କ୍ରିସ ଗେଲଙ୍କ ଆଖିରେ ଆସିଲା ଲୁହ। ଜାଣନ୍ତୁ କାହିଁକି କାନ୍ଦିଲେ ଗେଲ। ଦେଖନ୍ତୁ ଭାଇରଲ ଭିଡିଓ।

କ୍ରିକେଟ ଗ୍ରାଉଣ୍ଡରେ ଖୋଲିକି ଛକା ଚୌକା ମାରୁଥୁବା କ୍ରିସ ଗେଲ ପ୍ରକୃତ ଜୀବନ ମଧ୍ୟ ନିଜ ଇଚ୍ଛାରେ ଖୋଲା ଖୋଲି ଭାବେ ବଞ୍ଚିଥାନ୍ତି। ୟୁନିଭର୍ସ ବସ ନାମରେ ଜଣାଯାଉଥିବା କ୍ରିସ ଗେଲ ଅନେକ ସମୟରେ ସୋସିଆଲ ମିଡ଼ିଆରେ ମସ୍ତି କରୁଥିବା ଦେଖାଯାଇଥାନ୍ତି। ସେ ନିଜର ସବୁ ଭିଡ଼ିଓରେ ପାର୍ଟି ମଉଜ ମସ୍ତି କରୁଥିବା ଦେଖାଯାଇଥାନ୍ତି। ମାତ୍ର ସୋମବାରକୁ ତାଙ୍କର ଏକ ଏପରି ଭିଡ଼ିଓ ଭାଇରାଲ ହୋଇଛି ଯେଉଁଥିରେ ସେ କାନ୍ଦୁଥିବା ଦେଖାଯାଇଛି। ଡ୍ୟାନ୍ସ ଓ ପାର୍ଟି କରୁଥିବା ଏହି ସୁପର ଷ୍ଟାର କଣ ପାଇଁ କାନ୍ଦୁଥିଲେ ଆସନ୍ତୁ ଏହା ପଛର କାରଣ ଜାଣିବା।

ପ୍ରକୃତରେ କ୍ରିସ ଗେଲ ମଦର୍ସ ଡେରେ ନିଜ ମା ଙ୍କୁ ମନେ ପକାଇ କାନ୍ଦିବାର ନଜର ଆଡୁଥିଲେ। ସେ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ କାନ୍ଦି କାନ୍ଦି କହୁଛନ୍ତି ,”ମୁଁ ତତେ ବହୁତ ଭଲ ପାଏ ମା, ସେ ମତେ ଅଟକାଇ ପାରିବେନି। ମତେ ଜଣା ଅଛିକି ତତେ ମୋ ଉପରେ ଗର୍ବ ହେବ। ତତେ ବହୁତ ମନେପକାଉଛି ,ଆଇ ମିସ ୟୁ। ତୁମେ ସର୍ବଦା ଆମ ମନରେ ରହିବ। ମତେ ଜଣାଅଛିକି ଯିବା ପୂର୍ବରୁ ତମେ ମତେ ବହୁତ କିଛି କହିବାକୁ ଚାହୁଁଥିଲ। ତୁମେ ଆମକୁ ଖାଇବାକୁ ଦେବା ପାଇଁ ବହୁତ କଠିନ ପରିସ୍ଥିତି ଦେଇ ଗତି କରିଛ। ଆମେ କଥା ହେଉଥିବା। ଅନ୍ୟ ପଟେ ମିଳିବା ମା”।

ଆଇପିଏଲ ୨୦୨୧ରେ ଅସଫଳ ରହିଥିଲେ କ୍ରିସ ଗେଲ:

କହିରଖିବୁକି ଆଇପିଏଲ ୨୦୨୧ରେ କ୍ରିସ ଗେଲ କିଛି ଖାସ କରିପାରିଲେ ନାହିଁ। ପଞ୍ଜାବ କିଙ୍ଗସ ପଟୁ ଖେଳି ଗେଲ ଆଇପିଏଲ ୨୦୨୧ରେ ୮ ଟି ମ୍ୟାଚରେ କେବଳ ୧୭୮ ରନ ହିଁ କରିପାରିଥିଲେ। ସେ ଗୋଟେ ମାତ୍ର ଅର୍ଦ୍ଧଶତକ ମାରିନଥିଲେ। କରୋନା ଭାଇରସ କାରଣରୁ ଆଇପିଏଲ ୨୦୨୧କୁ ଅଧାରୁ ସ୍ଥଗିତ କରିବାକୁ ପଡିଲା। ଆଇପିଏଲ ସ୍ଥଗିତ ହେବା ପରେ ସବୁ ଖେଳାଳି ନିଜ ନିଜ ଦେଶକୁ ଫେରିଗଲେ କିନ୍ତୁ କ୍ରିସ ଗେଲ ମାଲଦୀପ ଗଲେ ବୋଲି ଜଣା ଯାଇଥିଲା। କ୍ରିସ ଗେଲ ସେଠାରେ ସମୁଦ୍ର କୂଳରେ ମସ୍ତି କରୁଥିବା ଦେଖାଯାଇଛି। ସୋମବାରକୁ ତାଙ୍କର ଏକ ଭିଡ଼ିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ ଏକ ବହୁତ ବଡ଼ ବର୍ଗର ଖାଉଥିବା ଦେଖାଯାଇଛି।

ଗେଲ ଭିଡ଼ିଓ ସେୟାର କରି କ୍ୟାପ୍ସନରେ ଲେଖିଥିଲେ,”ବ୍ରେକିଙ୍ଗ ନ୍ୟୁଜ ୟୁନିଭର୍ସ ବସ ଜୀବନର ସବୁଠୁ ବଡ଼ ବର୍ଗର ଖାଉଛନ୍ତି” ସେ ଭିଡ଼ିଓରେ କହିଲେ କି ଏହା ମୋ ଜୀବନର ସବୁଠୁ ବଡ଼ ବର୍ଗର ଯାହା ମୁଁ ନିଜେ ହାତରେ ଧରିବାରେ ସକ୍ଷମ ହୋଇଅଛି। ମତେ ବର୍ଗର ବହୁତ ପସନ୍ଦ ଓ ଏହା ବହୁତ ବଡ଼ ଅଟେ। ଏବେ ଏହାକୁ ମୁଁ ଘରକୁ ନେଇକି ଯିବି ମୋର ପେଟ ଭରିଗଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *