇପିଏଲରେ ସୁନ୍ଦର ପ୍ରଦର୍ଶନ କରିଥିଲେ ଯାହା ଦ୍ୱାରା ତାଙ୍କୁ ଟିମ ଇଣ୍ଡିଆରେ ଚୟନ କରାଗଲା କିନ୍ତୁ ଆଜି ସେ ଯେଉଁ ସ୍ଥାନରେ ଅଛନ୍ତି ଏହା ପଛରେ ଏକ ଲମ୍ବା ସଂଘର୍ଷର କାହାଣୀ ଅଛି।
ନଟରାଜନ ସଲେମ ଜିଲାର ଏକ ଛୋଟ ଗ୍ରାମ ଚିନ୍ନାପମପଟି ର ଅଟନ୍ତି ଯାହାକି ଚେନ୍ନାଇ ଠାରୁ ୩୪୦ କିଲୋମିଟର ଦୂର ଅଟେ। ନଟରାଜନଙ୍କ ବାପା ଦିହାଡ଼ି ମୂଲ ଲାଗିଥାନ୍ତି ଓ ତାଙ୍କ ମା ରାସ୍ତା କଡରେ ଖାଇବା ବିକ୍ରି କରିଥାନ୍ତି। ଏକ ଇଣ୍ଟରଭିଉରେ ସେ କହିଥିଲେ କି ତାଙ୍କ ଆର୍ଥିକ ସ୍ଥିତି ଭଲ ନଥିଲା। ପାଞ୍ଚଜଣ ଭାଇ ଭଉଣୀଙ୍କ ମଧ୍ୟରୁ ନଟରାଜନ ସବୁଠୁ ବଡ଼ ଅଟନ୍ତି ଓ ତାଙ୍କ ଉପରେ ଅନେକ ଜିମେଦାରୀ ଥିଲା। ସେ ନିଜ କ୍ୟାରିଅର ଆରମ୍ଭରେ କେବଳ ଟେନିସ ବଲରେ କ୍ରିକେଟ ଖେଳିଛନ୍ତି।

ନିଜ ପରିବାରର ସଂଘର୍ଷ ସମୟରେ ସ୍ପୀଡ଼ସ୍ତରରେ ତାମିଲନାଡୁ ପ୍ରିମୀୟରଲିଗରେ ଜାଗା ତିଆରି କଲେ।ଯେଉଁଠାରେ ସେ ବହୁତ ଭଲ ପ୍ରଦର୍ଶନ କଲେ ଓ ତାଙ୍କ ଭାଗ୍ୟ ବଦଳିଗଲା। ୨୦୧୬-୧୭ ରଣଜୀ ଟ୍ରଫି ସିଜନ ସମୟରେ ନଟରାଜନ ୯ ମ୍ୟାଚରେ ୨୭ ୱିକେଟ ନେଇଥିଲେ। ନଟରାଜନ ଆଜି ନିଜର ସୁନ୍ଦର ୟର୍କର ବୋଲିଙ୍ଗ ପାଇଁ ପରିଚିତ। ୨୦୧୭ ଆଇପିଏଲ ନିଲାମୀରେ କିଙ୍ଗସ ଇଲେଭେନ ପଞ୍ଜାବ ନଟରାଜନଙ୍କୁ ୩ କୋଟିରେ କିଣିଥିଲା।
ଟି ନଟରାଜନ ଆଇପିଏଲରେ ୟର୍କର କିଙ୍ଗ ହୋଇଗଲେ:
ନଟରାଜନ ହାଇଦ୍ରାବାଦ ଟିମରେ ଖେଳି ବହୁତ ଭଲ ପ୍ରଦର୍ଶନ କଲେ ଓ ସମସ୍ତଙ୍କ ଧ୍ୟାନ ନିଜ ଆଡକୁ ଆକର୍ଷଣ କଲେ। ବାମ ହାତି ଏହି ଦ୍ରୁତ ବୋଲର ୨୦୨୦ ଆଇପିଏଲରେ ହାଇଦ୍ରାବାଦ ଟିମରେ ଖେଳି ୧୬ ମ୍ୟାଚରେ ୧୬ ୱିକେଟ ନେଇଥିଲେ। ଆଇପିଏଲରେ ନଟରାଜନ ୟର୍କର କିଙ୍ଗ ରୂପେ ପରିଚିତ ହୋଇଗଲେ। ନଟରାଜନ ଆଇପିଏଲର ୧୩ ତମ ସିଜନରେ ସବୁଠୁ ଅଧିକ ୫୪ଟି ୟର୍କର ବଲ ପକାଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।