ବ୍ୟୁରୋ ରିପୋର୍ଟ: ମହେନ୍ଦ୍ର ସିଂହ ଧୋନି ଓ ରବିନ୍ଦ୍ର ଜାଡେଜାଙ୍କ ପରି ଖେଳାଳି ଥିବା ସିଏସକେ ଟିମ ପାଇଁ ଆଇପିଏଲ ୨୦୨୨ ଭଲ ରହିନାହିଁ। ଆଇପିଏଲ ୨୦୨୨ର ୩୮ ତମ ମ୍ୟାଚରେ ପଞ୍ଜାଵ କିଙ୍ଗସ ସିଏସକେକୁ ୧୧ ରନରେ ହରାଇଛି। ଏହା ଏହି ସିଜନରେ ସିଏସକେର ଷଷ୍ଠ ପରାଜୟ ଅଟେ। ଏହା ସହିତ ସିଏସକେର ପ୍ଲେଅଫରେ ପହଁଚିବାର ରାସ୍ତା କଷ୍ଟକର ହୋଇଯାଇଛି। କିନ୍ତୁ ସିଏସକେର ପ୍ଲେଅଫରେ ପହଁଞ୍ଚିବାର ରାସ୍ତା ପୁରା ଶେଷ ହୋଇନାହିଁ। ଏହି ସିଜନରେ ସିଏସକେ ୮ ରୁ ଦୁଇଟି ମ୍ୟାଚ ଜିତିଛି ଓ ୬ ମ୍ୟାଚ ହାରିଛି।

ଆଇପିଏଲ ଇତିହାସର ଦ୍ୱିତୀୟ ସବୁଠୁ ସଫଳ ଟିମ ସିଏସକେର ଆଇପିଏଲ ୨୦୨୨ରେ ଅବସ୍ଥା ଦେଖି ଏବେ ସମସ୍ତଙ୍କ ମନରେ ପ୍ରଶ୍ନ କରିଛନ୍ତିଉଠୁଛି କଣ ଆଇପିଏଲ ୨୦୨୨ରେ ସିଏସକେର ପ୍ଲେଅଫରେ ପହଂଚିବାର ରାସ୍ତା ଶେଷ ହୋଇଯାଇଛି? ଏହାର ଜବାବ ନା ଅଟେ କାରଣ ଏବେ ମଧ୍ୟ ସିଏସକେ ପ୍ଲେ ଅଫରେ ପହଂଚିପାରିବ।ରାସ୍ତା କଠିନ ଅଟେ କିନ୍ତୁ ଅସମ୍ଭବ ନୁହେଁ।
ନେଟ ରନରେଟ ଉପରେ ମଧ୍ୟ ଦେବାକୁ ହେବ ଧ୍ୟାନ:
ସିଏସକେ ଏବେ ପର୍ଯ୍ୟନ୍ତ ୬ ଟି ମ୍ୟାଚ ହାରିସାରିଲାଣି ଏବେ ପ୍ଲେଅଫରେ ପହଁଞ୍ଚିବା ପାଇଁ ସିଏସକେକୁ ସବୁ ମ୍ୟାଚ ଜିତିବାକୁ ହେବ। ପୂର୍ବରୁ ସିଏସକେକୁ ପ୍ଲେଅଫରେ ପହଂଚିବା ପାଇଁ ୧୪ ଅଙ୍କର ଆବଶ୍ୟକତା ଥିଲା କିନ୍ତୁ ନୂଆ ଟିମ ଆସିବା ପରେପରେ ଟପ-୪ ରେ ଜାଗା ପାଇଁ ଆଉ ବାକିଥିବାସବୁ ମ୍ୟାଚ ଜିତିବାକୁ ପଡିବ।

ସିଏସକେ କେବଳ ଜିତିଲେ ହବନି ତାକୁ ନେଟ ରନରେଟ ଉପରେ ମଧ୍ୟ ଧ୍ୟାନ ଦେବାକୁ ହେବ। ଯଦି ସିଏସକେ ବାକି ସବୁ ୬ ମ୍ୟାଚ ଜିତିଯାଏ ତେବେ ଅନ୍ୟ ଟିମ ସହିତ ରନରେଟ ମଧ୍ୟ ମିଶାଇବାକୁ ହେବ। ସିଏସକେର ବର୍ତ୍ତମାନର ରନ ରେଟ -୦.୫୩୪ ଅଟେ। ଏବେ ସିଏସକେକୁ ନିଜ ସ୍ଥିତି ସୁଧାରିବା ପାଇଁ ବଡ଼ ବିଜୟର ଆବଶ୍ୟକତା ରହିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।