CSK କୁ ଲାଗିଲା ବଡ଼ ଝଟକା! ରିଲିଜ କରିଥିବା ଏହି ଖେଳାଳି ଖେଳିଲେ ଆକର୍ଷଣୀୟ ପାରି, ପଢନ୍ତୁ ପୁରା ଖବର!

ବ୍ୟୁରୋ ରିପୋର୍ଟ: IPL ର ମେଗା ଅକ୍ସନ ସରିସାରିଛି। ପ୍ରଥମେ ସବୁ ଦଳ ନିଜ ନିଜର କିଛି ଖେଳାଳିଙ୍କୁ ରିଟେନ କରିଥିଲେ।  ଆଇପିଏଲ ୨୦୨୨ ଅକ୍ସନରେ ଯଦି କୌଣସି ଗୋଟେ ଖେଳାଳିକୁ ଅଧିକ କ୍ଷତି ହୋଇଛି ସେ ହେଉଛନ୍ତି କୃଷ୍ଣପା ଗୌତମ। ତାଙ୍କୁ ପୂର୍ଵ ବର୍ଷ ଚେନ୍ନାଇ ସୁପର କିଙ୍ଗସ ୯.୨୫ କୋଟିରେ କିଣିଥିଲା କିନ୍ତୁ ଏଥର ଅକ୍ସନ ପୂର୍ଵରୁ ରିଲିଜ କରିଦେଇଥିଲା। ସେ ଅକ୍ସନରେ ଓହ୍ଲାଇଥିଲେ ଓ ଲକ୍ଷନଉ ସୁପର ଜାଏଣ୍ଟର୍ସ ତାଙ୍କୁ ୯୦ ଲକ୍ଷରେ ଟିମରେ ସାମିଲ କରିଛି। ଗୋଟେ ସିଜନରେ ତାଙ୍କ ପଇସାରେ ପ୍ରାୟ ୧୦ ଗୁଣ କମ ହୋଇଛି। ତାଙ୍କୁ ଗୋଟେ ସିଜନରେ ୮ କୋଟିରୁ ଅଧିକ କ୍ଷତି ହୋଇଛି। ଧୋନିଙ୍କ ପୁରୁଣା ସାଥି ରଣଜୀ ଟ୍ରଫିରେ କର୍ଣ୍ଣାଟକ ତରଫରୁ ଖେଳି ରେଲୱେ ବିରୁଦ୍ଧରେ ସୁନ୍ଦର ଅର୍ଦ୍ଧଶତକ ମାରିଛନ୍ତି। ସେ ୩୨ ବଲରେ ୫୨ ରନର ସୁନ୍ଦର ପାରି ଖେଳିଛନ୍ତି।

Google

କୃଷ୍ଣପା ଗୌତମଙ୍କ ଦ୍ଵାରା କର୍ଣ୍ଣାଟକ ପ୍ରଥମ ପାରିରେ ୪୮୧ ରନର ସ୍କୋର କରିଥିଲା। ସେ ୮ମ ନମ୍ବରରେ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇଥିଲେ। ସେ ୪ ଟି ଛକା ଓ ୪ ଟି ଚୌକା ଦ୍ଵାରା ୫୨ ରନ କରିଥିଲେ। ଏହା ଛଡା ଅଧିନାୟକ ମନିଷ ପାଣ୍ଡେ ସୁନ୍ଦର ବ୍ୟାଟିଂର ପ୍ରଦର୍ଶନ କରିଥିଲେ। ସେ ୧୫୬ ରନ କରିଥିଲେ। ସିଦ୍ଧାର୍ଥ ମଧ୍ୟ ୧୪୬ ରନ କରିଥିଲେ।

ଗୌତମଙ୍କୁ ଯେବେ ପୂର୍ଵ ସିଜନରେ ଚେନ୍ନାଇ ସୁପର କିଙ୍ଗସ ୯.୨୫ କୋଟିରେ କିଣିଥିଲା ସେ ଆଇପିଏଲ ଇତିହାସର ସବୁଠୁ ଦାମୀ ଅନକ୍ୟାପଡ଼ ଖେଳାଳି ହୋଇଥିଲେ। ଏହି ସିଜନରେ ଆବେଶ ଖାନ ତାଙ୍କ ରେକର୍ଡ ଭାଙ୍ଗିଦେଇଛନ୍ତି। ଆବେଶ ଖାନଙ୍କୁ ଲକ୍ଷନଉ ସୁପର ଜାଏଣ୍ଟର୍ସ ୧୦ କୋଟିରେ କିଣିଛି।

Google

ଗୌତମ ପୂର୍ଵ ସିଜନରେ ଏକଦିବସିୟରେ ଡେବ୍ୟୁ କରିଥିଲେ:

ଗୌତମ ପୂର୍ଵ ବର୍ଷ ଜୁଲାଇରେ ଶ୍ରୀଲଙ୍କା ବିରୁଦ୍ଧରେ ଏକଦିବସିୟରେ ଡେଭ୍ୟୁ କରିଥିଲେ। ସେହି ମ୍ୟାଚରେ ସେ ୨ ରନ କରିଥିଲେ ଏହା ସହିତ ୮ ଓଭରରେ ସେ ୪୯ ରନ ଦେଇ ୧ ୱିକେଟ ନେଇଥିଲେ। ଏହା ପରେ ତାଙ୍କୁ ଆଉ ଏକଦିବସିୟ ମ୍ୟାଚ ଖେଳିବାକୁ ମିଳିନାହିଁ ଓ ସେ ଟି-୨୦ ମ୍ୟାଚରେ ମଧ୍ୟ ଡେବ୍ୟୁ କରିନାହାଁନ୍ତି। ସେ ଏଯାଏ ୪୪ ଫାଷ୍ଟକ୍ଳାସ ମ୍ୟାଚରେ ୧୬୮ ୱିକେଟ ନେବାସହ ୧୦୫୦ ରନ କରିଛନ୍ତି। ସେ ଫାଷ୍ଟକ୍ଳାସ କ୍ରିକେଟରେ ୧୨ ଥର ୫ ୱିକେଟ ଓ ୫ ଥର ୪ ୱିକେଟ ନେଇସାରିଛନ୍ତି। ସେ ଦୁଇଥର ୧୦ ୱିକେଟ ନେବାର କାରନାମା କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *