IPL ରେ ପ୍ରଥମ ଥର ଘଟିଲା ଏମିତି! ଚେନ୍ନାଇର ଗୋଟିଏ ବି ବ୍ୟାଟ୍ସମାନ ଏହି ସିଜିନରେ କରିପାରିଲେ ନାହିଁ….

ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ରେ ୨୦ ମଇକୁ ସିଏସକେ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ ହୋଇଥିଲା। ଏହି ମ୍ୟାଚରେ ସିଏସକେ ପ୍ରଥମେ ବ୍ୟାଟିଙ୍ଗ କରି ୧୫୦ ରନ କରିଥିଲା। ସିଏସକେ ପଟୁ ମୋଇନ ଅଲ୍ଲୀ ୯୩ ରନର ସୁନ୍ଦର ପାରି ଖେଳିଥିଲେ। ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟାଟରୁ ୨୬ ରନ ଆସିଥିଲା। ଏହି ଲକ୍ଷକୁ ରାଜସ୍ଥାନ ୫ ୱିକେଟ ହରାଇ ୧୯.୪ ଓଭରରେ ହାସଲ କରିଥିଲା।ଏହା ସହିତ ଆଇପିଏଲ ୨୦୨୨ରେ ସିଏସକେର ଗ୍ରସ୍ତ ଶେଷ ହୋଇଛି।

Google

ଏହା ଆଇପିଏଲ ୨୦୨୨ରେ ସିଏସକେର ୧୦ମ ପରାଜୟ ଥିଲା। ଆଇପିଏଲ ୨୦୨୨ରେ ସିଏସକେ ମାତ୍ର ୪ ଟି ମ୍ୟାଚ ଜିତିଛି। ୮ ଅଙ୍କ ସହ ସିଏସକେ ୯ ମ ସ୍ଥାନରେ ରହିଛି। ଆଇପିଏଲ ୨୦୨୨ରେ ସିଏସକେ ବ୍ୟାଟ୍ସମ୍ୟାନ ଓ ବୋଲର ସମସ୍ତେ ପ୍ରାୟ ନିରାଶ କରିଛନ୍ତି। ଇତିହାସ ଉପରେ ନଜର ପକାଇବା ତ ଏପରି ପ୍ରଥମ ଥର ହୋଇଛି ଯେବେ ସିଏସର କୌଣସି ବ୍ୟାଟ୍ସମ୍ୟାନ ୪୦୦ରନ ପର୍ଯ୍ୟନ୍ତ ପହଁଚିପାରିନାହିଁ।

ଋତୁରାଜ ଗାୟକୱାଡ଼:

ଆଇପିଏଲ ୨୦୨୨ରେ ସିଏସକେ ପାଇଁ ସବୁଠୁ ଅଧିକ ରନ ଋତୁରାଜ ଗାୟକୱାଡ଼ ରହିଛନ୍ତି। ସେ ୧୪ ମ୍ୟାଚରେ ୩୬୮ ରନ କରିଛନ୍ତି। ଏହି ସିଜନରେ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ୯୯ ରନ ରହିଛି। ଏହି ସିଜନରେ ସେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ତାଙ୍କ ଛଡା ସିଭମ ଦୁବେ ୧୧ ମ୍ୟାଚରେ ୨୮୯ ରନ,ଅମ୍ବାତି ରାୟୁଡୁ ୧୩ ମ୍ୟାଚରେ ୨୭୪ ରନ,ଡେବନ କନୱେ ୭ ମ୍ୟାଚରେ ୨୫୨ ରନ,ମୋଇନ ଅଲ୍ଲୀ ୧୦ ମ୍ୟାଚ ୨୪୪ ରନ,ଧୋନି ୧୪ ମ୍ୟାଚରେ ୨୩୨ ରନ,ଉଥାପା ୧୨ ମ୍ୟାଚରେ ୨୩୦ ରନ,କରିଛନ୍ତି। କୌଣସି ମଧ୍ୟ ସିଏସକେ ବ୍ୟାଟ୍ସମ୍ୟାନ ଏହି ସିଜନରେ ୪୦୦ ରନ କରିପାରିନାହାଁନ୍ତି।

Google

ଏକ ସିଜନରେ ୪୦୦ ରନ କରିଥିବା ବ୍ୟାଟ୍ସମ୍ୟାନ:

ଏହି ସିଜନକୁ ଛାଡିଦେବାତ ଅନ୍ୟ ସବୁ ସିଜନରେ ସିଏସକେର କୌଣସି ନା କୌଣସି ବ୍ୟାଟ୍ସମ୍ୟାନ ୪୦୦ ରନ ନିଶ୍ଚିନ୍ତ କରିଛନ୍ତି। ୨୦୦୮ ରେ ରାଇନା ,ଧୋନି, ୨୦୦୯ ରେ ରାଇନା, ମାଥୟୁ ହେଡ଼ନ ,୨୦୧୦ରେ ରାଇନା, ମୁରଲୀ ବିଜୟ,୨୦୧୧ ରେ ରାଇନା, ମୁରଲୀ ବିଜୟ, ମାଇକ ହସି,୨୦୧୨ରେ ସୁରେଶ ରାଇନା, ୨୦୧୩ରେ ରାଇନା, ଧୋନି, ମାଇକ ହସି, ୨୦୧୪ରେ ରାଇନା, ବ୍ରେଣ୍ଡନ ମ୍ୟାକୁଲମ, ଡୁଏନ ସ୍ମିଥ , ୨୦୧୫ରେ ମ୍ୟାକୁଲମ , ରାଇନା,୨୦୧୮ ରେ ରାଇନା, ଧୋନି, ରାୟୁଡୁ, ୱାର୍ଟସନ ,୨୦୧୯ ରେ ଧୋନି, ୨୦୨୦ରେ ଫାଫ ଡୁ ପ୍ଲେସି, ୨୦୨୧ରେ ଋତୁରାଜ ଗାୟକୱାଡ଼ ଓ ଫାଫ ଡୁ ପ୍ଲେସି ୪୦୦ ରୁ ଅଧିକ ରନ କରିଥିଲେ। କିନ୍ତୁ ଆଇପିଏଲ ୨୦୨୨ରେ ସିଏସକେର କୌଣସି ବ୍ୟାଟ୍ସମ୍ୟାନ ୪୦୦ ରନ ପର୍ଯ୍ୟନ୍ତ ପହଁଚିପାରିନାହାଁନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର , ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *